ETV Bharat / state

ଅଗଷ୍ଟ ୧ରେ ପଶ୍ଚିମ ଓଡ଼ିଶା ପାଳିବ ସମ୍ବଲପୁରୀ ଦିନ୍‌, ଭିଡ଼ିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 26, 2023, 7:27 AM IST

ଆସନ୍ତା ଅଗଷ୍ଟ ୧ ତାରିଖରେ ପଶ୍ଚିମ ଓଡ଼ିଶା ପାଳିବ ସମ୍ବଲପୁରୀ ଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

sambalpuri day 2023
ସମ୍ବଲପୁରୀ ଦିନ୍‌ ୨୦୨୩
ସମ୍ବଲପୁରୀ ଦିନ୍‌ ୨୦୨୩

ସମ୍ବଲପୁର: ଆଗକୁ ରହିଛି ସମ୍ବଲପୁରୀ ଦିନ l 2013 ମସିହାରୁ ଅଗଷ୍ଟ 1 ତାରିଖକୁ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ ପାଳିତ ହୋଇଥାଏ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ସମ୍ବଲପୁରୀ ଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ଅଗଷ୍ଟ 1 ତାରିଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଆସିବା ପରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି l

ପ୍ରତିବର୍ଷ ପରି ଆସନ୍ତା ଅଗଷ୍ଟ ୧ ତାରିଖରେ ପାଳନ ହେବାକୁ ଯାଉଛି ସମ୍ବଲପୁରୀ ଦିନ । ଏହାକୁ ନେଇ ରାଜ୍ୟ ଓ ଦେଶ ସମେତ ବିଦେଶରେ ମଧ୍ୟ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ତଥା ସମ୍ବଲପୁରୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମ୍ବଲପୁରୀ ଦିନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳବାର ନିଜର ଅଭିନନ୍ଦନ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ସମ୍ବଲପୁରୀ ଦିନର ଉଦ୍ୟୋକ୍ତା ତଥା ଅଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଏହି ଭିଡିଓ ବାର୍ତ୍ତାକୁ ସ୍ୱ।ଗତ କରିଛନ୍ତି । ଚଳିତ ବର୍ଷ ମଞ୍ଚ ପକ୍ଷରୁ ସମ୍ବଲପୁର ଠାରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ଉତ୍ସବ ପାଳନ ହେବାକୁ ଯାଉଥିବାରୁ ଏହା ଲୋକଙ୍କୁ ବେଶ ଉତ୍ସାହ ଯୋଗାଇବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାରେ ସମ୍ବଲପୁରୀ ଭାଷା, ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଓ ସମ୍ବଲପୁରୀ ଦିନର କଥା ଥିବା ବେଳେ ଏହାକୁ ନେଇ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି l

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରୀ ଦିନରେ ନାଚଗୀତରେ ମସଗୁଲ ବୌଦ୍ଧବାସୀ

ସୂଚନା ଯୋଗ୍ୟ ଯେ, 2013 ମସିହାରେ ପ୍ରଥମେ ସମ୍ବଲପୁରୀ ଦିନ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ଏହା କେବଳ ସମ୍ବଲପୁରରେ ପାଳନ ହେଉଥିବା ବେଳେ ପରେ ପରେ ଏହା ସାରା ରାଜ୍ୟର ବିଭିନ୍ନ ସ୍ଥାନ ତଥା ଦେଶ ଓ ବିଦେଶରେ ମଧ୍ୟ ପାଳିତ ହୋଇ ଆସୁଛି l ଅଗଷ୍ଟ 1 ତାରିଖରେ ସମସ୍ତେ ସମ୍ବଲପୁରୀ ପୋଷାକ ପିନ୍ଧିବା ସହ, ପିଠା ପଣା ଖାଇ ସମ୍ବଲପୁରୀ ନୃତ୍ୟ ଗୀତର ମଜା ନିଅନ୍ତି l ସମ୍ବଲପୁରୀ ଭାଷା ସଂସ୍କୃତି, ପିଠା ପଣା ଓ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାରରେ ସମ୍ବଲପୁରୀ ଦିନ ବିଗତ କିଛି ବର୍ଷ ହେଲା ଏକ ପ୍ରମୁଖ ଭୂମିକା ନିଭେଇ ଆସୁଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.