ETV Bharat / state

ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା !

author img

By

Published : Jul 19, 2019, 8:39 PM IST

Updated : Jul 19, 2019, 9:40 PM IST

ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଲଜ୍ଜ୍ୟା । ଜଣେ 3ୟ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସମ୍ବଲପୁର ସାକ୍ଷୀପଡାର St. joseph’s convent ସ୍କୁଲ ବିରୋଧରେ ଆସିଛି ଅଭିଯୋଗର ଲମ୍ବା ଲିଷ୍ଟ । ସେପଟେ ମାମଲାର ସତ୍ୟତା ଜାଣିବା ପାଇଁ ସ୍କୁଲ ଆଗରେ ଜିଲ୍ଳା ବିଜେପି କାର୍ଯ୍ୟକର୍ତ୍ତା ଓ ଅଭିଭାବକ ହଙ୍ଗାମା କରିଥିଲେ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଧରାପଡିଛି ଘରୋଇ ସ୍କୁଲର ଗେଟ ପଛର ସତ । ପର୍ଦ୍ଦାଫାଶ ହୋଇଛି ଦାମୀ ଫି ନେଉଥିବା ଟିଚରଙ୍କ ଅସଲି ମୁଖା । ସ୍କୁଲ ନାଁରେ ଗୋଟିଏ କି 2ଟି ନୁହେଁ ରହିଛି ସଙ୍ଗୀନ ଅଭିଯୋଗର ଲମ୍ବା ତାଲିକା ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ସମ୍ବଲପୁର

ଏ ହେଉଛି ସମ୍ବଲପୁର ସାକ୍ଷୀପଡାର St. joseph’s convent । ଏଠାକାର ଜଣେ 3ୟ ଶ୍ରେଣୀର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା ଭାଇରାଲ ହେବା ପରେ ନଜରକୁ ଆସିଛି ସ୍କୁଲ କର୍ତ୍ତୃପକ୍ଷଙ୍କ କଳା କାରନାମା । ଏ ନେଇ ଶୁକ୍ରବାର ସ୍କୁଲ ପରିସରରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା ।

ପୀଡିତାଙ୍କ ପରିବାର ଲୋକ ଲୋକଲଜ୍ଜ୍ୟା ପାଇଁ ଥାନାରେ ଅଭିଯୋଗ କରିନଥିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଶୁକ୍ରବାର ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି କାର୍ଯ୍ୟକର୍ତା, କିଛି ସଚେତନ ନାଗରିକ ଓ ଅଭିଭାବକ ସତ୍ୟତା ଜାଣିବାରୁ ସ୍କୁଲରେ ଧସେଇ ପସିଛନ୍ତି । ଏପରିକି ପ୍ରିନ୍ସିପାଲଙ୍କୁ ଜବାବ ତଲବ ନେଇ ଘେରିଥିଲେ । ତେବେ ଖବର ପାଇ ଘଟଣାକୁ ଆୟତ୍ତ କରିବା ପାଇଁ ପୋଲିସ ପହଞ୍ଚିଥିଲା ।

ଏହା ପୂର୍ବରୁ ଏହି ସ୍କୁଲରେ ନାଁରେ ରହିଛି ଏକାଧିକ ମାମଲା । ସ୍କୁଲରେ ଜାତୀୟ ସଙ୍ଗୀତ ବ୍ୟାନ, ଛାତ୍ରୀଙ୍କ ଡ୍ରେସ ମାପିବାକୁ ପୁରୁଷ ଟେଲର, ଛାତ୍ରୀଙ୍କୁ ଟାଏଲେଟରେ ବନ୍ଦ କରିଦେବା, ବ୍ଲେକମେଲ କରିବା, ପ୍ରଶାସନର ବିନା ଅନୁମତିରେ ବେଆଇନ ଭାବେ ଅଭିଭାବକଙ୍କଠୁ ଟଙ୍କା ଆଦାୟ କରିବା, ଜଙ୍ଗଲ ଜମି ହଡପ ଓ ଏସି ଲଗାଇବା ନାଁରେ 72 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅଭିଭାବକଙ୍କ ଠାରୁ ନେବା ଆଦି ଅଭିଯୋଗ ହୋଇଥିବା କୁହାଯାଇଛି ।

ଏପରିକି ସ୍କୁଲର ଏସଡିଏର ଅନୁମତି, ଆକୁପେନ୍ସି ସାର୍ଟିଫିକେର୍ଟ, ଷ୍ଟ୍ରକଟୁରାଲ ଷ୍ଟାବିଲିଟି ସାର୍ଟିଫିକେଟ ନଥିବାର ସ୍ଥାନୀୟ ସଚେତନ ନାଗରିକ ଅଭିଯୋଗ କରିଛନ୍ତି । ତେଣୁ ସ୍କୁଲ ପ୍ରିନ୍ସିପାଲ ସିଷ୍ଟର ଅଞ୍ଜନାଙ୍କୁ ହଟାଇବା ସହ ଏହି ସ୍କୁଲର ମାଲିକାନା ଜିଲ୍ଲାପାଳ ନିଅନ୍ତୁ ବୋଲି ଦାବି ହୋଇଛି ।

ଏପଟେ ସ୍କୁଲ ପ୍ରିନ୍ସିପାଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହ ଅନ୍ୟ ସବୁ ଅଭିଯୋଗକୁ ମଧ୍ୟ ସେ ଟାଳିଥିବା ଦେଖାଦେଇଛି । ତେବେ ଏଠାରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି ସ୍କୁଲରେ କାମ କରୁଥିବା 2 ଜଣ ମିସ୍ତ୍ରୀଙ୍କୁ ସାଦା ପୋଷାକରେ ଥିବା ପୋଲିସ ନେଉଛି । ପୋଲିସ ପଚାର ଉଚରା ପାଇଁ ନେଇଥିବା ସ୍କୁଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ହେଲେ ଅନ୍ୟପଟେ ପୋଲିସ ଥାନାରେ ଅଭିଯୋଗ ହୋଇନଥିବା ନେଇ କହୁଥିବା ବେଳେ କେଉଁ ଆଧାରରେ 2 ଜଣଙ୍କୁ ପଚରା ଉଚରା କରୁଛି ତାହା ଏବେ ସନ୍ଦେହ ଘେରରେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:Conclusion:
Last Updated : Jul 19, 2019, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.