ETV Bharat / state

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ, ସମ୍ବଲପୁର-କଟକ ଜାତୀୟ ରାଜପଥର ସମୀକ୍ଷା

author img

By

Published : Jan 13, 2023, 9:11 AM IST

ସମ୍ବଲପୁର-କଟକ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢ଼ନ୍ତୁ

chief secretary suresh mohapatra
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ । ବୁର୍ଲା ସ୍ଥିତ ଅଶୋକ ନିବାସଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଜିଲ୍ଲା ପ୍ରଶାସନ ଓ NHAI କର୍ତ୍ତୃପକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ବଲପୁର-କଟକ ରାଜରାସ୍ତା କାର୍ଯ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୁନ ସୁଦ୍ଧା ସମ୍ବଲପୁର-କଟକ ଜାତୀୟ ରାଜପଥ କାମ ସରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ

ଆୟୋଜିତ ବୈଠକରେ ମୁଖ୍ୟତଃ ସମ୍ବଲପୁର କଟକ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା 2 ଲେନ ଓ ଜୁନ ସୁଦ୍ଧା 4 ଲେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । କାର୍ଯ୍ୟ ଅଧା ଥାଇ ରାସ୍ତା କାମ କରୁଥିବା ଠିକାଦାର କାମ ଛାଡିବାରୁ 2 ବର୍ଷ କାର୍ଯ୍ୟ ବିଳମ୍ବ ହୋଇଥିବା ଜଣାପଡିଛି l ବର୍ତ୍ତମାନ ଏହି ରାସ୍ତା ତିଆରିରେ ୩ଜଣ ସବ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ବ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟତଃ କେତେକ ଫ୍ଲାଇ ଓଭର କାର୍ଯ୍ୟ ଓ ହାତୀ ଚଲାପଥ କାର୍ଯ୍ୟ ଏବେ ବି ଜାରି ରହିଥିବା ସୂଚନା ଦିଆଯାଇଛି l

ଏହା ମଧ୍ୟ ପଢ଼ନ୍ତୁ: ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ନୁଆ ପଦବୀ

ଏନେଇ ଶାସନ ସଚିବ କହିଛନ୍ତି, "ଦୀର୍ଘ ଦିନ ଧରି ସମ୍ବଲପୁର-କଟକ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । କାର୍ଯ୍ୟରେ ବିଳମ୍ବ ହେତୁ କ୍ଷେତ୍ର ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛି । ଜୁନ ମାସ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଅଧିନରେ ଅନେକ ଗୁଡ଼ିକ ପ୍ରକଳ୍ପ ରହିଛି । ତାହା ମଧ୍ୟ ଯଥା ଶୀଘ୍ର ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟର ପ୍ରତି ମାସରେ ମନିଟରିଂ କରାଯିବ । "ଏହି ବୈଠକରେ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଲେଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ଏସପି ବତୁଲା ଗଙ୍ଗାଧର, ଡିଏଫଓ ବିଶ୍ଵନାଥ ନିଲାମ୍ବର ଓ NHAIର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.