ETV Bharat / state

ସମ୍ବଲପୁର ଚାଷୀଙ୍କ ଅଡୁଆ ଚକବନ୍ଦୀ - ସମ୍ବଲପୁର ଚଷୀ

ଚକବନ୍ଦୀ ପାଇଁ ଅଡୁଆରେ ସମ୍ବଲପୁର ସହର ଆଖପାଖ ଗାଁର ଚାଷୀ । ଚକବନ୍ଦୀ ବ୍ୟବସ୍ଥା ଉଠାଯାଇ ସ୍ଥାୟୀ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 7, 2019, 11:06 PM IST

ସମ୍ବଲପୁର: ଚକବନ୍ଦୀ ସମସ୍ୟା ସହ ସଙ୍ଘର୍ଷ କରିଆସୁଛନ୍ତି ଚାଷୀ । ଏନେଇ ସମ୍ବଲପୁର ପ୍ରେସ କ୍ଳବରେ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।

ସମ୍ବଲପୁର ସହର ଆଖ ପାଖ ଗାଁଗୁଡିକର ଜମି ବହୁ ପୂର୍ବରୁ ସମ୍ବଲପୁର ଟାଉନ ପ୍ଲାନିଂ ବ୍ୟବସ୍ଥାରେ ଅନ୍ତର୍ଭୂକ୍ତ ହୋଇଥିଲା । ତେବେ 1984 ମସିହାରେ ଏସଆରଆଇଟିର ବିନା ଅନୁମତିରେ ଏହି ଗାଁ ଗୁଡିକର ଚାଷ ଜମିକୁ ଚକବନ୍ଦୀ ବ୍ୟବସ୍ଥା କରିଦିଆଗଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଏହି ଅଞ୍ଚଳର ଚାଷୀଙ୍କୁ କାଗଜପତ୍ରରେ ଚକବନ୍ଦୀ ପଟ୍ଟା ଦିଆ ଯାଇଥିଲେ ମଧ୍ୟ ସେମାନଙ୍କୁ ଚକବନ୍ଦୀ ବ୍ୟବସ୍ଥାର ପ୍ରକୃତ ସୁବିଧା ତଥା ପ୍ରତ୍ୟେକ ଜମିକୁ ରାସ୍ତା, କେନାଲ ସୁବିଧା ଓ ଜମି ଏକତ୍ରୀକରଣ ଆଦିରୁ ବଞ୍ଚିତ ରଖାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ସେଥିପାଇଁ ଚକବନ୍ଦୀ ବ୍ୟବସ୍ଥା ଉଠାଯାଇ ସ୍ଥୟୀ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ପୂର୍ବରୁ ଚାଷୀ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହେବା ସହ କୋର୍ଟର ଆଶ୍ରୟ ମଧ୍ୟ ନେଇଛନ୍ତି । ତେବେ କିଛି ଫଳ ମିଳିନି। ତେଣୁ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ ।

ସମ୍ବଲପୁରର ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଚଷୀଙ୍କ ଚକବନ୍ଦୀ ଅଡ଼ୁଆ।ସମ୍ବଲପୁର ସହରର ଆଖପାଖ ଗାଁର ଚାଷୀ ଏହି ସମସ୍ୟା ସହ ସଂଘର୍ଷ କରିଆସୁଛନ୍ତି। ଏନେଇ ସମ୍ବଲପୁର ପ୍ରେସ କ୍ଳବରେ ସମ୍ବଲପୁର ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି।

Body:ସମ୍ବଲପୁର ସହର ଆଖ ପାଖ ଗାଁଗୁଡିକ ର ଜମି ବହୁ ପୂର୍ବରୁ ସମ୍ବଲପୁର ଟାଉନ ପ୍ଲାନିଂ ବ୍ୟବସ୍ଥା ରେ ଅନ୍ତର୍ଭୁକ୍ତ ହୋଇଥିଲା।ତେବେ 1984 ମସିହାରେ ଏସ ଆର ଆଇ ଟି ର ବିନା ଅନୁମତିରେ ଏହି ଗାଁ ଗୁଡିକ ର ଚାଷ ଜମିକୁ ଚକବନ୍ଦୀ ବ୍ୟବସ୍ଥା କରିଦିଆଗଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି।ଏହି ଅଞ୍ଚଳର ଚାଷୀଙ୍କୁ କାଗଜପତ୍ର ରେ ଚକବନ୍ଦୀ ପଟ୍ଟା ଦିଆ ଯାଇଥିଲେ ମଧ୍ୟ ସେମାନଙ୍କୁ ଚକବନ୍ଦୀ ବ୍ୟବସ୍ଥା ର ପ୍ରକୃତ ସୁବିଧା ଯେପରିକି ପ୍ରତ୍ୟେକ ଜମିକୁ ରାସ୍ତା,କେନାଲ ସୁବିଧା ଓ ଜମି ଏକତ୍ରିକରଣ ଆଦିରୁ ବଞ୍ଚିତ ରଖାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି।ସେଥିପାଇଁ ଚାଷୀମାନେ ଚକବନ୍ଦୀ ବ୍ୟବସ୍ଥା ଉଠାଯାଇ ମେଜର ବନ୍ଦୋବସ୍ତ ବା ନୁଆଁ ସେଟେଲମେଣ୍ଟ କରିବାକୁ ଦାବି କରିଛନ୍ତି।

Conclusion:ପୂର୍ବରୁ ଚାଷୀ ମାନେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଳା ପ୍ରଶାସନ ର ଦ୍ୱାରସ୍ଥ ହେବା ସହ କୋର୍ଟ ର ଆଶ୍ରୟ ମଧ୍ୟ ନେଇଛନ୍ତି।ତେବେ କିଛି ଫଳ ମିଳିନି।ତେଣୁ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.