ETV Bharat / state

ଚାଷୀଙ୍କ ସ୍ବାର୍ଥ ନେଇ ପଶ୍ଚିମ ଓଡିଶାରେ ବିଜେପିର ଚକା ଜାମ ଆନ୍ଦୋଳନ

author img

By

Published : Feb 12, 2021, 8:16 PM IST

ଚାଷୀଙ୍କ ଧାନ ବିକ୍ରୟ ସମସ୍ୟା ନେଇ ଆସନ୍ତାକାଲି ସମଗ୍ର ପଶ୍ଚିମ ଓଡିଶାରେ ଚକା ଜାମ କରିବ ବିଜେପି । ଏନେଇ ସୂଚନା ଦେଲା ଦଳ । ଅଧିକ ପଢନ୍ତୁ...

ଚାଷୀଙ୍କ ସ୍ବାର୍ଥ ନେଇ ପଶ୍ଚିମ ଓଡିଶାରେ ବିଜେପିର ଚକା ଜାମ ଆନ୍ଦୋଳନ
ଚାଷୀଙ୍କ ସ୍ବାର୍ଥ ନେଇ ପଶ୍ଚିମ ଓଡିଶାରେ ବିଜେପିର ଚକା ଜାମ ଆନ୍ଦୋଳନ

ସମ୍ବଲପୁର: ଚାଷୀଙ୍କ ସ୍ବାର୍ଥ ପାଇଁ ଆସନ୍ତାକାଲି(ଶନିବାର) ସମଗ୍ର ପଶ୍ଚିମ ଓଡିଶାରେ ଚକା ଜାମ ଆନ୍ଦୋଳନ କରିବ ବିଜେପି । ଏନେଇ ସମ୍ବଲପୁରରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ଓଡିଶାର 12ଟି ଜିଲ୍ଲାର 5ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ 37ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥକୁ 3 ଘଣ୍ଟା ପାଇଁ ଅବରୋଧ କରାଯିବ ବୋଲି ଦଳ ସୂଚନା ଦେଇଛି।

ପୂର୍ବରୁ ସମ୍ବଲପୁରରେ ବିଜେପି ପକ୍ଷରୁ ଚାଷୀ ଅଧିକାର ରାଲି କରାଯାଇଥିବାବେଳେ ଉତ୍ତରାଞ୍ଚଳ ଆରଡିସିଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ଲାଭ ମିଳିନଥିବା ବିଜେପି କହିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ପଶ୍ଚିମ ଓଡିଶାରେ 16 ଲକ୍ଷ କ୍ବିଣ୍ଟାଲ ଧାନ ବସ୍ତା ମଣ୍ଡିରେ ପଡିରହିବା ସହ 20 ହଜାର ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି । ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ନଷ୍ଟ ହେଉଛି । ଏଣୁ ଆସନ୍ତାକାଲି ଅର୍ଥାତ 13 ତାରିଖ ପୂର୍ବାହ୍ନ 10ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ବିଜେପି ରାଜରାସ୍ତା ଅବରୋଧ କରିବା ନେଇ ନିଷ୍ପତ୍ତି ନେଇଛି ।

ଯଦି ରାଜ୍ୟ ସରକାର ଚାଷୀଙ୍କ ଧାନ କ୍ରୟ ଜନିତ ସମସ୍ୟା ଦୂର ନ କରନ୍ତି, ତେବେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.