ETV Bharat / state

ସମ୍ବଲପୁର ରେଳ ଷ୍ଟେସନ ଜଗିବ ତୃତୀୟ ଆଖି

author img

By

Published : Aug 23, 2019, 6:42 PM IST

ଜିଲ୍ଲାର କ୍ଷେତ୍ରରାଜପୁର ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯାଇ ସାରିଥିବା ବେଳେ ଆଗକୁ ଅନ୍ୟ ପ୍ରମୁଖ ଷ୍ଟେସନ ଗୁଡିକରେ ମଧ୍ୟ ସିସିଟିଭି ଲଗାଯିବର ଯୋଜନା ଚାଲିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ରେଳଷ୍ଟେସନ ଗୁଡିକର ଏବେ ଚାଲିଛି ଆଧୁନିକରଣ ପ୍ରକ୍ରିୟା । ମୁଖ୍ୟତଃ ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ପାଇଁ ମାନବ ସମ୍ବଳ ଓ ସୁରକ୍ଷା ଦୃଷ୍ଟିକୋଣରୁ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି । ତେବେ ଏହି ଆଧୁନିକରଣ ପ୍ରକ୍ରିୟାରେ ସାମିଲ ହୋଇଛି ସମ୍ବଲପୁର ରେଳଷ୍ଟେସନ । ଜିଲ୍ଲାର କ୍ଷେତ୍ରରାଜପୁର ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯାଇ ସାରିଥିବା ବେଳେ ଆଗକୁ ଅନ୍ୟ ପ୍ରମୁଖ ଷ୍ଟେସନ ଗୁଡିକରେ ମଧ୍ୟ ସିସିଟିଭି ଲଗାଯିବାର ଯୋଜନା ଚାଲିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ତେବେ ଏହି ଷ୍ଟେସନର ପ୍ରମୁଖ 16ଟି ସ୍ଥାନରେ ସିସିଟିଭିର ପଇଁତରା ରହିଛି । ପଶ୍ଚିମ ଓଡ଼ିଶାରେ ଏହା ଏକ ପ୍ରମୁଖ ରେଳ ଜଙ୍ଗସନ୍‌ ହୋଇଥିବାରୁ ଅପରାଧୀ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଏପରି ପଦକ୍ଷେପ ନିଆଯାଇଛି । ସିସିଟିଭି କଣ୍ଟ୍ରୋଲ ରୁମରୁ ଏକା ସାଙ୍ଗରେ ସମଗ୍ର ଷ୍ଟେସନର ଗତିବିଧି ଉପରେ ନଜର ରଖାଯାଉଛି । ଏହା ଦ୍ବାରା ଅପରାଧୀଙ୍କୁ ସହଜରେ ଟ୍ରାକ କରାଯାଇ ପାରିବ ବୋଲି କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରର ନିର୍ଭୟା ପାଣ୍ଠିର ତଦାରଖରେ ସବୁ ପ୍ରମୁଖ ଷ୍ଟେସନ ଗୁଡିକରର ସିସିଟିଭି ଲଗାଯାଉଛି । ରେଳବାଇର ପିଏସୟୁ କମ୍ପାନୀ ଏହାର ଟେଣ୍ଡର ନେଇଛି । ତେବେ ଆସନ୍ତା ଏକ ବର୍ଷ ମଧ୍ୟରେ ଜିଲ୍ଲାର ବହୁ ପ୍ରମୂଖ ଷ୍ଟେସନରେ ସିସିଟିଭି ଲାଗିଯିବ ବୋଲି ଆରପିଏଫ ଆଇଜି ସୂଚନା ଦେଇଛନ୍ତି ।

ସମ୍ବାଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର କ୍ଷେତରାଜପୁର ରେଳଷ୍ଟେସନ କୁ ଜଗିବ ତୃତୀୟ ଆଖି।ସବାଡ଼ ହେବେ ଅପରାଧୀ। ବର୍ତ୍ତମାନ କେନ୍ଦ୍ର ସରକାର ରେଳ ଷ୍ଟେସନ ଗୁଡିକର ଆଧୁନିକୀକରଣ କରୁଥିବା ବେଳେ, ମୁଖ୍ୟତଃ ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ପାଇଁ ମାନବ ସମ୍ବଳ ଓ ସୁରକ୍ଷା ଦୃଷ୍ଟିକୋଣରୁ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।ଏହି ପରିପ୍ରେକ୍ଷୀରେ ସମ୍ବଲପୁର ରେଳ ମଣ୍ଡଳର କ୍ଷେତରାଜପୁର ଷ୍ଟେସନ ରେ ସିସିଟିଭି ଲଗାଯାଇସାରିଥିବା ବେଳେ ଆଗକୁ ଅନ୍ୟ ପ୍ରମୁଖ ଷ୍ଟେସନ ଗୁଡିକରେ ମଧ୍ୟ ସିସିଟିଭି ଲଗାଯିବ ବୋଲି ଆର ପି ଏଫ ଆଇଜି ସୂଚନା ଦେଇଛନ୍ତି।

Body:ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ଷ୍ଟେସନରେ ଲାଗିଲା ସିସିଟିଭି। ଏହି ଷ୍ଟେସନର ଗୁରୁତ୍ୱକୁ ଦୃଷ୍ଟିରେ ରଖି 16 ପ୍ରମୂଖ ସ୍ଥାନରେ ସିସିଟିଭିର
ପଇଁତରା ରହିଛି। ପଶ୍ଚିମ ଓଡ଼ିଶାରେ ଏହା ଏକ ପ୍ରମୁଖ ରେଳ ଜଂକ୍ସନ ହୋଇଥିବାରୁ ଅପରାଧୀ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଏପରି ପଦକ୍ଷେପ ନିଆଯାଇଛି। ସିସିଟିଭି କଣ୍ଟ୍ରୋଲ ରୁମ ରୁ ଏକା ସାଙ୍ଗରେ ସମଗ୍ର ଷ୍ଟେସନର ଗତିବିଧି ଉପରେ ନଜର ରଖାଯାଉଛି। ଏହା ଦ୍ୱାରା ଅପରାଧୀଙ୍କୁ ସହଜରେ ଟ୍ରକ କରାଯାଇ ପାରିବ ବୋଲି ଯାତ୍ରୀ କହିବା ସହ ଏହାର ସ୍ୱାଗତ କରିଛନ୍ତି।

ବାଇଟ-1-ରେଲଯାତ୍ରୀ।
ବାଇଟ-2-ରେଲଯାତ୍ରୀ।

କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ର ନିର୍ଭୟା ପାଣ୍ଠିର ଦେଖାରଖି ରେ ସବୁ ପ୍ରମୁଖ ଷ୍ଟେସନ ଗୁଡିକରର ସିସିଟିଭି ଲଗାଯାଉଛି। ରେଳବାଇର ପି ଏସ ୟୁ କମ୍ପାନୀ ରେଲଟେଲ ସବୁ ସ୍ଥାନରେ ସିସିଟିଭି ଲଗାଉଛି। ଆସନ୍ତା 1 ବର୍ଷ ମଧ୍ୟରେ ବହୁ ପ୍ରମୂଖ ଷ୍ଟେସନରେ ସିସିଟିଭି ଲାଗିଯିବ ବୋଲି ଆର ପି ଏଫ ଆଇଜି ସମ୍ବଲପୁର ଗସ୍ତରେ ଆସିଥିବା ସମୟରେ ସୂଚନା ଦେଇଛନ୍ତି।

ବାଇଟ-3-ଶ୍ରୀ ରାଜାରାମ, ଆଇଜି,ଆର ପି ଏଫ,ପୂର୍ବ ତଟ ରେଳବାଇ।

Conclusion:ପ୍ରମୂଖ ଷ୍ଟେସନ ଗୁଡିକରେ ସିସିଟିଭି ଲାଗିଲେ ରେଳ ଷ୍ଟେସନ ଗୁଡ଼ିକ ର ସୁରକ୍ଷା ନିଶ୍ଚିତଭାବେ ବଢ଼ିବ ବୋଲି ଲୋକେ ଆଶା ରଖିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.