ETV Bharat / state

CBI Raid: ସମ୍ବଲପୁରରେ CBI ରେଡ୍‌, ଦୁର୍ନୀତିଗ୍ରସ୍ତଙ୍କ ଛାତିରେ ଛନକା - ବ୍ୟବସାୟୀଙ୍କ ଘରେ ସିବିଆଇ ଚଢାଉ ଖବର

ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ଘରେ CBI ରେଡ୍‌ ସୂଚନା । ଏକ ବ୍ୟାଙ୍କ୍‌ ଋଣ ମାମଲାରେ ମୋଟାଅଙ୍କର ଅର୍ଥ ହେରଫେର୍ ନେଇ ଚଢଉ ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ

CBI Raid: ସମ୍ବଲପୁରରେ CBI ରେଡ୍‌, ଦୁର୍ନୀତିଗ୍ରସ୍ତଙ୍କ ଛାତିରେ ଛନକା

author img

By

Published : Apr 22, 2022, 3:11 PM IST

Updated : Apr 22, 2022, 7:06 PM IST

ସମ୍ବଲପୁର: ପୁଣି ଓଡିଶା ଫେରିଲା କି ସିବିଆଇ ! ସମ୍ବଲପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ CBI ର ରେଡ୍‌ ହୋଥିବା ସୂଚାନ ମିଳିଛି । ବ୍ୟବସାୟୀଙ୍କ ନାମ ନନ୍ଦ ଲାଲ ଅଗ୍ରୱାଲ ବୋଲି କୁହାଯାଉଛି । ଏକ ବ୍ୟାଙ୍କ୍‌ ଋଣ ମାମଲାରେ ମୋଟାଅଙ୍କର ଅର୍ଥ ହେରଫେର୍ ନେଇ ଏହି ଚଢାଉ ହୋଇଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ନଟବର ଲାଲ ଅଗ୍ରୱାଲ ସମ୍ବଲପୁର ୟୁନିୟନ ବ୍ୟାଙ୍କରେ ଏକ କାରବାରରେ 4 କୋଟି 11 ଲକ୍ଷ 54 ହଜାର 256.73 ଠକେଇ କରିଥିଲେ । ଏହି ଠକେଇ ନେଇ ସମ୍ବଲପୁର ୟୁନିୟନ ବ୍ୟଙ୍କ ଆଞ୍ଚଳିକ କାର୍ଯ୍ୟାଳୟର AGM ତପନ କୁମାର ସାହୁ ଭୁବନେଶ୍ବର CBI, ACB ଠାରେ ଗତ 13-04-2022ରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ଆଜି ସିବିଆଇ ଟିମ ସମ୍ବଲପୁର ଆସି ରେଡ଼ କରିଥିଲା ।

CBI Raid: ସମ୍ବଲପୁରରେ CBI ରେଡ୍‌, ଦୁର୍ନୀତିଗ୍ରସ୍ତଙ୍କ ଛାତିରେ ଛନକା
CBI Raid: ସମ୍ବଲପୁରରେ CBI ରେଡ୍‌, ଦୁର୍ନୀତିଗ୍ରସ୍ତଙ୍କ ଛାତିରେ ଛନକା

ନଟବରଲାଲଙ୍କ ସହ ତାଙ୍କ ପରିବାରର ସୁଚିତ୍ରା ଅଗ୍ରୱାଲ, ସୀତା ଦେବୀ ଅଗ୍ରୱାଲ, କମଳ କୁମାର ଅଗ୍ରୱାଲ, ସଂଗୀତା ଅଗ୍ରୱାଲ, ଚେତନ ଅଗ୍ରୱାଲ ସମେତ ତାଙ୍କ ପରିବାର ଅଧୀନସ୍ଥ M/S ଗୋଇନ୍ଦମାଲ ଗ୍ରାଫାଇଟ ମାଇନ୍ସ(7), M/S G.R ଗ୍ରାଫାଇଟ(8), M/S National Carbon Products (9) ସଂସ୍ଥାଗୁଡ଼ିକ ନାଁରେ ମଧ୍ୟ ଅଭିଯୋଗ ହୋଇଥିବା ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ନାମରେ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ଅପରାଧିକ ଷଡଯନ୍ତ୍ର, ଫର୍ଜରି ଓ ଠକେଇ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 22, 2022, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.