ETV Bharat / state

ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ଆରପିଏଫ, 6 ଗିରଫ - ସମ୍ବଲପୁର ରେଳ ଷ୍ଟେସନରେ ଗଞ୍ଜେଇ ଚୋରା ଚାଲାଣ

ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ଆରପିଏଫ୍ । ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଛି । ଅଧିକ ପଢ଼ନ୍ତୁ

Cannabis smuggling in train
Cannabis smuggling seizedin train
author img

By

Published : Mar 14, 2022, 10:30 AM IST

ସମ୍ବଲପୁର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ଆରପିଏଫ। ଏଭଳି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନରେ । ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିବା ସହ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଛି। ସୂଚନାନୁସାରେ ମଧ୍ୟପ୍ରଦେଶରୁ ସମ୍ବଲପୁର ରେଳଷ୍ଟେସନକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ଜଣାପଡ଼ିବା ପରେ ସମ୍ବଲପୁର ରେଳଷ୍ଟେସନରେ ଆରପିଏଫ ଓ ସିବିଆଇ ମିଳିତ ଚଢ଼ଉ କରିଥିଲେ ।

ଚଢ଼ଉରେ 39.9କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ମୂଲ୍ୟ 3 ଲକ୍ଷ 99 ହଜାର ଟଙ୍କା ବୋଲି ସୂଚନା ମିଳିଛି। ତେବେ ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ବଲପୁର ଜିଆରପିକୁ ହସ୍ତାନ୍ତର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଆରପିଏଫ୍ ଅଧିକାରୀ ଏମ୍ ଯାଦବ । ଗିରଫ ଅଭିଯୁକ୍ତ ମାନେ ହେଲେ ମଧ୍ୟପ୍ରଦେଶର ଗୁଣା ଜିଲ୍ଲାର ଗୋଲୁ କୁମାର ପ୍ରଜାପତି ଓ ରବି ସାଇନି, ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ସୁରେନ୍ଦ୍ର ଶ୍ରୀଭାସ ଓ ଶୈଳେନ୍ଦ୍ର ପଟେଲ, ଅନୁଗୁଳ ଜିଲ୍ଲାର ଅଶୋକ କୁମାର ବେହେରା ଓ ରଞ୍ଜିତ ବେହେରା। ଅଭିଯୁକ୍ତଙ୍କ ନାଁରେ ପୋଲିସ ମାମଲା ରୁଜି କରି କୋର୍ଟଚାଲାଣ କରିଛି।

ସମ୍ବଲପୁରରୁ ବାଦଶା ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.