ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର (Hirakud Dam) ର ଅଥଲ ଜଳରାଶିରେ ହେଉଛି ପଞ୍ଜୁରୀ ମାଛ ଚାଷ । ଆଉ ମାଛ ଚାଷ କରୁଛନ୍ତି ମହିଳା ମାନେ । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପାଇ ସମ୍ବଲପୁର (Sambalpur) ଜିଲ୍ଲା କିଲାସମା ଗ୍ରାମପଞ୍ଚାୟତର 4 ଟି ସ୍ୱୟଂ ସହାୟିକା ଗୋଷ୍ଠୀ (Self Help Groups) ର ମହିଳା ମାନେ ଏବେ ବଲବସପୁର ନିକଟସ୍ଥ ହୀରାକୁଦ ଜଳଭଣ୍ଡାର ଭିତରେ ଏହି ଅତ୍ୟାଧୁନିକ ପଦ୍ଧତିରେ ମାଛ ଚାଷ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସାଉଁଟୁଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ହୀରାକୁଦ ଜଳଭଣ୍ଡାରର ଗଭୀର ଜଳରାଶିରେ ହେଉଛି କେଜ କଲଚର (cage fish culture ) ଫିସ ଫାର୍ମିଂ ବା ପଞ୍ଜୁରୀ ମାଛ ଚାଷ । ଆଉ ଏହି ମାଛ ଚାଷ କରୁଛନ୍ତି ସମ୍ବଲପୁର କିଲାସମା ଗ୍ରାମ ପଞ୍ଚାୟତ ର 4 ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ । ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ବଲବସପୁର ଗାଁ ନିକଟରେ ଜଳଭଣ୍ଡାର ଭିତରେ 80 ଫୁଟ ଗଭୀର ଜଳ ରାଶିରେ ପଞ୍ଜୁରୀ ବସାଯାଇ ସେଥିରେ ଛଡା ଯାଇଛି ମାଛ ଯାଆଁଳା । ଆଉ ଏହି ମାଛ ଚାଷ କରୁଛନ୍ତି ଏହି ମହିଳା ମାନେ । ଜିଲ୍ଲା ପ୍ରଶାସନର ଓଡିଶା livelyhood ଲାଇଭିଲୀହୁଡ ମିଶନର ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ମହିଳା ମାନଙ୍କୁ 30 ଲକ୍ଷ ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯାଇଛି ।
![Cage culture farming: ହୀରାକୁଦ ଜଳରାଶିରେ ମାଛ ଚାଷ କରି ସ୍ୱାବଲମ୍ବୀ ମହିଳା](https://etvbharatimages.akamaized.net/etvbharat/prod-images/od-sam-01-shg-women-cage-culture-farming-spl-pkg-7202776_04112022175805_0411f_1667564885_820.jpg)
ଏହାବି ପଢନ୍ତୁ- ହୀରାକୁଦ ଆବଦ୍ଧ ମାଛ ଚାଷ ଏକ ସଫଳ ରୂପାୟନ: ସୁରେଶ ମହାପାତ୍ର
![Cage culture farming: ହୀରାକୁଦ ଜଳରାଶିରେ ମାଛ ଚାଷ କରି ସ୍ୱାବଲମ୍ବୀ ମହିଳା](https://etvbharatimages.akamaized.net/etvbharat/prod-images/od-sam-01-shg-women-cage-culture-farming-spl-pkg-7202776_04112022175805_0411f_1667564885_565.jpg)
ଅତ୍ୟାଧୁନିକ ପଦ୍ଧତିରେ ହେଉଥିବା ଏହି ମାଛ ଚାଷ ପାଇଁ ଜଳ ଭଣ୍ଡାର ଭିତରେ 12 ଟି ପଞ୍ଜୁରୀ ବା କେଜ ବସାଯାଇଛି । କେଜ ଭିତରେ ମାଛ ଯାଆଁଳା ଛଡା ଯାଇଛି। ଏହି ପଞ୍ଜୁରୀ ଭିତରେ 18 ହଜାର ମାଛ ଯାଆଁଳା ଛଡାଯାଇଛି । ମାଛ ମାନଙ୍କୁ ଦୈନିକ 3 ଥର ଖାଦ୍ୟ ଦିଆଯାଉଛି । ଶୀତ ଦିନ ହୋଇଥିବାରୁ ମାଛ ମାନଙ୍କୁ ଔଷଧ ଦିଆଯାଉଛି । ମାଛ ଜଗିବା ପାଇଁ 2 ଜଣ ଜଗୁଆଳି 24 ଘଣ୍ଟା ରହୁଛନ୍ତି । ଜଗୁଆଳି ମାନଙ୍କ ରହିବା ପାଇଁ ଜଳଭଣ୍ଡାର ଭିତରେ କେବିନ ତିଆରି ହୋଇଛି । ଏଠାରେ ଫିଙ୍ଗର ଲିଙ୍ଗ ବା ଜଳଙ୍ଗ ପ୍ରଜାତିର ମାଛ ଛଡାଯାଇଛି । ଆଉ 9 ମାସ ମଧ୍ୟରେ ଏଠାରୁ ମାଛ ଉତ୍ପାଦନ ଆରମ୍ଭ ହୋଇଯିବ ।
![ହୀରାକୁଦ ଜଳରାଶିରେ ମାଛ ଚାଷ କରି ସ୍ୱାବଲମ୍ବୀ ମହିଳା](https://etvbharatimages.akamaized.net/etvbharat/prod-images/od-sam-01-shg-women-cage-culture-farming-spl-pkg-7202776_04112022175805_0411f_1667564885_918.jpg)
ଏହାବି ପଢନ୍ତୁ- SambalpurNews: ସମ୍ବଲପୁର ମହାନଦୀ ଆନିକଟରେ ଫାଟ, ଜିଲ୍ଲାପାଳ କହିଲେ ଚିନ୍ତାର ବିଷୟ ନୁହେଁ
ସମ୍ବଲପୁର ଜିଲ୍ଲାର ଏହି ମହିଳା ମାନେ ଏବେ ଅତ୍ୟାଧୁନିକ ପଦ୍ଧତିରେ ମାଛ ଚାଷ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିଧିକୁ ଆସିଥିବା ବେଳେ ଅନ୍ୟ ମହିଳା ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।
ଏହାବି ପଢନ୍ତୁ- ଆପ୍ର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗାଧ୍ବୀ, ଜାଣନ୍ତୁ କିଏ ?
ସୂଚନାଯୋଗ୍ୟ ଯେ, ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର 15 ଟି ଅନଲାଇନ ସେବାର ଶୁଭାରମ୍ଭ 2020 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ଏଥିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ବା କେଜ କଲଚର ମାଛ ଚାଷ ପାଇଁ ବିଭିନ୍ନ ଉଦ୍ୟୋଗୀ ସଂସ୍ଥାଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ରାଜ୍ୟରେ ମାଛ ଚାହିଦା ପୂରଣ ପାଇଁ ରାଜ୍ୟ ସରକାର ବୃହତ, ମଧ୍ୟମ ଧରଣର ହ୍ରଦ ଗୁଡିକରେ କେଜ କଲଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ।
ଇଟିଭି ଭାରତ, ସମ୍ବଲପୁର