ETV Bharat / state

ପୁଣି ଚର୍ଚ୍ଚାରେ ବୁର୍ଲା, ଡାକ୍ତର ଠିକ କଲେ ନା ଭୁଲ୍ ?

author img

By

Published : Oct 30, 2019, 11:27 AM IST

ଜଣେ ଏଡସ ରୋଗୀର ଅସ୍ତ୍ରୋପଚାର କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବୁର୍ଲା ଡାକ୍ତର । ସମ୍ବଲପୁର ବୁର୍ଲା ଭୀମସାରର ଦନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଫସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର ମେଡିକାଲ । ଜଣେ ଏଡସ ରୋଗୀର ଅସ୍ତ୍ରୋପଚାର କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବୁର୍ଲା ଡାକ୍ତର । ଡାକ୍ତରଙ୍କ କହିବା କଥା ହେଲା ରୋଗୀଟି ଏଡସ ଆକ୍ରାନ୍ତ ବୋଲି ଜାଣି ମଧ୍ୟ ରୋଗୀର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇ ସେ ଅସ୍ତ୍ରୋପଚାର କରିଥିଲେ । ମାତ୍ର ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି। ଏହି ଘଟଣାରେ କୌଣସି ପକ୍ଷ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ କରିନଥିଲେ ମଧ୍ୟ କିଛି ଲୋକ ଏମିତି ବିବାଦ ସୃଷ୍ଟି କରି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି ଡାକ୍ତର।

ସମ୍ବଲପୁର ବୁର୍ଲା ଭୀମସାରର ଦନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଫସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସେ ଜଣେ ଏଡସ ରୋଗୀର ଅସ୍ତ୍ରୋପଚାର କରି ଚର୍ଚ୍ଚାରେ ଅଛନ୍ତି। ତେବେ କିଛି ଲୋକ ତାଙ୍କୁ ଏହି ଘଟଣାକୁ ନେଇ ମିଥ୍ୟା ଅପପ୍ରଚାର କରି ଫସାଇବାକୁ ଚେଷ୍ଟା କରୁଥିବାର ଡାକ୍ତର କହିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଘଟଣା ଥିଲା କିଛି ଏମିତି; ଗତ 13 ତାରିଖରେ ଅନୁଗୋଳର ଜଣେ ରୋଗୀ ଦୁର୍ଘଟଣା ଗ୍ରସ୍ତ ହୋଇ ବୁର୍ଲା ମେଡିକାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେତେବେଳେ ପ୍ରୋଟୋକଲ ଅନୁସାରେ ରୋଗୀର ଏଚଆଇଭି, ହେପାଟାଇଟସ-ବି ଓ ହେପାଟାଇଟସ-ସି ରୋଗ ଅଛି ନାଁ ନାହିଁ ତାର ପରୀକ୍ଷା କରାଯିବା କଥା ଯାହା ହୋଇନଥିଲା । ଏହା ପରେ ଗତ 27 ତାରିଖରେ ରୋଗୀର ଚେତା ଫେରିବା ପରେ ଡାକ୍ତର ସ୍ବାଇଁ ରୋଗୀକୁ 28 ତାରିଖ ଦିନ 10 ଟାରେ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ ।

ମାତ୍ର ଅପରେସନ ସମୟରେ ରୋଗୀର ରିପୋର୍ଟ ଦେଖିବା ବେଳକୁ ଏଚଆଇଭି, ହେପାଟାଇଟସ-ବି ଓ ହେପାଟାଇଟସ-ସି ବିଷୟରେ ଉଲ୍ଲେଖ ନଥିଲା । ଏହାପରେ ରୋଗୀର ସମ୍ପର୍କୀୟଙ୍କୁ ସେହି ରିପୋର୍ଟ ସର୍ଜରୀ ବିଭାଗରୁ ଆଣିବା ପାଇଁ କୁହାଗଲା। ଆଉ ରିପୋର୍ଟ ଆସିବା ପରେ ଜଣାପଡିଲା ଯେ ସେ ଜଣେ ଏଡସ ରୋଗୀ।

କିନ୍ତୁ ଏଭଳି ପରିସ୍ଥିରେ ରୋଗୀର ଅସ୍ତ୍ରୋପଚାର ନକରି ଛାଡ଼ିଦେବା ମେଡିକାଲ ଏଥିକ୍ସର ବିରୁଦ୍ଧାଚରଣ କରୁଥିବାରୁ ଡକ୍ଟର ସ୍ବାଇଁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରି ନିଜ ଜୀବନକୁ ବିପଦରେ ପକାଇ ଅସ୍ତ୍ରୋପଚାର କରିଥିଲେ। କେବଳ ଏତିକି ନୁହେଁ ଏହି ଅସ୍ତ୍ରୋପଚାର ପରେ ସେ ଓ ତାଙ୍କ ଟିମ ଅନ୍ୟ ଏକ କ୍ୟାବିନରେ 2 ରୋଗୀଙ୍କ ଦାନ୍ତ ମଧ୍ୟ ଓପାଡି ଥିଲେ।

ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ କିଛି ଲୋକ ତାଙ୍କ ବିରୁଦ୍ଧରେ ବିବାଦୀୟ ଅପପ୍ରଚାର କରୁଥିବା ତଥା ଅନ୍ୟ ରୋଗୀଙ୍କ ଜୀବନ ବିପଦରେ ପକାଇଥିବାର କହି ଅପପ୍ରଚାର କରୁଥିବାର ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ହେଲା ଏଡସ ରୋଗୀ କିମ୍ବା ତା ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର କରାଇଥିବା ରୋଗୀ କୌଣସି ଅଭିଯୋଗ କରିନଥିଲେ ମଧ୍ୟ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଜଣେ ଏଡସ ରୋଗୀର ଅସ୍ତ୍ରୋପଚାର କରି ବିବାଦରେ ସମ୍ବଲପୁର ଭୀମସାର ମେଡିକାଲ ର ଡାକ୍ତର। ଡାକ୍ତର ଙ୍କ କହିବା କଥା ହେଲା ରୋଗୀଟି ଏଡସ ଆକ୍ରାନ୍ତ ବୋଲି ଜାଣି ମଧ୍ୟ ରୋଗୀର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇ ଅସ୍ତ୍ରୋପଚାର କରି ମଧ୍ୟ ତାଙ୍କୁ ଫସାଇ ବାକୁ ଚେଷ୍ଟା କରାଯାଉଛି। ଏହି ଘଟଣାରେ କୌଣସି ପକ୍ଷ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ କରିନଥିଲେ ମଧ୍ୟ କିଛି ଲୋକ ଏମିତି ବିବାଦ ସୃଷ୍ଟି କରି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି ଡାକ୍ତର।

Body:ଏ ହେଉଛନ୍ତି ସମ୍ବଲପୁର ବୁର୍ଲା ଭୀମସାର ର ଦନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ବର୍ତମାନ ସେ ଜଣେ ଏଡସ ରୋଗୀ ର ଅସ୍ତ୍ରୋପଚାର କରି ଚର୍ଚ୍ଚା ରେ ଅଛନ୍ତି। ତେବେ କିଛି ଲୋକ ତାଙ୍କୁ ଏହି ଘଟଣା ନେଇ ମିଥ୍ୟା ଅପପ୍ରଚାର କରି ଫସାଇବାକୁ ଚେଷ୍ଟା କରୁଥିବାର ଡାକ୍ତର କହିଛିନ୍ତି। ଘଟଣା ଥିଲା ଏମିତି।ଗତ 13-10-19 ତାରିଖରର ଅନୁଗୁଳ ର ଜଣେ ରୋଗୀ ଦୁର୍ଘଟଣା ଗ୍ରସ୍ତ ହୋଇ ବେହୋସ ଅଵସ୍ଥାରର ବୁର୍ଲା ମେଡିକାଲ ର ସର୍ଜରୀ ୱାର୍ଡ ରେ ଭର୍ତ୍ତି ହୋଇଥିଲେ। ସେତେବେଳେ ପ୍ରୋଟୋକାଲ ଅନୁସାରେ ସେହି ରୋଗୀର HIV, Hepatitis-B ଓ Hepatitis-C ରୋଗ ଅଛି ନାଁ ନାହିଁ ତାର ପରୀକ୍ଷା କରାଯିବା କଥା ଯାହା ହୋଉନଥିଲା।ଏହା ପରେ ଗତ 27-10-19 ତାରିଖରେ ରୋଗୀ ର ହୋସ ଆସିବା ପରେ ଡାକ୍ତର ସ୍ୱାଇଁ ରୋଗୀକୁ 28-10-19 ତାରିଖ ଦିନ 10 ଟାରେ ଅସ୍ତ୍ରୋପଚାର କରିବା ପାଇଁ ଏପେଣ୍ଟମେଣ୍ଟ ଦେଇଥିଲେ। ଆଉ 28 ତାରିଖରେ ରୋଗୀର ଅସ୍ତ୍ରୋପଚାର ପାଇଁ ଦନ୍ତ ବିଭାଗକୁ ଅନାଗଲା ମଧ୍ୟ।ତେବେ ଡାକ୍ତର ସ୍ୱାଇଁ ଙ୍କ ଅନୁସାରେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀର ରିପୋଟ ଦେଖିଲା ବେଳକୁ ସେଥିରେ HIV, Hepatitis-b, Hepatitis-c ନେଇ କିଛି ଉଲ୍ଲେଖ ନଥିଲା।ଏହାପରେ ରୋଗୀର ସମ୍ପର୍କୀୟ ଙ୍କୁ ସେହି ରିପୋର୍ଟ କୁ ସର୍ଜରୀ ବିଭାଗରୁ ଆଣିବା ପାଇଁ କୁହାଗଲା। ଆଉ ପରେ ରୋଗୀର ସଂପର୍କୀୟ ରିପୋଟ ଆଣିଲା ପରେ ଜଣା ଗଲା ଯେ ରୋଗୀ ଜଣେ ଏଡସ ରୋଗୀ ବୋଲି। କିନ୍ତୁ ଏଭଳି ପରିସ୍ଥିରେ ରୋଗୀର ଅସ୍ତ୍ରୋପଚାର ନକରି ଛାଡ଼ିଦେବା ମେଡିକାଲ ଏଥିକ୍ସ ର ବିରୁଦ୍ଧାଚରଣ କରୁଥିବାରୁ ଡକ୍ଟର ସ୍ୱାଇଁ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରି ନିଜ ଜୀବନକୁ ରିସ୍କ ରେ ପକାଇ ଅସ୍ତ୍ରୋପଚାର କରିଥିଲେ। ଏହା ପରେ ସେ ଓ ତାଙ୍କ ଟିମ ଅନ୍ୟ ଏକ କେବିନରେ ଅନ୍ୟ 2 ରୋଗୀଙ୍କ ଦାନ୍ତ ଉଫାଡ଼ି ଥିଲେ। ଏହା ପରେ ସମସ୍ତେ ଏ ଆର ଟି ସେଣ୍ଟର ରୁ ମେଡିସିନ ମଧ୍ୟ ଖଉଛନ୍ତି।

Conclusion:ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପୁରଷ୍କାର ମିଳିବା କଥା ବେଳେ କିଛି ଲୋକ ତାଙ୍କ ବିରୁଦ୍ଧରେ ବିବାଦୀୟ ଅପପ୍ରଚାର କରୁଥିବା ତଥା ଅନ୍ୟ ରୋଗୀଙ୍କ ଜୀବନ ବିପଦରେ ପକାଇଥିବା ର କହି ଅପପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି ଡାକ୍ତର ପ୍ରଶାନ୍ତ ସ୍ୱାଇଁ। ସେ କହିଛନ୍ତି ଯେ ସେ ଏଡସ ରୋଗୀ କିମ୍ବା ତା ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର ହୋଇଥିବା ରୋଗୀ କିଛି ଅଭିଯୋଗ କରିନଥିଲେ ମଧ୍ୟ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଥିଭାର ଡାକ୍ତର ସ୍ୱାଇଁ କହିଛନ୍ତି।

ବାଇଟ-1- ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ,ଆସିଣ୍ଟନଟ ପ୍ରଫେସର, ଦନ୍ତ ବିଭାଗ,ବୁର୍ଲା ଭୀମସାର ମେଡିକାଲ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.