ETV Bharat / state

ବୁର୍ଲା ମେଡିକାଲରୁ ଭେଣ୍ଟିଲେଟର ଫେରିଯିବା ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲେ ଡିନ୍ - ବୁର୍ଲା ଡିନ୍

ବୁର୍ଲା ମେଡିକାଲରେ ଭିତ୍ତିଭୂମି ଅଭାବରୁ ଭେଣ୍ଟିଲେଟର ଫେରିଯିବା ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ମେଡିକାଲ ଡିନ୍ ବ୍ରଜ କିଶୋର ମିଶ୍ର । କୌଣସି ଭେଣ୍ଟିଲେଟର ଫେରି ଯାଇ ନଥିବା ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 25, 2019, 9:45 AM IST

ସମ୍ବଲପୁର: ବୁର୍ଲା ଭିମସାର ମେଡିକାଲରେ ଭିତ୍ତିଭୂମି ଅଭାବରୁ ଭେଣ୍ଟିଲେଟର ଫେରିବା ଘଟଣାରେ ନୂଆମୋଡ । ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବୁର୍ଲା ମେଡିକାଲ କଲେଜର ଡିନ୍ ବ୍ରଜ ମୋହନ ମିଶ୍ର । ଚର୍ଚ୍ଚା ହେଉଥିଲା ମେଡିକାଲରେ 40ଟି ଭେଣ୍ଟିଲେଟର ଭିତ୍ତିଭୂମି ଅଭାବରୁ ଫେରିଯାଇଥିଲା । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଦେଇଥିଲେ ।

ଏହି ପ୍ରସଙ୍ଗରେ ସେ କହିଛନ୍ତି, କୌଣସି ଭେଣ୍ଟିଲେଟର ଫେରିଯାଇନି । କେନ୍ଦ୍ର ସରକାରଙ୍କ PMSSY ଯୋଜନା ତୃତୀୟ ପର୍ଯ୍ୟାୟର ପାଇଲଟ ପ୍ରୋଜେକ୍ଟ ଅନୁଯାୟୀ, ବୁର୍ଲାରେ ସୁପର ସ୍ପେଶାଲିଟି ବିଲଡିଂ ତିଆରି ଚାଲିଛି । ଆଉ ଏହି ସୁପର ସ୍ପେଶାଲିଟି ହସପିଟାଲ ପାଇଁ ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ସବୁ ଆସିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ବିଲଡିଂ କାର୍ଯ୍ୟ ଶେଷ ହୋଇନଥିବା ଯୋଗୁଁ ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ଗୁଡିକୁ ଭୁବନେଶ୍ୱରସ୍ଥିତ ଯୋଗାଣକାରୀ ସଂସ୍ଥାର ଷ୍ଟୋରକୁ ପଠାଇ ଦିଆଯାଇଛି । ଏହାର ଅର୍ଥ ନୁହେଁ ଯେ ଏହା ଆଉ ଆସି ପାରିବ ନାହିଁ । ବିଲଡିଂ କାର୍ଯ୍ୟ ଶେଷ ହେବା ପରେ ଏହା ଯେତେବେଳେ ଚାହିଁଲେ ବୁର୍ଲାକୁ ଆସିପାରିବ ।

ତେବେ ବିଲଡିଂ ତିଆରି କରୁଥିବା HSCC ସଂସ୍ଥା ଏଠାରେ PMSSYର ପ୍ରାବଧାନ ଅନୁସାରେ ଷ୍ଟୋରର ସୁବିଧା ଦେଇ ନ ପାରିବାରୁ ତାହାକୁ ସର୍ବଭାରତୀୟ ସ୍ତରରେ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା HITESର ଭୁବନେଶ୍ୱରସ୍ଥିତ ଷ୍ଟୋରକୁ ପଠାଯାଇଛି । ଅନ୍ୟପଟେ ଯନ୍ତ୍ରାଂଶ ଯୋଗାଉଥିବା ଏହି ସଂସ୍ଥା ଯନ୍ତ୍ରାଂଶ ପଠାଇବାର 15 ଦିନ ପୂର୍ବରୁ ମେଡିକାଲର ଭିତ୍ତିଭୂମି ଦେଖିଲା ପରେ ହିଁ ସାମଗ୍ରୀ ପଠାଇବା କଥା ।

ତେବେ ଯୋଗାଣକାରୀ ସଂସ୍ଥା ଏହା କରି ନଥିବାରୁ ନିଜେ ଏହି ସମସ୍ୟା ଜାଣିପାରି ଭୁବନେଶ୍ୱରରେ ସମସ୍ତ ଭେଣ୍ଟିଲେଟର ରଖାଯାଇଛି । ତେଣୁ ଏହି ଭେଣ୍ଟିଲେଟର ଗୁଡିକୁ କେହି ନେଇ ପାରିବେ ନାହିଁ । ଏହା ସହ ସେ ଆହୁରି କହିଛନ୍ତି, ଏହି ଭେଣ୍ଟିଲେଟର ଗୁଡିକ ଏତେ ଅତ୍ୟାଧୁନିକ ଓ ଅପଡେଟେଡ଼ ଅଟେ ଯେ ଯାହା ସାଧାରଣ ସ୍ଥାନରେ ରଖାଯାଇ ପାରିବ ନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.