ETV Bharat / state

ସ୍କୁଲ ବାଟରେ ‘ମରଣ ଯନ୍ତା’, ପ୍ରଶାସନ ନିରବଦ୍ରଷ୍ଟା

କେନାଲ ଅତିକ୍ରମ କଲେ ପଡେ ସ୍କୁଲ । ଆଉ କେନାଲର ସ୍ଥିତି ଆପଣଙ୍କ ସାମ୍ନାର । ଏ ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ତବଲା ପଞ୍ଚାୟତ ଖୁଲିଆ ଗାଁ କେନାଲପଡାର ।

author img

By

Published : Aug 21, 2019, 11:09 PM IST

ସ୍କୁଲ ବାଟରେ ‘ମରଣ ଯନ୍ତା’, ପ୍ରଶାସନ ନିରବଦ୍ରଷ୍ଟା

ସମ୍ବଲପୁର: ଅସ୍ଥାୟୀ କାଠ ପୋଲରେ ବିତୁଛି ଜୀବନ । ବିପଦଜନକ ଅବସ୍ଥାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ । ଏ ହେଉଛି ସ୍ବାଧୀନତାର 73 ବର୍ଷ ପରର ଦୃଶ୍ୟ ।

ଘରୁ ବାହିରି ପିଲାଏ ପାଠ ପଢିବାକୁ ଯାଉଛନ୍ତି । କିନ୍ତୁ ବାଟରେ ଡେଇଁବାକୁ ପଡିବ ମରଣ ଯନ୍ତା । ନହେଲେ ସ୍କୁଲ ଯିବା ଅସମ୍ଭବ । କେନାଲ ଅତିକ୍ରମ କଲେ ପଡେ ସ୍କୁଲ । ଆଉ କେନାଲର ସ୍ଥିତି ଆପଣଙ୍କ ସାମ୍ନାରେ । ଏ ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ତବଲା ପଞ୍ଚାୟତ ଖୁଲିଆ ଗାଁ କେନାଲପଡାର ।

ବିପଦଜନକ ଅବସ୍ଥାରେ କେନାଲ ଉପରେ ରଖାଯାଇଛି ଅସ୍ଥାୟୀ କାଠ ପୋଲ । ତଳେ 5 ଫୁଟର ପାଣି । ଆଉ ତା ଉପର ରଖାଯାଇଥିବା 2ଟି ଗଛ ଯାହା ଉପରେ ବିପଦ ସଙ୍କୁଳ ଅବସ୍ଥାରେ ପିଲାଏ ଯାଉଛନ୍ତି ସ୍କୁଲ । ତେବେ ଏ ଦୃଶ୍ୟ ଆଜି କିମ୍ବା କାଲିର ନୁହେଁ ଦୀର୍ଘ ଦିନ ହେବ ଏପରି ସ୍ଥିତିରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ ।

ବାରମ୍ବାର ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ଫଳଶୂନ । ସେପଟେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳର ବିଡିଓଙ୍କ ସହ ଆଲୋଚନା କରି ଆଗାମି ପଦକ୍ଷେପ ନେବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଲୋକଙ୍କ କହିବା ଅନୁସାରେ, ଆଗରୁ ଏହି ସ୍ଥାନରେ ଅନେକ ଦୁର୍ଘଟଣା ଘଟିଛି । ଏ ସବୁ ସତ୍ତ୍ବେ ପ୍ରଶାସନ ନିଦ ଭାଙ୍ଗୁନି । ଆଗକୁ ଯଦି କୌଣସି ଅଘଟଣ ଘଟେ ଦାୟୀ କିଏ ରହିବ ?

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆମ ଦେଶର ସ୍ୱାଧୀନତାକୁ 73 ବର୍ଷ ପୁରିଲାଣି।ତେବେ ବର୍ତ୍ତମାନ ମଧ୍ୟ ଏମିତି ଅନେକ ଅଞ୍ଚଳ ରହିଛି ଯେଉଠିକାର ଲୋକ ନ୍ୟୁନତମ ସୁବିଧାରୁ ବଂଚିତ।ଏମିତି ଏକ ଅଞ୍ଚଳ ହେଇଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ, ତବଲା ପଞ୍ଚାୟତ , ଖୁଲିଆ ଗାଁର କେନାଲପଡା ଯେଉଠିକାର ଛାତ୍ରଛାତ୍ରୀ ମାନେ ବିପଦଜନକ ଅବସ୍ଥାରେ କେନାଲ ଉପରେ ରଖାଯାଇଥିବା ଅସ୍ଥାୟୀ କାଠ ପୋଲ ଉପରେ ପାଠ ପଢିବାକୁ ଯାଉଛନ୍ତି।

Body:କେନାଲରେ ପାଖା ପାଖି5 ଫୁଟ ପାଣି ଆଉ ତା ଉପର ରଖାଯାଇଥିବା 2 ଟି ଗଛ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାଉଛନ୍ତି। ଟିକେ ନିୟନ୍ତ୍ରଣ ହରାଇ ପଡିଗଲେ ଏହି ଛାତ୍ରଛାତ୍ରୀ ପାଣିରେ ଭାସିଯିବାର ସମ୍ଭାବନା ରହିଛି।ତେବେ ଏ ଦୃଶ୍ୟ ହେଉଛି ସମ୍ବଲପୁର ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତ ର ଖୁଲିଆ ଗାଁର କେନାଲ ପଡା ର ନୀତି ଦିନିଆଁ ଦୃଶ୍ୟ।। ଏହେଇଛି ଶାସନ କେନାଲ ଉପରେ ରଖା ଯାଇଥିବା 2ଟି କାଠର ଅସ୍ଥାୟୀ ପୋଲ ଯାହା ଉପରେ ଏହି ଅଞ୍ଚଳର ଲୋକଙ୍କ ଜୀବନ ରେଖା ଆଙ୍କି ହୋଇଛି।ସେଥିପାଇଁ ଏହି ଅଞ୍ଚଳର ଲୋକେ ବାରମ୍ବାର ଏକ ଛୋଟ ବ୍ରିଜ ର ଦାବି କରୁଥିଲେ ମଧ୍ୟ କିଛି ଲାଭ ମିଳିନି।

ବାଇଟ-1-ଦେବକୀ,ଛାତ୍ରୀ।
ବାଇଟ-2-ଅଞ୍ଜଳୀ, ଛାତ୍ରୀ।
ବାଇଟ-3-ସୁଜାତା ଓରାମ,ସ୍ଥାନୀୟ ଯୁବତୀ।

ଏପଟେ ଜିଲ୍ଲା ପ୍ରଶାସନ ନିକଟରେ ଖବର ନଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।ତେବେ ସ୍ଥାନୀୟ ଅଞ୍ଚଳର ବିଡ଼ିଓ ଙ୍କ ସହ ଆଲୋଚନା କରି ସେହି ଅଞ୍ଚଳରେ କେନାଲ ଉପରେ ଏକ ବ୍ରିଜ କିପରି ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ।

ବାଇଟ-4-ଅଜୟ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁର।

Conclusion:ପୂର୍ବରୁ ଏହି ସ୍ଥାନରେ ଅନେକ ଦୁର୍ଘଟଣା ଘଟିଥିବା ଲୋକେ କହୁଛନ୍ତି। ତେଣୁ ଅତିଶୀଘ୍ର ପଦକ୍ଷେପ ନିଆ ନଗଲେ ଯେ କୌଣସି ମୁହୁର୍ତ୍ତରେ ଅଘଟଣ ଘଟିପାରେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.