ETV Bharat / state

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ଠିକଣା ପାଇଲା ପୋଲିସ

author img

By ETV Bharat Odisha Team

Published : Jan 2, 2024, 6:52 PM IST

Borewell Rescued Newborn baby: ପରିତ୍ୟକ୍ତ ବୋରୱେଲ ଭିତରୁ ଉଦ୍ଧାର ଶିଶୁକନ୍ୟାର ମାଆର ମିଳିଛି ସନ୍ଧାନ । ମାଆର ମାନସିକ ସ୍ଥିତି ଠିକ ନଥିବା ବେଳେ କଟକ ଏସସିବିରେ ଚାଲିଛି ଚିକିତ୍ସା । ଅଧିକ ପଢନ୍ତୁ

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ମା କୁ ଠାବ କଲା ପୋଲିସ

ସମ୍ବଲପୁର : ପରିତ୍ୟକ୍ତ ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତକ ଶିଶୁକନ୍ୟାର ମାଙ୍କ ମିଳିଲା ସନ୍ଧାନ । ଶିଶୁକନ୍ୟାର ମାଆଙ୍କୁ ସମ୍ବଲପୁର ପୋଲିସ ଠାବ କରିଥିବାର ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ। ମହିଳା ଜଣକ ରେଙ୍ଗାଲି ଅଞ୍ଚଳର ବୋଲି ଜଣା ପଡିଛି । ତେବେ ଏନେଇ ସମ୍ବଲପୁର ଏସପି ସୂଚନା ଦେଇଥିଲେ ଯେ ପ୍ରାଥମିକ ସ୍ତରରେ ପଚରା ଉଚରା ସମୟରେ ଶିଶୁକନ୍ୟାର ମାଆର ମାନସିକ ସ୍ଥିତି ଭଲ ନଥିଲା । ତେଣୁ ତାଙ୍କର କଟକ ବଡ଼ ମେଡିକାଲରେ ମନସ୍ତତ୍ତ୍ବ ବିଭାଗରେ ଚିକିତ୍ସା ଚାଲିଛି ।

ବର୍ତ୍ତମାନ ମାଆର ସ୍ଥିତି ସ୍ବାଭାବିକ ହୋଇ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି l ତେବେ ଆସନ୍ତା 4 ରୁ 5 ଦିନ ଭିତରେ ତାଙ୍କ ର ସ୍ଥିତି ସୁଧୁରିବାର ଆଶା କରାଯାଉଛି l ପରେ ତାଙ୍କୁ ପୋଲିସ ପଚାର ଉଚରା କରିବ ବୋଲି ଏସପି କହିଛନ୍ତି l ତେବେ କେଉଁ ପରିସ୍ଥିତିରେ କିମ୍ବା କୌଣସି ମାନସିକ ବିଷାଦରେ ସେ ନିଜ ନବଜାତକ ଙ୍କୁ ବୋର ୱେଲ ରେ ପକେଇ ଦେଇଥିଲେ ସେନେଇ ସ୍ପଷ୍ଟ ହେବା ପରେ ପୋଲିସ ସେହି ଅନୁ ଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଏସପି କହିଛନ୍ତି l ତେବେ ଆବଶ୍ୟକ ପଡିଲେ କୋର୍ଟ ନିର୍ଦେଶ କ୍ରମେ DNA ପରୀକ୍ଷା କରାଯାଇ ପାରେ ବୋଲି କହିଛନ୍ତି ସମ୍ବଲପୁର ଏସପି l

ଏହା ମଧ୍ୟ ପଢନ୍ତୁ ... ବୋରୱେଲ୍‌ରୁ ଉଦ୍ଧାର ନବଜାତର ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି, ତଦନ୍ତ ଜୋରଦାର କଲା ପୋଲିସ

ସୂଚନା ଯୋଗ୍ୟ ଯେ ଗତ ଡିସେମ୍ବର 12 ତାରିଖ ରେ ରେଙ୍ଗାଲି ଥାନା ଆନ୍ତର୍ଗତ ଲାରିପାଲି ଗାଁ ଜଙ୍ଗଲ ଭିତରୁ ଏକ ୧୫ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରୁ ଶିଶୁକନ୍ୟାକୁ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗର ସହଯୋଗରେ 8 ଘଣ୍ଟା ର ଆକାନ୍ତ ପରିଶ୍ରମ ପରେ ଉଦ୍ଧାର କରାଯାଇଥିଲା l ପରେ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର ମେଡିକାଲର SNCU ୱାର୍ଡ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା l ସେହି ସମୟ ରେ ଶିଶୁକନ୍ୟାର ଇଣ୍ଟରନାଲ ବ୍ଲିଡିଂ ହେଉଥିବା ବେଳେ ନବଜାତର Necrotizing Entrocolitis ସମସ୍ୟା ରହିଥିଲା । ସାଧାରଣତଃ ସମୟ ପୂର୍ବରୁ ଜନ୍ମ ହୋଇ ଥିବା ଶିଶୁ ମାନଙ୍କ କ୍ଷେତ୍ର ରେ ଏ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଗତକାଲି ଭୀମସାର ମେଡିକାଲ ରେ ଶିଶୁକନ୍ୟା ଟିର ଏକୋଇଶିଆ କରାଯାଇଥିଲା ଏବଂ ଏହି ମୃତ୍ୟୁ ବିଜୟୀ ଶିଶୁକନ୍ୟାର ନାମ 'ବିଜୟିନୀ' ରଖାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.