ETV Bharat / state

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ବିଜେପି: ପୂର୍ବତନ ବିଧାୟକ

author img

By

Published : Jan 25, 2022, 9:10 AM IST

Updated : Jan 25, 2022, 11:34 AM IST

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ସମ୍ବଲପୁର ଜିଲ୍ଲା । ଚଳିତ ଥର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ 6 ଟି ଜିଲ୍ଲା ପରିଷଦ ସିଟ ହାତେଇବ ବିଜେପି । ଅଧିକ ପଢନ୍ତୁ

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ବିଜେପି: ରବି ନାଏକ

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ସମ୍ବଲପୁର ଜିଲ୍ଲା । ସହର ଠୁ ଆରମ୍ଭ କରି ଗାଁ ଗୁଡିକରେ ସବୁଠି ନିର୍ବାଚନୀ ଚର୍ଚ୍ଚା । ଜିଲ୍ଲା ପରିଷଦ ଆସନ ଉପରେ ଏବେ ପ୍ରତ୍ୟେକ ଦଳର ନଜର ରହିଥିବା ବେଳେ ଗତଥର 18 ଟି ଆସନରୁ 13 ଟିରେ ବିଜୟୀ ହୋଇଥିଲା ବିଜେପି । ତେବେ ଚଳିତ ଥର ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କୁଚିଣ୍ଡା ପୂର୍ବତନ ବିଜେପି ବିଧାୟକ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ।

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ବିଜେପି: ପୂର୍ବତନ ବିଧାୟକ

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 6 ଟି ଜିଲ୍ଲା ପରିଷଦ ସିଟ ଥିବା ବେଳେ ଗତ ଥର ବିଜେପି 5 ଟିରେ ବିଜୟୀ ହୋଇଥିଲା । କିନ୍ତୁ ଚଳିତ ଥର ଦଳ ୬ଟି ଆସନରେ ବିଜୟୀ ହେବ । ଏଥି ସହ ଜିଲ୍ଲାର ମୋଟ 18 ଟି ଆସନରୁ 14 ଟି ରେ ବିଜେପି ବିଜୟୀ ହେବ ବୋଲି କହିଛନ୍ତି ରବି ନାଏକ। ଅନ୍ୟପଟେ ସ୍ଥାନୀୟ ରାଜନୀତି ବିଶ୍ଳେଷଣଙ୍କ ଅନୁସାରେ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ବିଜେପି ର ସ୍ଥିତି ଭଲ ଅଛି। ଏଥର 6 ଟି ରୁ ବିଜେପି 4 ଅଥବା 5 ଟି ସିଟ ନେଇପାରେ ବୋଲି କହିଛନ୍ତି ସ୍ଥାନୀୟ ରାଜନୀତି ବିଶ୍ଳେଷକ ।

ଜିଲ୍ଲାରେ ଟୋକନ ସମସ୍ୟା, ମଣ୍ଡି ଅବ୍ୟବସ୍ଥା ସହ ଅନ୍ୟାନ୍ୟ କୃଷକ ସମସ୍ୟା ନେଇ ବିଜେପି ପ୍ରଚାର ମଇଦାନକୁ ଓହ୍ଲାଇବ । ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ପାତର ଅନ୍ତର, 4 ଡ଼ିସିମିଲ ଜମି,ଜଙ୍ଗଲ ଜମି, ରାସ୍ତା ଘାଟ ସମସ୍ୟା ,ଷ୍ଟ୍ରିଟ ଲାଇଟ ସମସ୍ୟା ଆଦି କୁ ନେଇ ବିଜେପି ପଞ୍ଚାୟତ ନିର୍ବାଚନରେ ବାଜିମାତ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 25, 2022, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.