ETV Bharat / state

ସମ୍ବଲପୁରରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ସତ୍ୟାଗ୍ରହ

author img

By

Published : Dec 27, 2022, 10:31 AM IST

ବିଜେଡି ସରକାର ବିରୋଧରେ ସତ୍ୟାଗ୍ରହ କରିଛି ସମ୍ବଲପୁର ଜିଲ୍ଲା ବିଜେପି । ସମ୍ବଲପୁର ଗୋଲବଜାର ଛକରେ ଏହି ସତ୍ୟାଗ୍ରହ କରାଯାଇଥିଲା । ଅଧିକ ପଢ଼ନ୍ତୁ

satyagraha against state government
ବିଜେପିର ସତ୍ୟାଗ୍ରହ
ବିଜେପିର ସତ୍ୟାଗ୍ରହ

ସମ୍ବଲପୁର : ସାରା ରାଜ୍ୟରେ ବିଜୁ ଜନତା ଦଳ ସୋମବାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ସମୟରେ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ପାଳନ କରାଯାଇଛି । ରାଜ୍ୟ ବିଜେଡି ସରକାର ବିରୋଧରେ ସତ୍ୟାଗ୍ରହ କରିଛି ବିଜେପି ।

ବିଜେଡି ସରକାରଙ୍କ ୨୬ ବର୍ଷର ଶାସନ କାଳରେ ବିଭିନ୍ନ ପ୍ରସଙ୍ଗରେ ବିଫଳତା, ରାଜ୍ୟରେ ରାଜନୈତିକ ଅପରାଧ ବୃଦ୍ଧି ହୋଇ ଚରମ ସୀମାରେ ପହଞ୍ଚିବା, ନାରୀ ନିର୍ଯାତନା ଭଳି ଅପରାଧ ବୃଦ୍ଧି, ଶିଶୁ ଅପହରଣ, ହତ୍ୟା, ନିଖୋଜ, ନିଶା କାରାବାର ବୃଦ୍ଧି, ଗୋହତ୍ୟା, ଗୋଚାଲାଣ, ଦୁର୍ନୀତି ଆଦି ଅପରାଧ ବଢି ଚାଲିଛି । ଏଭଳି ଅଭିଯୋଗ କରି ସମ୍ବଲପୁର ଗୋଲବଜାର ଛକରେ ବିଜେପି ସତ୍ୟାଗ୍ରହ କରିଛି ।

ଏହାସହ ଶ‍ାସକ ଦଳ ବିଧାୟକ ଓ ମନ୍ତ୍ରୀମାନେ ସବୁ ପ୍ରକାର ଅପରାଧରେ ଜଡିତ ରହିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, ଆଇନଜୀବୀଙ୍କୁ ଜେଲ୍‌ରେ ପୁରାଇବା ବିରୋଧ କରିଛି ବିଜେପି । ଏଭଳି ଅଭିଯୋଗ ନେଇ ଆଜି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରାଯାଇଛି । ଗୋଲ ବଜାର ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି ।

ଏହି ସତ୍ୟାଗ୍ରହରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବରିଷ୍ଠ ନେତା ଅନୀଲ ବେହେରା, ସମୀର ରଞ୍ଜନ ବାବୁଙ୍କ ସହ ବହୁ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ରାଜନୀତିର ଅପରାଧୀକରଣରେ ଅନେକ ବିଜେଡ଼ିର ମନ୍ତ୍ରୀ ଓ ବିଧାୟକମାନେ ସମ୍ପୃକ୍ତ ଅଛନ୍ତି ।

କିନ୍ତୁ କୌଣସି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏଯାଏଁ ନେଇ ନାହାଁନ୍ତି । ଯଥା ପରୀର ହତ୍ୟାକାଣ୍ଡରେ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନା, ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ର । ଏବେ ସବୁଠୁ ବଡ଼ ଚର୍ଚ୍ଚା ଚାଲିଛି ଗୋବିନ୍ଦ ସାହୁ, ଯିଏକି ମମିତା ମେହେରକୁ ହତ୍ୟା କରି ଜେଲରେ ଥିଲେ । ଆଉ ତାଙ୍କୁ ଜେଲରେ ମାରି ଦିଆଯାଇଛି ।

ତାଙ୍କୁ ବିଜେଡି ସରକାର ଓ ପ୍ରଶାସନ ଗୋଟିଏ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି । ସବୁ ଅପରାଧରେ ବିଜେଡିର ରାଜନୈତିକ ନେତାମାନେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିଗତ ଦିନରେ ବହୁ ରାଜନୈତିକ ହତ୍ୟା ହୋଇସାରିଛି ।

ସେ ମାହାଙ୍ଗା ଡବଲ ମର୍ଡର ହେଉ କି ଗଞ୍ଜାମରେ ଅପରାଧ କଥା । ସବୁଠି ଅଛି ବିଜେଡ଼ିର ହାତ । ସେହିପରି ମୁଖ୍ୟମନ୍ତ୍ରୀ କହିଲେ କାହାରି କଚ୍ଚା ଘର ରହିବ ନାହିଁ । ସମସ୍ତେ ପକ୍କା ଘରେ ରହିବେ। ସେହିପରି ଧାନର ଅଭାବିବିକ୍ରି ନେଇ ଅନେକ ଅଭିଯୋଗ ଆସିଛି । ଏଭଳି ସମସ୍ତ ପ୍ରକାରର ଦୁର୍ନୀତି ନିଜେ ସମ୍ପୃକ୍ତ ଅଛନ୍ତି । ସେ ଦୃଷ୍ଟିକୋଣରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓ ପ୍ରଶାସନ ପାଖରେ ଏକଥା ପହଞ୍ଚାଇବା ପାଇଁ ଆଜି ସତ୍ୟାଗ୍ରହ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.