ETV Bharat / state

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତିକୁ ବିରୋଧ, ଆନ୍ଦୋଳନ ଆରମ୍ଭ କଲା ଛାତ୍ର BJD - sambalpur bjd youth student front

ସମ୍ବଲପୁରସ୍ଥିତ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମ୍ବଲପୁର ଯୁବଛାତ୍ର ବିଜେଡିର ଆନ୍ଦୋଳନ । ଅଧିକ ପଢନ୍ତୁ...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଯୁବ ଛାତ୍ର ବିଜେଡିର ଆନ୍ଦୋଳନ

author img

By

Published : Aug 27, 2021, 5:52 PM IST

ସମ୍ବଲପୁର: ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁର ଯୁବ ଛାତ୍ର ବିଜେଡିର ଆନ୍ଦୋଳନ । ସମ୍ବଲପୁରସ୍ଥିତ ପୁରୁଣା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହାର ପ୍ରତିବାଦରେ ମୁଣ୍ଡ ଟେକିଛି ଏହି ଆନ୍ଦୋଳନ । ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରିବା ସହ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଛି ଯୁବଛାତ୍ର ବିଜେଡି ।

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଯୁବ ଛାତ୍ର ବିଜେଡିର ଆନ୍ଦୋଳନ

1978 ମସିହାରେ ସମ୍ବଲପୁରର ସ୍ଥାପନ ହୋଇଥିଲା ଏହି ଦୂରଦର୍ଶନ କେନ୍ଦ୍ର । ହେଲେ ବର୍ତ୍ତମାନ ଦୂରଦର୍ଶନ କେନ୍ଦ୍ରର ଯନ୍ତ୍ରପାତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ସହ ଏହାର କର୍ମଚାରୀମାନଙ୍କୁ ବଦଳି କରାଯାଉଛି ଏବଂ ପଦବୀଗୁଡିକୁ ଖାଲି କରାଯାଉଥିବା ଅଭିଯୋଗ କରିଛି ବିଜେଡି । ମାତ୍ର ଏହାକୁ ବନ୍ଦ ହେବାକୁ ଦିଆଯିବନି ବୋଲି କହିଛି ଦଳ । ଯାହାକୁ ନେଇ ଆଜି ସମ୍ବଲପୁର ଯୁବଛାତ୍ର ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।

ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତିଙ୍କ ସମେତ ବହୁ ନେତା ଓ କର୍ଯ୍ୟକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.