ETV Bharat / state

ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବେ ପ୍ରଣବ ! ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Jan 13, 2024, 7:53 PM IST

Pranab Prakash Das: ସମ୍ବଲପୁର ଲୋକସଭା ଆସନରେ ହେବ ହାଇପ୍ରୋଫାଇଲ ଫାଇଟ୍‌ । ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଏଠାରୁ ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନକୁ ଓହ୍ଲାଇପାରେ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବେ ପ୍ରଣବ !
ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବେ ପ୍ରଣବ !
ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବେ ପ୍ରଣବ !

ସମ୍ବଲପୁର: ଆଗକୁ ଆସୁଛି ସାଧାରଣ ନିର୍ଵାଚନ । ଏହାକୁ ଦୃଷ୍ଟିରେ ରଖି ସବୁ ପ୍ରମୁଖ ରାଜନୈତିକ ଦଳ ଏବେ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜ ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଲେଣି । ଏହାରି ଭିତରେ କେଉଁ ଦଳରୁ କିଏ କେଉଁ ଆସନରୁ ପ୍ରାର୍ଥୀ ହେବ, ସେନେଇ ଚର୍ଚ୍ଚା ଜୋର ଧରିଲାଣି । ବିଗତ ଗୋଟିଏ ବର୍ଷ ହେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘନ ଘନ ସମ୍ବଲପୁର ଗସ୍ତ କରୁଥିବା ବେଳେ ଆଗାମୀ ନିର୍ବାଚନରେ ସେ ସମ୍ବଲପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ସମ୍ବଲପୁରରେ ବିଜେଡି ପକ୍ଷରୁ ପ୍ରଣବ ପ୍ରକାଶ ଦାସ ସାଂସଦ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି ।

ଏନେଇ ଆଜି ରେଢ଼ାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ନିଜେ ପତିକ୍ରିୟା ରଖିଛନ୍ତି । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ସେ କହିଛନ୍ତି, "ପ୍ରଣବ ପ୍ରକାଶ ଦାସ ଜଣେ ଦକ୍ଷ ସଂଗଠକ । ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ିଲେ ଲୋକସଭା ସିଟ୍‌ ସମେତ 7ଟି ଯାକ ବିଧାନସଭା ସିଟରେ ବିଜେଡିର ବିଜୟ ସୁନିଶ୍ଚିତ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସର୍ବମାନ୍ୟ ।" ସୂଚନାଯୋଗ୍ୟ, ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ପ୍ରଣବ ପ୍ରକାଶ ଦାସ ସାମ୍ବାଦିକ ମାନଙ୍କ ସହ ଏକ ସୌଜନ୍ୟମୂଳକ ବୈଠକରେ ଯୋଗ ଦେଇଥିବା ବେଳେ ତାଙ୍କୁ ଏନେଇ ପଚରାଯାଇଥିଲା । ସେ ଏହାକୁ ଏଡ଼ାଇ ନଥିଲେ ବି ମୁଖ୍ୟମନ୍ତ୍ରୀ ଚାହିଁଲେ ମୁଁ ସମ୍ବଲପୁରରୁ ନିର୍ବାଚନ ଲଢ଼ିବି ବୋଲି କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସମଲେଶ୍ୱରୀ ମନ୍ଦିରରେ ପାଣ୍ଡିଆନ, ସମଲେଇ ଯୋଜନାର କଲେ ସମୀକ୍ଷା

ଅନ୍ୟପଟେ ଏହି ପ୍ରସଙ୍ଗ ନେଇ ରାଜନୀତି ସମୀକ୍ଷକ କହିଛନ୍ତି, "ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘନ ଘନ ସମ୍ବଲପୁର ଗସ୍ତ କରୁଛନ୍ତି । ସମ୍ବଲପୁର ଲୋକସଭା ସିଟ୍‌ରୁ ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ହେବା ନେଇ ଗୋଟିଏ ପ୍ରକାର ସ୍ଥିର ହୋଇଯାଇଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବାପାଇଁ ବିଜେଡି ଏବେ ନେତା ଅନ୍ବେଷଣରେ ଅଛି । ଏଭଳି ସ୍ଥିତିରେ ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଏହାର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ଚର୍ଚ୍ଚା ହେଉଛି । ଏନେଇ ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ମଧ୍ୟ ମୁହଁ ଖୋଲିଛନ୍ତି । ଯାହା ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ।" ତେବେ ରୋହିତ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ବାହାରିଆ ପ୍ରାର୍ଥୀ କହୁଥିବା ବେଳେ ଯାଜପୁର ଜିଲ୍ଲାର ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ବାସୀ କିପରି ଗ୍ରହଣ କରିବେ, ସେନେଇ ବିଜେଡିରେ ମାନସମନ୍ଥନର ଆବଶ୍ୟକତା ଅଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.