ETV Bharat / state

ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଦାସ - ବିଜେଡି ସୁପ୍ରିମୋ

ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେଡିର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାଜ୍ୟର ବିଭିନ୍ନ ଦାବି ନେଇ ସିଦ୍ଧାର୍ଥ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 4, 2019, 3:09 PM IST

ସମ୍ବଲପୁର: ବିଜେଡିର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଅଭିନନ୍ଦନ ଓ ରାଜ୍ୟବାସୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ପ୍ରମୁଖ ବିଭାଗ ପଶ୍ଚିମ ଓଡ଼ିଶାର ପ୍ରତିନିଧିମାନଙ୍କୁ ଦେଇଥିବାରୁ ସିଦ୍ଧାର୍ଥ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଥିସହ ସିଦ୍ଧାର୍ଥ ବୁର୍ଲାର ଭିମସାର ରେ ଥିବା ସମସ୍ତ ସମସ୍ୟା ଦୂର କରି ଏହାକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ସହ ରାଜ୍ୟର ସମସ୍ତ ଡାକ୍ତର ପଦଵୀ ପୂରଣ କରିବା, ସମ୍ବଲପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବା, ସମ୍ବଲପୁର ମହାନଗରରେ ଥିବା ସମସ୍ତ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ନେଇ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ସମ୍ବଲପୁର ମହାନଗର ନିଗମରେ ନୂତନ ଭାବେ ମିଶିଥିବା ସମସ୍ତ 12ଟି ପଞ୍ଚାୟତର ଚାଷୀଙ୍କୁ କାଳିଆ ଯୋଜନାର ସୁଫଳ କିପରି ମିଳିପାରିବ ତାର ସୁବିଧା କରିବା, ଜମନକିରା, ଯୁଜୁମୁରା, କୁଚିଣ୍ଡା, ବାମରା ଆଦି ଆଦିବାସୀ ବହୁଳ ବ୍ଲକ ଗୁଡ଼ିକର ସମନ୍ବିତ ବିକାଶ ପାଇଁ ଏହାକୁ ଏକ ଯୋଜନା ଭାବେ ଘୋଷଣା କରାଯାଉ ବୋଲି ସିଦ୍ଧାର୍ଥ କହିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀମାନେ ସଂଗ୍ରହ କରୁଥିବା ଜଙ୍ଗଲଜାତ ଦ୍ରବ୍ୟର କ୍ରୟବିକ୍ରୟ ପାଇଁ ସରକାରଙ୍କ ତରଫରୁ ସର୍ଵନିମ୍ନ ସହାୟକ ରାଶି ଧାର୍ଯ୍ୟ କରାଯାଉ ଓ OFDC ଜରିଆରେ କିଣାଯାଉ ବୋଲି ସିଦ୍ଧାର୍ଥ ପ୍ରତିକ୍ରିୟା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

uikh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.