ETV Bharat / state

ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ, କହିଲେ ସବୁ ସିଟ୍‌ରେ ବିଜୟୀ ହେବୁ - pranab prakash das on a visit to sambalpur

ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଗସ୍ତ କରିଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ପରିଦର୍ଶନ ଓ ନେତାଙ୍କ ସହ ଆଲୋଚନା ପରେ ଆଗକୁ ଦଳ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ବିଜେଡି କର୍ମକର୍ତ୍ତା । ଅଧିକ ପଢନ୍ତୁ

ବିଜେଡି ପର୍ଯ୍ୟବେକ୍ଷକଙ୍କ ସମ୍ବଲପୁର ଗସ୍ତ
ବିଜେଡି ପର୍ଯ୍ୟବେକ୍ଷକଙ୍କ ସମ୍ବଲପୁର ଗସ୍ତ
author img

By

Published : Jul 2, 2023, 6:08 PM IST

ବିଜେଡି ପର୍ଯ୍ୟବେକ୍ଷକଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଗସ୍ତ କରିଛନ୍ତି l ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇବା ପରେ ପ୍ରଥମ କରି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ତାଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ବର୍ତ୍ତମାନ ସମ୍ବଲପୁର ଜିଲାରେ ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ବିବାଦ ଥିବାର ଚର୍ଚ୍ଚା ହେଉଥିବାବେଳେ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ଆଗକୁ ଦଳକୁ ସଂଗଠିତ କରି ନେତାଙ୍କୁ କିପରି ଏକଜୁଟ କରିବେ ସେନେଇ ସେ ସମ୍ବଲପୁର ଆସିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l

ଆଜି ସକାଳ 8ଟା ସମୟରେ ସେ ରେଢ଼ାଖୋଲରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଏହାପରେ ଏକ ବାଇକ ଶୋଭାଯାତ୍ରରେ ବିଜେଡି ନେତା ଓ କାର୍ଯ୍ୟକର୍ତାମାନେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କୁ ରେଢ଼ାଖୋଲରୁ ସମ୍ବଲପୁର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ l ରେଢ଼ାଖୋଲରୁ ସମ୍ବଲପୁର ମଧ୍ୟରେ ବହୁ ସ୍ଥାନରେ ତାଙ୍କୁ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ଏହାପରେ ସମ୍ବଲପୁରର ଜେଲ ଛକ ପହଞ୍ଚିବା ପରେ ସେଠାରେ ତାଙ୍କୁ ହଜାର ହଜାର ବିଜେଡି କର୍ମୀ ଓ ଜିଲ୍ଲାର ନେତାମାନେ ସ୍ବାଗତ କରିଥିଲେ । ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ, ଯୁବ ନେତା ସିଦ୍ଧାର୍ଥ ସାହା ପ୍ରମୁଖ ନେତାମାନେ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ଦେଖିବାକୁ ମିଳିଛି l ଏହାପରେ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ପ୍ରଣବ l ପରେ ବିଜେଡି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଲୋକଙ୍କୁ ସେବା ଯୋଗାଇବାରେ ଆନ୍ତରିକତା ରଖ: ଅତିରିକ୍ତ ଶାସନ ସଚିବ

ତେବେ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ସେ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ଏଥର ବିଜେଡି ସଂଗଠିତ ହୋଇ 2024 ନିର୍ବାଚନ କିପରି ଲଢେଇ କରିବ ସେନେଇ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ l ଅନ୍ୟପଟେ ପ୍ରଣବ ପ୍ରକାଶ ଦାସଙ୍କ ପରିଦର୍ଶନ ଓ ନେତାଙ୍କ ସହ ଆଲୋଚନା ପରେ ଆଗକୁ ଦଳ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ବିଜେଡି କର୍ମକର୍ତ୍ତା । ଜିଲ୍ଲାର 4ଟି ଯାକ ବିଧାନସଭା ସିଟ୍‌ ହାତେଇବା ନେଇ ଦଳୀୟ କର୍ମକର୍ତ୍ତାମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.