ETV Bharat / state

ବିଜେଡିର ମୁଣ୍ଡବ୍ୟଥା ପାଲଟିବେ ରୋହିତ ! କହିଲେ କୌଣସି ଶକ୍ତି ରେଢ଼ାଖୋଲର ସେବା କରିବାରେ ରୋକି ପାରିବନି - କୌଣସି ଶକ୍ତି ରେଢ଼ାଖୋଲର ସେବା କରିବାରେ ରୋକି ପାରିବନି

ରାଜନୀତିରେ ବୟସ ସୀମାରେଖା ଉପରେ ବୟାନବାଜି ପାଇଁ ସେ ଚର୍ଚ୍ଚାକୁ ଆସିବା ପରେ କିଛିଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀପଦରୁ ବିଦା ହୋଇଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ଆଜି କୌଣସି ଶକ୍ତି ମୋତେ ରେଢ଼ାଖୋଲର ସେବା କରିବାରେ ରୋକି ପାରିବନି କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢ଼ନ୍ତୁ

ବିଜେଡିର ମୁଣ୍ଡବ୍ୟଥା ପାଲଟିବେ ରୋହିତ !
ବିଜେଡିର ମୁଣ୍ଡବ୍ୟଥା ପାଲଟିବେ ରୋହିତ !
author img

By

Published : Jun 25, 2023, 10:47 PM IST

ବିଜେଡିର ମୁଣ୍ଡବ୍ୟଥା ପାଲଟିବେ ରୋହିତ !

ସମ୍ବଲପୁର: ପୁଣି ଚର୍ଚ୍ଚାରେ ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ପୂର୍ବରୁ ରାଜନୀତିରେ ବୟସ ସୀମାରେଖା ଉପରେ ବୟାନବାଜି ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ ଏହାର କିଛିଦିନ ପରେ ଏକ ନାଟକୀୟ ଢଙ୍ଗରେ ତାଙ୍କୁ ମନ୍ତ୍ରୀପଦରୁ ହଟେଇ ଦିଆଗଲା । ସନ୍ତୋଷଜନକ ପ୍ରଦର୍ଶନ ନକରିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିବା ସୂଚନା ଦିଆଗଲା । ଏହି କିଛିଦିନ ଭିତରେ ରେଢ଼ାଖୋଲ ଅଞ୍ଚଳରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗତିବିଧି ବଢ଼ିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରସନ୍ନ ବାବୁଙ୍କୁ କୁଆଡେ ରେଢ଼ାଖୋଲ ଟିକେଟ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଲା । ଅନ୍ୟପଟେ ରୋହିତ ପୂଜାରୀ ରେଢ଼ାଖୋଲ ଆସନ ଛାଡିବାକୁ ରାଜି ନଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ସଭାରେ ନିଜର ଭାଷଣକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।

ଆଜି ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ ଠାରେ ଅନୁଷ୍ଠିତ ଏକ ସଭାରେ ରୋହିତ କହିଛନ୍ତି, "ଏଠି ମୋର ଅଧ୍ୟାୟ ସରୁନାହିଁ, ମୋର ଅଧ୍ୟାୟ ଆରମ୍ଭ ହେଲା । ମରିବା ପର୍ଯ୍ୟନ୍ତ ମୁଁ ରେଢ଼ାଖୋଲ ସହିତ ରହିଛି ଓ ରହିବି । ଲୋକଙ୍କ କାମ କରୁଛି ଓ କରୁଥିବି । ଏମିତି କେଉଁ ଶକ୍ତି ନାହିଁ, ଯିଏ ମୋତେ ଅଟକାଇଦେବ ରେଢ଼ାଖୋଲ ମାଟିର ସେବା କରିବା ପାଇଁ । ଜଣେ ବିଧାୟକ ସେତିକି କାମ କରିବ, ସ୍ଥାନୀୟ ଲୋକେ ଯେତିକି ବଳ ଦେବେ । ମୋର ବଳ ଆପଣମାନେ, ଆପଣମାନେ ଯେତେ ବଳ ଓ ଶକ୍ତି ଦେବେ, ମୁଁ ସେତେ ଆଗକୁ ଦୌଡିବି । ଯଦି ସ୍ଥାନୀୟ ଲୋକ ନଚାହିଁବେ, ମୁଁ କଣ କରିବି । ଆପଣମାନେ ସହଯୋଗ ନକଲେ, ହିରୋରୁ ଜିରୋ ହେବାକୁ ସମୟ ଲାଗିବ ନାହିଁ ।"

ତେବେ ବର୍ତ୍ତମାନ ରୋହିତଙ୍କ ଏହି ବୟାନ ସେ ଆଗକୁ ରେଢ଼ାଖୋଲ ଆସନ ଛାଡ଼ିବେ ନାହିଁ ବୋଲି ସୂଚାଉଥିବା ଚର୍ଚ୍ଚା ହେଉଛି । ଏହା ସହିତ ସେ ଆଗାମୀ ବିଧାନସଭା ନିର୍ବାଚନରେ ରେଢ଼ାଖୋଲ ଟିକେଟ ନପାଇଲେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ରେଢ଼ାଖୋଲରେ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀଙ୍କ ମଧ୍ୟରେ ଅନେକ ସମୟରେ ଶୀତଳଯୁଦ୍ଧ ଚର୍ଚ୍ଚାକୁ ଆସିଛି । ଏବେ ରୋହିତ ପୂଜାରୀଙ୍କ ଏଭଳି ମନ୍ତବ୍ୟ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.