ETV Bharat / state

ବାଇକ ଚୋରି ରାକେଟ ଠାବ, 3 ଗିରଫ

ବାଇକ ଚୋରି ରାକେଟ ଠାବ କରିବାରେ ସଫଳ ହୋଇଛି ଜମେନକିରା ପୋଲିସ । ଏହି ଘଟଣାରେ 3 ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 13, 2022, 9:17 AM IST

bike theft racket detected by jamankira police
ବାଇକ ଚୋରି ରାକେଟ ଠାବ,3 ଗିରଫ

ସମ୍ବଲପୁର: ବାଇକ ଚୋରି ରାକେଟ ଠାବ କରିବାରେ ସଫଳ ହୋଇଛି ଜମେନକିରା ପୋଲିସ । ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଥିବା ବେଳେ ସମ୍ପୃକ୍ତ ଥିବା ଅନ୍ୟ ଲୋକଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି । ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏହି ବାଇକ ଚୋରି ରାକେଟ ଧରିବାକୁ ଜମେନକିରା ଥାନା ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା ।

ବାଇକ ଚୋର ଅଭିଯୁକ୍ତ ଗ୍ୟାଙ୍ଗ ଗୌଡ଼ପାଲି ଓ ସମ୍ବଲପୁର ସହର ଅଞ୍ଚଳରେ ସକ୍ରିୟ ଥିଲା । ଗିରଫ ଅଭିଯୁକ୍ତମାନେ ଶାସନ ଥାନା ଅଞ୍ଚଳର ସୁଶାନ୍ତ ଛତର, ଜମେନକିରା ଥାନା ଅଞ୍ଚଳର ଉମେଶ ପେନ୍ଥେଇ ଓ ବୁର୍ଲା ଥାନା ଅନ୍ତର୍ଗତ ଅରବିନ୍ଦ ମୁଦୁଲି ହୋଇଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ 4ଟି ବାଇକ ଜବତ ହୋଇଛି । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.