ସମ୍ବଲପୁର : ଆଜି ସମ୍ବଲପୁର ନାରୀ ସେବା ସଦନ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲା ବିଜୁ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଜୁ ଜୟନ୍ତୀ ତଥା ଏହାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାଃ ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁରର ପୂର୍ବତନ ସାଂସଦ ଭବାନୀ ହୋତା, ବିଜେଡି ନେତା ବିଜୟ ମହାନ୍ତି, ଶ୍ରମିକ ନେତା ଗୋକୁଳ ମେହେର ତଥା ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖଙ୍କ ସହ ପ୍ରାୟ 1 ହଜାର ନିର୍ମାଣ ଶ୍ରମିକ ସାମିଲ ହୋଇଥିଲେ।
ଏହି ଅବସରରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ନେଇ ଯେଉଁସବୁ ଯୋଜନା ରହିଛି ସେହି ବିଷୟର ଶ୍ରମିକ ମାନଙ୍କୁ ସଚେତନ କରାଯାଇଥିଲା । କେତେକ ଶ୍ରମିକ ଓ ଶ୍ରମିକ ନେତାଙ୍କୁ ସଂଘ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ