ETV Bharat / state

ବିଶ୍ବାସର ନାଁ କଳାପଥର

କେଉଁ ଅନାଦି କାଳରୁ ରହିଛି ଏହି ପଥର। ଆଉ ଏହାର ବୈଶିଷ୍ଟତା ହେଲା ଏହା ଉପରେ ଛିଡା ହୋଇ କେହିବି ମିଛ କହିପାରନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ।ଆଉ ଏହି ଅନ୍ତରାଳରେ ରହିଛି ହିଁ ଏକ ବିସ୍ତିର୍ଣ୍ଣ ଓ ମସୃଣ କଳା ପଥର। ଏହା ଉପରେ ଆମର ସ୍ବତନ୍ତ୍ର ରିପୋର୍ଟ...

author img

By

Published : Jul 16, 2019, 3:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ତଥା ସାଂସ୍କୃତିକ ପେଣ୍ଠସ୍ଥଳୀ ସମ୍ଵଲପୁର ସହର ଝାଡୁଆପଦାରେ ରହିଛି ଐତିହାସିକ ବ୍ରହ୍ମପୁରା ମନ୍ଦିର। ଚୌହାନ ବଂଶର ରାଜାଙ୍କ ରାଜୁତି ସମୟରେ ଏହା ନିର୍ମିତ ହୋଇଥିଲା ବୋଲି କୁହାଯାଏ। ମନ୍ଦିରଟି ହେଉଛି ଜଗନ୍ନାଥ ମନ୍ଦିର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ମନ୍ଦିରର ଗମ୍ଭୀରା ଓ ଜଗମୋହନ ଭିତରେ ରହିଛି ଅନ୍ତରାଳ। ଆଉ ଏହି ଅନ୍ତରାଳରେ ରହିଛି ହିଁ ଏକ ବିସ୍ତିର୍ଣ୍ଣ ଓ ମସୃଣ କଳା ପଥର। କେଉଁ ଅନାଦି କାଳରୁ ରହିଛି ଏହି ପଥର। ଆଉ ଏହାର ବୈଶିଷ୍ଟତା ହେଲା ଏହା ଉପରେ ଛିଡା ହୋଇ କେହିବି ମିଛ କହିପାରନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ। ପୁରୁଣା କାଳରେ ଯେତେବେଳେ ଦୁଇ ଗୋଷ୍ଠୀ ବା ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ଲାଗେ, ଏହି ପଥର ଉପରେ ଛିଡା ହୋଇ ଶପଥ କରୁଥିଲେ। ଆଉ ଏଠି ଶପଥ କରିଲେ ଏହା ସତ ବୋଲି ମଧ୍ୟ ମାନ୍ୟତା ଥିଲା। ଯିଏ ଏଠି ମିଛ କହେ , ଉକ୍ତ ବ୍ୟକ୍ତିର ବ୍ୟକ୍ତିଗତ ଅଥବା ପରିବାରିକ ଅନିଷ୍ଟ ଦେଖାଯାଏ ବୋଲି ଐତିହାସିକମାନେ କୁହନ୍ତି। ଏଠି ମିଛ କହିଥିବା ବହୁ ଧନ ପ୍ରାଚୁର୍ଯ୍ୟରେ ଭରପୁର ଥିବା ପରିବାର ରସାନ୍ତଳ ହୋଇଥିବାର ଦୃଷ୍ଟାନ୍ତ ଥିବାର ଐତିହାସିକମାନେ କୁହନ୍ତି।

ଏହି କଳା ପଥର ଉପରେ ଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସକୁ ବାସ୍ତବବାଦୀ ଇଂରେଜମାନେ ମଧ୍ୟ ବିଶ୍ୱାସ କରୁଥିଲେ। ବ୍ରିଟିଶ ଅମଳରେ କେହି ବ୍ୟକ୍ତି ଯଦି ଏହି ପଥର ଉପରେ ଛିଡା ହୋଇ ଶପଥ କରୁଥିଲେ ତାହାକୁ ଗୋରା ସାହେବ ମଧ୍ୟ ବିଶ୍ୱାସ କରୁଥିଲେ । ସେହି ବ୍ୟକ୍ତି ବିରୁଦ୍ଧରେ ଚଳୁଥିବା ମକଦ୍ଦମା ମଧ୍ୟ ବ୍ରିଟିଶ କୋର୍ଟରେ ଖାରଜ ହୋଇଯାଉଥିଲା ଓ ସେହି ବ୍ୟକ୍ତିକୁ ନିର୍ଦୋଷରେ ଖଲାସ କରାଯାଉଥିଲା। ବ୍ରିଟିଶ ଅଫିସର ମେଜର ଈମ୍ପେ ଯେତେବେଳେ ସୁରେନ୍ଦ୍ର ସାଏ ଓ ତାଙ୍କର ସାଥୀଙ୍କ ସହ ବୁଝାମଣା କରିଥିଲେ ସେତେବେଳେ ଏହି ପଥରରେ ହିଁ ଶପଥ କରିବାକୁ କହିଥିଲେ। ତେବେ ଶପଥ କରିବା ପୂର୍ବରୁ ଉଭୟ ପକ୍ଷର ଲୋକଙ୍କ ଠାରୁ ହସ୍ତାକ୍ଷର କରାଯାଉଥିଲା କାରଣ କେହି ଯଦି ମିଛ କହେ ତାହେଲେ ତାର ଅନିଷ୍ଟ ହେବା ଧାର୍ଯ୍ୟ ଥିଲା। ଆଉ ସେତେବେଳେ ମନ୍ଦିର କର୍ତ୍ତୃପକ୍ଷ ଦାୟୀ ହେବେନି ବୋଲି କୁହାଯାଉଥିଲା। ବାରମ୍ବାର କିଛି ଲୋକଙ୍କ ସହ ଅନିଷ୍ଟ ହେବାରୁ ଏବେ ଏହି ପଥରକୁ ଦେଖିବାକୁ ଅଥବା ଶପଥ କରିବାକୁ କିଛି ବର୍ଷ ହେଲା ବନ୍ଦ କରାଯାଇଛି।

ପୁର୍ବେ ସମ୍ବଲପୁରୀ ଭାଷାରେ ଗୋଟିଏ କଥା ଅଛି ଯେ ଯଦି ଦୁଇ ଜଣ ମଧ୍ୟରେ କେବେ ବିବାଦ ହୁଏ ତେବେ କୁହାଯାଉଥିଲା ' ଚାଲ ଜିମା ବରମ୍ ପୁରା କେ କିରିଆ କରି' । ଏହାକୁ ବିଶ୍ୱାସ କହିବା ନା ଭଗବାନଙ୍କ ପ୍ରତି ଭୟ ତାହା ବିଜ୍ଞାନର ପରିସୀମା ବାହାରେ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.