ETV Bharat / state

କିଏ ପ୍ରତାପ ଷଡଙ୍ଗୀ, କାହିଁକି ଆଜି ଚର୍ଚ୍ଚାରେ ? - PRATAP SARANGI

ସଡ଼କରୁ ସଂସଦ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀ । ସଂସଦ ଭବନରେ ଠେଲାପେଲାରେ ଆହତ ହୋଇଛନ୍ତି ବାଲେଶ୍ବର ସାଂସଦ । ଏଥିପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ।

PRATAP SARANGI
PRATAP SARANGI (ETV Bharat Odisha)
author img

By ETV Bharat Odisha Team

Published : Dec 19, 2024, 7:25 PM IST

Updated : Dec 19, 2024, 7:50 PM IST

ଭୁବନେଶ୍ବର: ସଂସଦ ଭବନରେ ଆହତ ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏଥିପାଇଁ ସେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ଏହି ଘଟଣାକୁ ନେଇ ସରଗରମ ରହିଛି ରାଜନୀତି । ରାହୁଲ ଗାନ୍ଧୀଙ୍କ ଉପରେ ବହୁ ବରିଷ୍ଠ ବିଜେପି ନେତା ବର୍ଷିଥିବା ବେଳେ ପାଲଟା ଅଭିଯୋଗ ଆଣିଛି କଂଗ୍ରେସ । ଏକ ପ୍ରକାର ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଜୋରଦାର ଚର୍ଚ୍ଚା କରାଯାଉଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ...

ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମ୍ପର୍କରେ...

  • ସାଂସଦ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଓଡ଼ିଶାର ସାଂସଦ । ସେ ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି ।
  • ଜାନୁଆରୀ 4, 1955 ମସିହାରେ ପ୍ରତାପ ଷଡଙ୍ଗୀଙ୍କ ଜନ୍ମ । ଘର ହେଉଛି ବାଲେଶ୍ବର ଜିଲ୍ଲାର ଗୋପିନାଥପୁର ଗାଁ ।
  • ଶିକ୍ଷାଗତ ଯୋଗ୍ୟତା ହେଉଛି, ଫକିର ମୋହନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।
  • RSSର ଜଣେ ସେବକ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରେ ମଧ୍ୟ କାର୍ଯ୍ୟ କରିଛନ୍ତି ପ୍ରତାପ ଷଡଙ୍ଗୀ
  • ସାଂସଦ ହେବା ପୂର୍ବରୁ ବିଧାୟକ ଥିଲେ ପ୍ରତାପ ଷଡଙ୍ଗୀ । ସେ ବାଲେଶ୍ବର ନୀଳଗିରି ଆସନରୁ 2 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ 2004-2009, ଦ୍ବିତୀୟ ଥର ପାଇଁ 2009-2014 ।
  • ପରେ 2014ରେ ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ହେଲେ ସେ ପରାଜୟ ବରଣ କରିଥିଲେ ।
  • ପୁଣି 2019ରେ ବିଜେପି ଟିକଟରୁ ବାଲେଶ୍ବରରୁ ଲଢିଥିଲେ । ପୂର୍ବତନ ବିଜେଡି ସାଂସଦ ରବିନ୍ଦ୍ର ଜେନାଙ୍କୁ 12,956 ଭୋଟରେ ହରାଇ ଜିତିଥିଲେ । ଏହାପରଠୁ ଲଗାତର ସେ ବାଲେଶ୍ବର ଲୋକସଭା କ୍ଷେତ୍ରରୁ ଜିତିଆସୁଛନ୍ତି ।
  • ସାଂସଦ ହେବା ପରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ସମସ୍ତଙ୍କ ପ୍ରିୟ ‘ନନା’ । ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।
  • ଜଣେ ସାଂସଦ ହୋଇ ବି ନିରାଡମ୍ବର ଜୀବନ ଶୈଳୀକୁ ନେଇ ସେ ବେଶ ଚର୍ଚ୍ଚାରେ ରୁହନ୍ତି ।
  • ସଂସ୍କୃତରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟକୁ ନେଇ ମଧ୍ୟ ବେଶ ପ୍ରଶଂସା କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ‘ପ୍ରତାପ ନନା’ଙ୍କୁ ପ୍ରଶଂସା କରିଛନ୍ତି ।

ଆଜିର ଏହି ଘଟଣାକୁ ନେଇ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛି ବିଜେପି । ରାଜରାସ୍ତାରେ ବିକ୍ଷୋଭ, ପ୍ରତିବାଦ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:

ପ୍ରତାପ ଷଡ଼ଙ୍ଗୀ ମୁଣ୍ଡ ଫାଟିବା ନେଇ ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, ନିନ୍ଦା କଲେ ଧର୍ମେନ୍ଦ୍ର ଓ ଅଶ୍ବିନୀ

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

Last Updated : Dec 19, 2024, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.