ETV Bharat / state

ଦଶହରା ପୂର୍ବରୁ ସମ୍ବଲପୁରରୁ ସଫାହେବେ ଅପରାଧୀ, 9 ଡକାୟତ ଗିରଫ

author img

By

Published : Sep 29, 2019, 7:06 PM IST

ସମ୍ବଲପୁର ପୋଲିସ ଦଶହରା ସମୟରେ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଆରମ୍ଭ କରିଛି ବିଶେଷ ଅଭିଯାନ । ଏହି ବିଶେଷ ଅଭିଯାନ ଚାଲିଥିବା ସମୟରେ ମୋଟ 12 ଜଣ ଅସାମାଜିକ ଯୁବକ ଗିରଫ ହୋଇଛନ୍ତି । ପୋଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ଦଶହରା ପୂର୍ବରୁ 9 କୁଖ୍ୟାତ ଡକାୟତକୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏହି 9 ଡକାୟତ ସମେତ ମୋଟ 12 ଅସାମାଜିକ ଯୁବକଙ୍କୁ ସମ୍ବଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦଶହରା ପୂର୍ବରୁ ସମ୍ବଲପୁର ଟାଉନ ଥାନା, ଅଇଁଠାପାଲି ଥାନା, କ୍ଷେତରାଜପୁର ଥାନା ଓ ଧନୁପାଲି ଥାନା ମିଳିତ ଚଢାଉ କରି ବିଭିନ୍ନ ସ୍ଥାନରେ ଏହି 12 ଜଣକୁ ଗିରଫ କରିଛି । ତେବେ 7 ଜଣ ଅସାମାଜିକ ଯୁବକ ଫେରାର ହେବାରେ ସଫଳ ହୋଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ଆଗକୁ ଦଶହରା ଆସୁଛି । ଦଶହରା ସମୟରେ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ସମ୍ବଲପୁର ପୋଲିସ ଆରମ୍ଭ କରିଛି ବିଶେଷ ଅଭିଯାନ । ଏହି ଅଭିଯାନରେ ସମ୍ବଲପୁର ସହରର 4 ଟି ଥାନା ଅଧିକାରୀ ଓ ଏକ ସ୍ବତନ୍ତ୍ର ସ୍ବାର୍ଡ ଗଠନ କରାଯାଇଛି । ବିଗତ କିଛି ଦିନ ମଧ୍ୟରେ ସମ୍ବଲପୁରର ବିଭିନ୍ନ ଥାନା ଅଞ୍ଚଳରେ ଏହି ବିଶେଷ ଅଭିଯାନ ଚାଲିଥିବା ସମୟରେ ମୋଟ 12 ଜଣ ଅସାମାଜିକ ଯୁବକ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 9 ଜଣ କୁଖ୍ୟାତ ଡ଼କାୟତ ଅଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଶିବ ପ୍ରଧାନ, ଟିଙ୍କୁ ଗଣ୍ଡ, ମହମ୍ମଦ ଜୁମନ, ନିଖିଳ ମୁଣ୍ଡା, ମହାଦେବ ମୁଣ୍ଡା, ରଞ୍ଜନ ପାତ୍ର, ନିଶାନ୍ତ ସିଂ, ମହମ୍ମଦ ସମୀର, ମହମ୍ମଦ କାଲୋ, ମହମ୍ମଦ ଚାନ୍ଦ ।

ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ କେତେକ ଡ଼କାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଦେଶୀ ବନ୍ଧୁକ, ଖେଳଣା ବନ୍ଧୁକ, ଛେଣି, ଛୁରୀ, ଲାଇଟ, ଗ୍ଲୋବସ, ଲଙ୍କା ପାଉଡର, ଲୁହା ରଡ଼ ପରି ଜିନିଷ ଜବତ କରାଯାଇଛି । ଆଗକୁ ପୋଲିସର ବିଶେଷ ଅଭିଯାନ ଜାରି ରହିବ ବୋଲି ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଦଶହରା ପୂର୍ବରୁ ସମ୍ବଲପୁର ପୋଲିସ ହାତରେ 9 କୁଖ୍ୟାତ ଡକାୟତକୁ।ଏହି 9 ଡକାୟତ ସମେତ ମୋଟ 12 ଅସାମାଜିକ ଯୁବକ ଙ୍କୁ ଆଜି ସମ୍ବଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଦଶହରା ପୂର୍ବରୁ ସମ୍ବଲପୁର ଟାଉନ ଥାନା, ଅଇଁଠା ପାଲି ଥାନା,କ୍ଷେତରାଜପୁର ଥାନା ଓ ଧନୁପାଲି ଥାନା ର ମିଳିତ ରେଡ଼ ସମୟରେ ବିଭିନ୍ନ ସ୍ଥାନରେ ଏହି 12 ଜଣ ଗିରଫ ହୋଇଛନ୍ତି।ତେବେ 7 ଜଣ ଅସାମାଜିକ ଯୁବକ ଫେରାର ହେବାରେ ସଫଳ ହୋଇଥିବା ଜଣାପଡିଛି।

Body:ଆଗକୁ ଦଶହରା ।ଆଉ ଦଶହରା ସମୟରେ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ସମ୍ବଲପୁର ପୋଲିସ ଆରମ୍ଭ କରିଛି ସ୍ପେସିଆଲ ଡ୍ରାଇବ।ଏଥିରେ ସମ୍ବଲପୁର ସହର ର 4 ଟି ଥାନା ର ଅଧିକାରୀ ଓ ଟିମ ସହ ସ୍ପେସିଆଲ ସ୍କ୍ୱାର୍ଡ ର ଟିମ ସାମିଲ ଅଛି। ବିଗତ କିଛି ଦିନ ମଧ୍ୟରେ ସମ୍ବଲପୁର ର ବିଭିନ୍ନ ଥାନା ଅଞ୍ଚଳରେ ଏହି ଡ୍ରାଇବ ଚାଲିଥିବା ବେଳେ ମୋଟ 12 ଜଣ ଅସାମାଜିକ ଯୁବକ ଗିରଫ ହୋଇଛନ୍ତି।ଏମାନଙ୍କ ମଧ୍ୟରେ 9 ଜଣ ଡ଼କାୟତ ଅଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ସାହୁ କଲୋନି ର ଶିବ ପ୍ରଧାନ, ବହିଦାର ବନ୍ଦଅଞ୍ଚଳର ଟିଙ୍କୁ ଗଣ୍ଡ, କୁମ୍ଭାର ପଡା ର ମହମ୍ମଦ ଜୁମନ, ମାଝିପାଡା ନିଖିଳ ମୁଣ୍ଡା, ବୃନ୍ଦାବନ ବିହାର ର ମହାଦେବ ମୁଣ୍ଡା, ଗୋପାଳମାଲ ର ରଞ୍ଜନ ପାତ୍ର, ଅଇଁଠା ପାଲି ଅଂଚଳର ନିଶାନ୍ତ ସିଂ,ପେନସନପଡା ର ମହମ୍ମଦ ସମୀର, ସୋନାପାଲି ର ମହମ୍ମଦ
କାଲୋ,ଗୌଟିଆ ପଡା ର ମହମ୍ମଦ ଚାନ୍ଦ।

Conclusion:ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ କେତେକ ଡ଼କାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି।ଏମାନଙ୍କ ଠାରୁ ଦେଶୀ ବନ୍ଧୁକ,ଖେଳଣା ବନ୍ଧୁକ,ଛେନି,ଛୁରୀ,ଲାଇଟ,ହେଣ୍ଡ ଗ୍ଲୋବ, ଲଙ୍କା ପାଉଡର ପେକେଟ, ଲୁହା ରଡ଼ ପରି ଜିନିଷ ଜବତ ହୋଇଛି। ଆଗକୁ ପୋଲିସ ର ସ୍ପେସିଆଲ ଡ୍ରାଇଭ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.