ETV Bharat / state

ଶୀତଳଷଷ୍ଠୀ ଯାତ୍ରା: ନନ୍ଦପଡାର ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ସମ୍ପନ୍ନ - invitation

ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ନନ୍ଦପଡାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ସମ୍ପନ୍ନ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଭଗବାନ ନୃସିଂହ ଏକ ଦିବ୍ୟ ବିମାନରେ ବସି ସହରର ସମସ୍ତ ଦେବାଳୟକୁ ଯାଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 5, 2019, 12:42 PM IST

ସମ୍ବଲପୁର: ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ନନ୍ଦପଡାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ସମ୍ପନ୍ନ ହୋଇଛି । ନୃସିଂହ ନିଉତା ଅର୍ଥ ହେଉଛି ଦେବ ଦମ୍ପତିଙ୍କ ବିବାହର ନିମନ୍ତ୍ରଣ କାର୍ଯ୍ୟ । ଆଉ ଏହି କାର୍ଯ୍ୟକୁ ଭଗବାନ ନରସିଂହ ହିଁ କରନ୍ତି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଳମ୍ୱିତ ରାତିରେ ଏହି ପରମ୍ପରା ସମ୍ପନ୍ନ ହୋଇଥିଲା । ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଭଗବାନ ନୃସିଂହ ଏକ ଦିବ୍ୟ ବିମାନରେ ବସି ସହରର ସମସ୍ତ ଦେବାଳୟକୁ ଯାଇଥିଲେ । ସେଠାରେ ମିଠେଇ, ସୁପାରୀ ଓ ହଳଦୀ ଗୁଣ୍ଡ ଦେଇ ଦେବ ଦମ୍ପତିଙ୍କ ବିବାହ ପାଇଁ ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭଗବାନ ନୃସିଂହଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରାରେ ପାରମ୍ପରିକ ଲୋକ କଳାକାର ସାମିଲ ହୋଇ ନିଜ କଳା ପରିବେଷଣ କରିଥିଲେ । ଘଣ୍ଟ ଶଙ୍ଖର ତାଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ କେବଳ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାରେ ହିଁ ନୃସିଂହ ଭଗବାନ ଦେବ ନିମନ୍ତ୍ରଣ କରନ୍ତି । ଏହା ପଛରେ ରହିଛି ଏକ ରୋଚକ କାହାଣୀ । ପୂର୍ବରୁ ଏଠାରେ ଏହି କାର୍ଯ୍ୟ ଶ୍ରୀକୃଷ୍ଣ ଭଗବାନ କରୁଥିଲେ । ତେବେ ବହୁ ବର୍ଷ ପୂର୍ବେ ମହାନଦୀରେ ଏକ ଭୟଙ୍କର ବନ୍ୟା ହୋଇଥିଲା । ସେ ସମୟରେ ବନ୍ୟା ଜଳରେ ନରସିଂହ ଭଗବାନଙ୍କ ଏକ କାଠ ମୂର୍ତ୍ତି ନିଜେ ଆସି ଵଂ ବରାଡ଼ ବାବାଙ୍କ ମନ୍ଦିରରେ ଅଟକି ରହିଥିଲେ । ସେହି ଦିନଠାରୁ ଏଠାରେ ନରସିଂହଙ୍କ ସ୍ଥାପନ କରାଯାଇ ଏହି ନୂଆ ପରମ୍ପରା ଆରମ୍ଭ ହୋଇଥିବା କୁହାଯାଏ ।

ଏଠାରେ ବର୍ଷକରେ ଥରେ ଭଗବାନ ନରସିଂହଙ୍କ ଦର୍ଶନ ମିଳିଥାଏ । ସେଥିପାଇଁ ନରସିଂହ ଭଗବାନଙ୍କ ଏହି ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ବିଶ୍ୱାସ ରହିଛି ଭଗବାନ ନରସିଂହ ଦେବ ନିମନ୍ତ୍ରଣ ପାଇଁ ବାହାରିଲେ ତାଙ୍କର ଦର୍ଶନ କରିବା ଦ୍ବାର ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

fghfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.