ETV Bharat / state

ଏଣିକି ଫ୍ୟାନ୍ସି ନମ୍ବର ପ୍ଲେଟ ଲଗାଇଲେ ଗଣିବାକୁ ପଡିବ ତଣ୍ଡ

ଅପରାଧିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବାକୁ ସମ୍ବଲପୁର ପୋଲିସ ଏବେ ଫ୍ୟାସନେବୁଲ ଓ ଡିଜାଇନ ହୋଇ ଲେଖାଯାଇଥିବା ନମ୍ବର ପ୍ଲେଟ ଉପରେ ରୋକ ଲଗାଇଛି ।

author img

By

Published : May 27, 2019, 8:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସହରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ ପ୍ରବଣତା । ବିଭିନ୍ନ ଢଙ୍ଗରେ ହେଉଛି ଅପରାଧ । ମୁଖ୍ୟତଃ ଯୁବପିଢି ବିଭିନ୍ନ ମାଦକ ଦ୍ରବ୍ୟର ଶିକାର ହୋଇ ଘଟାଉଛନ୍ତି ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ । ଆଉ ଖାସ ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ବାଇକ ଓ କାର ବ୍ୟବହାର କରୁଛନ୍ତି । ତେବେ ଏହି ଅପରାଧିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବାକୁ ସମ୍ବଲପୁର ପୋଲିସ ଏବେ ଫ୍ୟାସନେବୁଲ ଓ ଡିଜାଇନ ହୋଇ ଲେଖାଯାଇଥିବା ନମ୍ବର ପ୍ଲେଟ ଉପରେ ରୋକ ଲଗାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ବର୍ତ୍ତମାନ ଯୁବପିଢିଙ୍କ ପସନ୍ଦ ହେଉଛି ବାଇକ ଓ ଫ୍ୟାନ୍ସି ଜିନିଷ । ଏଥିପାଇଁ ଯୁବପିଢି ଏବେ ନିଜ ବାଇକ ଓ କାରରେ ମଧ୍ୟ ବିଭିନ୍ନ ଡିଜାଇନର ଫ୍ୟାନ୍ସି ନମ୍ବର ପ୍ଲେଟ ଲଗାଉଛନ୍ତି । ଆଉ ଏହିପରି ନମ୍ବର ପ୍ଲେଟ ଯୋଗୁଁ ବିଭିନ୍ନ ସମୟରେ ଜଘନ୍ୟ ଅପରାଧ କରି ଫେରାର ହେଉଛନ୍ତି ଅପରାଧୀ । କେବଳ ଡିଜାଇନ ନମ୍ବର ପ୍ଲେଟ ଯୋଗୁଁ ଅପରାଧୀଙ୍କ କାର ଓ ବାଇକକୁ ଚିହ୍ନଟ କରିବାରେ ନାକେଦମ ହୋଇଥାଏ ପୋଲିସ । ସେଥିପାଇଁ ଏବେ ସମ୍ବଲପୁର ପୋଲିସ ବିଭିନ୍ନ ଛକରେ ଚେକିଂ କରି ଏହିଭଳି ନମ୍ବର ପ୍ଲେଟ ଗୁଡିକୁ ଜବତ କରୁଛି । କେବଳ ଆଇନ ଅନୁଯାୟୀ ଯେଉଁ ନମ୍ବର ପ୍ଲେଟ ରହିବା କଥା ତାହାକୁ ବ୍ୟବହାର କରିବାକୁ ସଚେତନ କରାଯାଉଛି ।

ସହରରେ ଅପରାଧକୁ କମାଇବା ପାଇଁ ଏବେ ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଯାଇଥିବାବେଳେ ନମ୍ବର ପ୍ଲେଟ ନେଇ ସମ୍ବଲପୁର ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ପ୍ରଥମେ ସଚେତନତା କରାଯାଉଛି । ପରବର୍ତ୍ତୀ ସମୟରେ ଡିଜାଇନ ନମ୍ବର ପ୍ଲେଟ ଲଗାଇଲେ ଫାଇନ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି ।

କେବଳ ଏତିକି ନୁହେଁ ଆଗକୁ ସାଇଲେନ୍ସର ବିହୀନ ବାଇକ ଓ ଉଚ୍ଚ ଶଦ୍ଦରେ ହର୍ଣ୍ଣ ବଜାଉଥିବା ଗାଡି ଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ଅନ୍ୟପଟେ ପୋଲିସ ପ୍ରଶାସନର ଏହି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

SLUG-ଆଉ ଚଳିବନି ଫେନ୍ସି ନମ୍ବର ପ୍ଲେଟ।ଦେବାକୁ ପଡିବ ଫାଇନ।
FORMAT-PKG
REPORTER-Badsah Jusman Rana.
DATE-27:05:2019
PLACE-SAMBALPUR

ଆଙ୍କର- ସମ୍ବଲପୁର ସହର ରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ ପ୍ରବଣତା । ବିଭିନ୍ନ ଢଙ୍ଗରେ ହେଉଛି ଅପରାଧ । ମୁଖ୍ୟତଃ ଯୁବ ପିଢି ବିଭିନ୍ନ ମାଦକ ଦ୍ରବ୍ୟର ଶିକାର ହୋଇ ଘଟାଉଛନ୍ତି ବିଭିନ୍ନ ପ୍ରକାର ର ଅପରାଧିିକ କାର୍ୟ୍ୟକଲାପ  ଓ ଏଥିପାଇ ସେମାନେ ବିଭିନ୍ନ ପ୍ରକାର ବାଇକ ଓ କାର ବ୍ୟବହାର କରୁଛନ୍ତି । ସେଥିପାଇଁ ଏହି ଭଲି ଅପରାଧିକ କାର୍ଯ୍ୟକଲାପ ଉପରେ ନିୟନ୍ତ୍ରଣ ରଖିବାକୁ ସମ୍ବଲପୁର ପୋଲିସ ଏବେ  ଫେସନେବୁଲ ଓ ଫେନସ୍ସି ନମ୍ବର ପେଲ୍ଟ ଉପରେ ରୋକ ଲଗାଈଛି ।

ଭିଓ ୧ - ବର୍ତ୍ତମାନ ଯୁବ ପିଢିର ପସନ୍ଦ ହେଉଛି ଫେସନ
ନେବୁଲ ଓ ଫେନ୍ସି ଜିନିଷ । ଏଥିପାଇଁ ଯୁବ ପିଢି ଏବେ ନିଜ ବାଇକ ଓ କାର ରେ ମଧ୍ୟ ବିଭିନ୍ନ ଡିଜାଇନର ଫେନ୍ସି ନମ୍ବର ପେଲ୍ଟ ଲଗାଉଛନ୍ତି ।ଆଉ ଏହି ପରି ନମ୍ବର ପେଲ୍ଟ ଯୋଗୁ ବିଭିନ୍ନ ସମୟରେ ବିଭିନ୍ନ ଅପରାଧ କରି ଫେରାର ହେଉଥିବା ଅପରାଧିଙ୍କ  କାର ଓ ବାଇକ ର ନମ୍ବର ଜିଲ୍ଲା ପ୍ରଶାସନର ସି ସି ଟିଭିରେ କଏଦ ହୋଇଥିଲେ ମଧ୍ୟ ସ୍ଵଷ୍ଟ ଭାବେ ଦେଖାଯାଉ  ନଥିବାରୁ ଅଡୁଆରେ ପଡିଥାଏ ପୋଲିସ । ସେଥି ପାଇଁ ଏବେ ସମ୍ବଲପୁର ପୋଲିସ ବିଭିନ୍ନ ଛକରେ ଚେକିଙ୍ଗ କରି ଏହି ଭଲି ନମ୍ବର ପେଲ୍ଟ ଗୁଡିକୁ ଖୋଲି ଜବତ କରୁଛି । କେବଲ ଆଇନ ଅନୁଯାୟୀ ଯେଉଭଲି ନମ୍ବର ପେଲ୍ଟ ରହିବା କଥା ସେହି ଭଲି ନମ୍ବର ପେଲ୍ଟ ଲଗେଇବାକୁ ସଚେତନତା ଆରମ୍ଭ କରୁଛି । ପୋଲିସ ପ୍ରଶାସନର ଏହି ପଦକ୍ଷେପକୁ  ସହର ବାସୀ ସ୍ବାଗତ କରିଛନ୍ତି । 

ବାଇଟ ୧- ସୂର୍ଯ୍ୟ ପାଣ୍ରିଗ୍ରାହୀ, ସମ୍ବଲପୁର  ବାସିନ୍ଦା ।
ବାଇଟ ୨ - ସଞ୍ଜୟ ସଡଙ୍ଗି , ସମ୍ବଲପୁର ବାସିନ୍ଦା ।

ଭିଓ ୨ - ସହରରେ ଅପରାଧକୁ କମେଇବା ପାଇଁ ଏବେ ପ୍ରମୁଖ ସ୍ଥାନରେ ସି ସି ଟିଭି ଲଗାଯାଇଥିବା ବେଳେ ନମ୍ବର ପେଲ୍ଟ ନେଇ ସମ୍ବଲପୁର ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସ୍ଥିତିରେ ଲୋକ ମାନଙ୍କୁ ପ୍ରଥମେ ସଚେତନତା କରାଯାଊଛି । ପରବର୍ତ୍ତି ସମୟରେ ଫେନ୍ସି ନମ୍ବର ପେଲ୍ଟ ଲଗାଇଲେ ଫାଇନ ମଧ୍ୟ କରାଯିବ ବୋଲି  ସମ୍ବଲପୁର ଏସପି  କହିଛନ୍ତି ।  ଆଗକୁ ସାଇଲେନ୍ସରବିହିନ ବାଇକଚାଲକ ଓ ଉଚ୍ଚ ଶଦ୍ଦରେ ହର୍ନ ବଜାଉଥିବା ଗାଡି ଚାଲକ କୁ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । 

ବାଇଟ ୩ - ସଞ୍ଜିବ ଆରୋରା , ସମ୍ବଲପୁର ଏସ୍ ପି।

ଫାଭିଓ - ପୋଲିସ ପ୍ରଶାସନର ଏହି ପଦକ୍ଷେପ କୁ ସମସ୍ତେ ସ୍ବାଗତ କରୁଛନ୍ତି । ହେଲେ ଏହା କେତେ ଦିନ ଧରି ଲାଗୁ ରହିବ ତାହା ଉପରେ ସମସ୍ତଙ୍କ ନଜର ।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.