ETV Bharat / state

ଅଗଷ୍ଟ କ୍ରାନ୍ତି ଦିବସ: ସମ୍ମାନିତ ହେଲେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

ଆଜି ସମଗ୍ର ଦେଶ ପାଳୁଛି କ୍ରାନ୍ତି ଦିବସ । ଏହି ଦିନ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ହେଲେ ସମ୍ମାନିତ । ଅଧିକ ପଢନ୍ତୁ...

ଅଗଷ୍ଟ କ୍ରାନ୍ତି ଦିବସ: ସମ୍ମାନିତ ହେଲେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା
ଅଗଷ୍ଟ କ୍ରାନ୍ତି ଦିବସ: ସମ୍ମାନିତ ହେଲେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା
author img

By

Published : Aug 9, 2020, 6:15 PM IST

ସମ୍ବଲପୁର: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଆଜିର ସ୍ମରଣୀୟ ଦିନରେ ଭାରତର ସ୍ବାଧୀନତା ଆନ୍ଦୋଳନରେ ମହତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ହୋଇଥିଲା । ଆଜିର ଏହି ଗୌରବମୟ ଦିନରେ କେନ୍ଦ୍ର ସରକାର ସ୍ବାଧୀନତା ଆନ୍ଦୋଳନରେ ଜୀବନବ୍ୟାପି ସଂଗ୍ରାମ କରିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନିତ କରିଛନ୍ତି ।

ସମ୍ବଲପୁର ଜିଲ୍ଲାର ମୁରା ପଞ୍ଚୟତ ଅନ୍ତର୍ଗତ କଲମୀ ଗାଁର ୯୪ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କୁ ମଧ୍ୟ ଆଜି ରାଷ୍ଟ୍ରପତିଙ୍କ ପକ୍ଷରୁ ନିଜ ଗ୍ରାମରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନିଜେ ସମ୍ମାନିତ କରିବାର ପରମ୍ପରା ରହିଛି ।

ଅଗଷ୍ଟ କ୍ରାନ୍ତି ଦିବସ: ସମ୍ମାନିତ ହେଲେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ଏହା ସମ୍ଭବ ହୋଇ ପାରିଲା ନାହିଁ । ସ୍ୱାଧୀନତା ସଂଗ୍ରାମୀ ମାନେ ଯିବା ସମ୍ଭବ ପର ନହେବାରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସମ୍ମାନିତ କରାଯାଇଛି। ସମ୍ବଲପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କୁ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଥିବା ଅବଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ନିଜେ ଦେବାନନ୍ଦଙ୍କ ଗ୍ରାମକୁ ଯାଇ ତାଙ୍କୁ ସମ୍ମାନିତ କରିଛନ୍ତି ।

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଦେବାନନ୍ଦ ଗୁପ୍ତାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଥିବା ସମ୍ମାନକୁ ନିଜେ ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିସହ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦେଶ ଭକ୍ତ ଦେବାନନ୍ଦଙ୍କୁ ଅଗଷ୍ଟ କ୍ରାନ୍ତି ଦିବସରେ ସମ୍ମାନିତ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.