ETV Bharat / state

ଓଡିଶା ପାଇଁ ଦୁଇଟି ଭିତ୍ତିଭୂମି ସମ୍ପର୍କିତ ରେଳ ପ୍ରକଳ୍ପକୁ ଅନୁମୋଦନ

author img

By ETV Bharat Odisha Team

Published : Sep 7, 2023, 8:21 PM IST

ଓଡିଶା ପାଇଁ ଦୁଇଟି ଭିତ୍ତିଭୂମି ସମ୍ପର୍କିତ ରେଳ ପ୍ରକଳ୍ପକୁ ଅନୁମୋଦନ । 5.43 କୋଟି ଟଙ୍କାରେ ସମ୍ବଲପୁର ସିଟି ରେଳ ଷ୍ଟେସନରେ ଦ୍ରୁତ ଜଳ ଯୋଗାଣ ପ୍ରଣାଳୀ ସୁବିଧା ସ୍ଥାପନ, ଏହା ସହ ବାଲେଶ୍ୱର ରେଳ ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ 6.49 କୋଟି ବ୍ୟୟରେ ହେବ ଡ୍ରେନେଜ୍‌ ବ୍ୟବସ୍ଥା । ଅଧିକ ପଢନ୍ତୁ

ଓଡିଶା ପାଇଁ ଦୁଇଟି ଭିତ୍ତିଭୂମି ସମ୍ପର୍କିତ ରେଳ ପ୍ରକଳ୍ପର ଅନୁମୋଦନ

ଭୁବନେଶ୍ବର: ଓଡ଼ିଶା ପାଇଁ ଦୁଇଟି ଭିତ୍ତିଭୂମି ସମ୍ପର୍କିତ ରେଳ ପ୍ରକଳ୍ପର ଅନୁମୋଦନ । 5.43 କୋଟି ଟଙ୍କାରେ ସମ୍ବଲପୁର ସିଟି ରେଳ ଷ୍ଟେସନରେ ଦ୍ରୁତ ଜଳ ଯୋଗାଣ ପ୍ରଣାଳୀ ସୁବିଧା ସ୍ଥାପନ କରାଯିବ । ଏହା ସହ ବାଲେଶ୍ୱର ରେଳ ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ 6.49 କୋଟି ଟଙ୍କା ବ୍ୟୟରେ ହେବ ଡ୍ରେନେଜ ବ୍ୟବସ୍ଥା।

ସମ୍ବଲପୁର ସିଟି ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା 5.43 କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳ ଯୋଗାଣ ବ୍ୟବସ୍ଥା” ବା କୁଇକ୍‌ ୱାଟରିଂ ସିଷ୍ଟମ୍‌ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି । ଯାତ୍ରୀ କୋଚ୍‌ରେ ଉତ୍ତମ ଜଳ ଯୋଗାଣ ଏବଂ ଜଳର ଉପଲବ୍ଧତା ପାଇଁ ସହାୟକ ହେବ । ଏହି ସୁବିଧା କେବଳ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଜଳ ଯୋଗାଇବା ସହ ଜଳ ଅପଚୟକୁ ମଧ୍ୟ ଏଡ଼ାଇଥାଏ । ଏହା ବ୍ୟତୀତ ଏକ 24 କୋଚ୍ ଟ୍ରେନ୍ ମାତ୍ର ପାଞ୍ଚ ମିନିଟ୍ ମଧ୍ୟରେ ଭରା ଯାଇପାରିବ ।

ଏହା ଦ୍ଵାରା ଏକାଧିକ ଟ୍ରେନ୍ ମାନଙ୍କରେ ଜଳ ଯୋଗାଣ ହୋଇପାରିବ । ରେଳବାଇର ସମସ୍ତ ଟ୍ରେନ୍ କୋଚ୍‌ରେ ଯାତ୍ରୀ ସୁବିଧା ଭାବରେ ଜଳ ଯୋଗାଇଥାଏ । ସ୍ଥିରୀକୃତ ହୋଇଥିବା ରେଳ ଷ୍ଟେସନରେ କୋଚ୍‌ଗୁଡ଼ିକରେ ନିୟମିତ ଭାବେ ଜଳ ଭରାଯାଇଥାଏ । ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟ୍ରେନ୍ ଯାତ୍ରା ସମୟରେ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ ନାହିଁ । କିନ୍ତୁ ଟ୍ରେନ୍‌ଗୁଡ଼ିକରେ ଜଳ ଯୋଗାଇ ଦେବାକୁ ଦୀର୍ଘ ସମୟ ଲାଗିଥାଏ । ପାରମ୍ପରିକ ପ୍ରଣାଳୀ ଅଧୀନରେ ଗୋଟିଏ ଟ୍ରେନ୍‌ର 24ଟି କୋଚ୍‌ରେ ଜଳ ଭରିବା ପାଇଁ ପ୍ରାୟ 20 ମିନିଟ୍ ସମୟ ନେଇଥାଏ । ବର୍ତ୍ତମାନ ସମୟରେ ସମ୍ବଲପୁର ସିଟି ରେଳ ଷ୍ଟେସନରେ ସେପରି କୌଣସି ସୁବିଧା ନାହିଁ । ତେଣୁ ନୂତନ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ଯାହା ଆଗକୁ ଯୋଗାଇ ଦିଆଯିବ, ତାହା ବିଶେଷ ଭାବରେ ବିଳାସପୁର-ଭୁବନେଶ୍ୱର ମାର୍ଗ ଦେଇ ଯାଉଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

ଏହା ମଧ୍ୟ ପଢନ୍ତୁ....Railway Board: ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା

ଦ୍ରୁତ ଜଳଯୋଗାଣ ପ୍ରଣାଳୀ ବ୍ୟବହାର କରି ଏକ 24 କୋଚ୍ ଟ୍ରେନ୍ 5ରୁ 6 ମିନିଟ୍ ମଧ୍ୟରେ ଭରା ଯାଇପାରିବ । ଏହାଦ୍ଵାରା ଏକାଧିକ ଟ୍ରେନ୍ ଏକା ସାଙ୍ଗରେ ଜଳସେଚିତ ହୋଇପାରିବ । ଦ୍ରୁତ ଜଳଯୋଗାଣ ବ୍ୟବସ୍ଥାରେ ଜଳର ସ୍ପିଲେଜ୍ ଦ୍ୱାରା ଅପଚୟ ଦୂର ହୋଇପାରିବ । ଏଥିରେ ଏସ୍‌ଏମ୍‌ଏସ୍‌ /SMS ମାଧ୍ୟମରେ ପର୍ଯ୍ୟବେକ୍ଷଣ ସୁବିଧା ମଧ୍ୟ ଅଛି । ସ୍କାଡା/SCADA ପ୍ରଣାଳୀ ଜଳ ବ୍ୟବହାରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ଏବଂ ହାଇଡ୍ରାଣ୍ଟ୍‌ କିମ୍ବା ଲିକେଜ୍‌ର ଯେକୌଣସି ଅନଧିକୃତ ବ୍ୟବହାର ଚିହ୍ନଟ କରିବାରେ ମଧ୍ୟ ସାହାଯ୍ୟ କରେ । ଏହାଦ୍ଵାରା ରେଳବାଇ ସମସ୍ତ ଯାତ୍ରୀଙ୍କୁ ମଧୁର ଜଳ ଯୋଗାଣ କରିପାରିବ ଏବଂ ଜଳର ଅପଚୟ ଏବଂ ଅପବ୍ୟବହାରକୁ ମଧ୍ୟ ରୋକି ପାରିବ ।

ବାଲେଶ୍ୱର ଷ୍ଟେସନର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

ଅଧିକ ଯାତ୍ରୀଙ୍କୁ ସୁବିଧା ଯୋଗାଇବା ଏବଂ ଜୋନାଲ ରେଳ ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ମୌଳିକ ସୁବିଧାକୁ ନବୀକରଣ କରିବା ପାଇଁ ଭାରତୀୟ ରେଳ ନିୟମିତ ପଦକ୍ଷେପ ନେଉଛି । ଏହାର ଏକ ଅଂଶ ଭାବରେ ଦକ୍ଷିଣ ପୂର୍ବ ରେଳର ଖଡ଼ଗପୂର ରେଳ ମଣ୍ଡଳ ଅନ୍ତର୍ଗତ ବାଲେଶ୍ୱର ଷ୍ଟେସନରେ ବିକାଶମୂଳକ କାର୍ଯ୍ୟ ମଧ୍ୟ ଚାଲିଛି । ନିକଟରେ ବାଲେଶ୍ୱର ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗାଇଦେବା ପାଇଁ ରେଳବାଇ ବୋର୍ଡ ଦ୍ୱାରା 6.49 କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ଦୀର୍ଘ ଦିନର ଆଭିମୁଖ୍ୟ ସହିତ ଷ୍ଟେସନଗୁଡ଼ିକର ବିକାଶ ପାଇଁ ଯୋଜନା କରୁଥିବା “ଅମୃତ ଭାରତ ଷ୍ଟେସନ୍ ସ୍କିମ୍” ଅଧୀନରେ ବାଲେଶ୍ୱର ଷ୍ଟେସନରେ ପ୍ରମୁଖ ଉନ୍ନୟନ କାର୍ଯ୍ୟ କରାଯାଉଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.