ETV Bharat / state

ହୀରାକୁଦରେ ପକ୍ଷୀ ଗଣନା, 21 ସେକ୍ଟରରେ 32 ଟିମ୍ ନିୟୋଜିତ - ହୀରାକୁଦରେ ପକ୍ଷୀ ଗଣନା

Annual Bird census: ହୀରାକୁଦରେ ଆରମ୍ଭ ହେଲା ପକ୍ଷୀ ଗଣନା । 32ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଧିକ ପଢନ୍ତୁ

ହୀରାକୁଦରେ ପକ୍ଷୀ ଗଣନା
Annual Bird census
author img

By ETV Bharat Odisha Team

Published : Jan 8, 2024, 9:20 AM IST

Updated : Jan 8, 2024, 3:16 PM IST

Annual Bird census

ସମ୍ବଲପୁର: ଚିଲିକା ଓ ଭିତର କନିକା ପରେ ଆଜିଠୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ହୀରାକୁଦ ଜଳ ଭଣ୍ଡାରରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । 32ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ ଜିଲ୍ଲାର ବନ ବିଭାଗର ବନ କର୍ମଚାରୀ ସାମିଲ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ହୀରାକୁଦ ଜଳ ଭଣ୍ଡାରକୁ 21ଟି ସେକ୍ଟରରେ ଭାଗ କରାଯାଇଛି । ମୋଟ 78 ଜଣ କର୍ମଚାରୀ ଓ ପକ୍ଷୀ ବିଶେଷଜ୍ଞ ପକ୍ଷୀ ଗଣନା କରୁଛନ୍ତି । ସେମାନଙ୍କ ମଧ୍ୟରେ 33 ଜଣ ପକ୍ଷୀ ବିଶେଷଜ୍ଞ ଅଛନ୍ତି ।

ଆଜି ସକାଳ 6ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ଥିବା ଟିମକୁ ଲାଇଫ ଜ୍ୟାକେଟ ଓ ବାଇନାକୁଲାର ଦିଆଯାଇଛି । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସ ନିଜେ ଗଣନା କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି l ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଜାରି ରହିବ । ବାଇନାକୁଲର ସାହାଯ୍ୟରେ ପକ୍ଷୀ ଗଣନା କରୁଛନ୍ତି ନିୟୋଜିତ ଟିମ । ଚଳିତ ବର୍ଷ ହୀରାକୁଦକୁ କେତେ ପକ୍ଷୀ ଆସିଛନ୍ତି ସେନେଇ ଗଣନା ଚାଲିଛି । ଗଣନା ସରିବା ପରେ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିବ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ସାତକୋଶିଆରେ କୁମ୍ଭୀର-ପକ୍ଷୀ ଗଣନା ଆରମ୍ଭ

ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରକୁ 21 ଟି ସେକ୍ଟରରେ ଭାଗ କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବନ କର୍ମଚାରୀ ଏଥିରେ ନିୟୋଜିତ ହୋଇଛନ୍ତି । ଏଥିରେ 32ଟି ଟିମ ରହିଛନ୍ତି । ଏହି ଟିମରେ 78 ଜଣ କର୍ମଚାରୀ ରହିଛନ୍ତି । ସମସ୍ତଙ୍କୁ ବାଇନାକୁଲାର ଦିଆଯାଇଛି । ଗତ ଥର 108 ପ୍ରଜାତିର ପକ୍ଷୀ ଆସିଥିଲେ ।

ଗତବର୍ଷ ଜାନୁଆରୀ ମାସରେ ହୀରାକୁଦ ଜଳଭଣ୍ତାରରେ ପକ୍ଷୀ ଗଣନା ହୋଇଥିଲା । ଡ୍ୟାମକୁ 15ଟି ସେକ୍ଟରରେ ବିଭକ୍ତ କରାଯାଇ ଗଣନା କରାଯାଇଥିଲା । ଏଥିରେ 30ଟି ଟିମ ନିୟୋଜିତ ହୋଇଥିଲେ । ଜାନୁଆରୀ 6 ତାରିଖରେ ଭିତରକନିକାରେ ପକ୍ଷୀ ଗଣନା କରାଯାଇଥିଲା । ଭିତରକନିକା ଏବଂ ତତ୍‌ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କୁ ଗଣନା କରିଥିଲେ 18ଟି ଟିମ୍ । ଜାନୁଆରୀ 4 ତାରିଖରେ ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା । ଚଳିତ ଥର ଚିଲିକାକୁ 187 ପ୍ରଜାତିର 11 ଲକ୍ଷ 37 ହଜାର 759ଟି ପକ୍ଷୀ ଆସିଥିବା ଗଣନା ପରେ ଜଣାପଡ଼ିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 8, 2024, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.