ETV Bharat / state

Annual Bird census: ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ, ୩୦ଟି ଟିମ୍ ନିୟୋଜିତ

author img

By

Published : Jan 8, 2023, 9:30 AM IST

ହୀରାକୁଦ ଜଳଭଣ୍ତାରରେ ସକାଳ ୬ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ୩୦ଜଣ ପକ୍ଷୀ ବିଷାରଦଙ୍କୁ ନେଇ ୩୦ଟି ଟିମ୍ ଗଠନ କରାଯାଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Hirakud Annual Bird census
Hirakud Annual Bird census
Hirakud Annual Bird census

ସମ୍ବଲପୁର: ଆରମ୍ଭ ହେଲା ହୀରାକୁଦ ଜଳଭଣ୍ତାରରେ ପକ୍ଷୀ ଗଣନା । ଏନେଇ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡ଼ିଏଫୋଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି l ଡ୍ୟାମକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇ ଥିବାବେଳେ ୩୦ଜଣ ପକ୍ଷୀ ବିଷାରଦଙ୍କୁ ନେଇ ୩୦ଟି ଟିମ୍ ଗଠନ କରାଯାଇଛି ।

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଆଜି ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର ହୀରାକୁଦ ଜଳଭଣ୍ତାର ଅଞ୍ଚଳରେ ପକ୍ଷୀ ଗଣନା କରାଯାଉଛି । ହୀରାକୁଦ ଡ୍ୟାମ ଠାରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ହେଉଛି । ଏଥିପାଇଁ ହୀରାକୁଦ ଜଳଭଣ୍ଡାରକୁ 15 ଟି ସେକ୍ଟରରେ ବିଭାଜନ କରାଯାଇଛି । ଏଥର ପକ୍ଷୀ ଗଣନା ପାଇଁ 30ଟି ଟିମ ଗଠନ ହୋଇଥିବା ବେଳେ ପ୍ରତ୍ୟେକ ଟିମରେ ଜଣେ ବରିଷ୍ଠ ଅଧିକାରୀ ଓ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞ ରହିଛନ୍ତି l ଏହି ଗଣନାରେ 60ରୁ ଉର୍ଦ୍ଧ୍ବ ବ୍ୟକ୍ତି ସାମିଲ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାରର 8ଟି ସ୍ଥାନରୁ ଏହି ଗଣନାକାରୀ ଦଳ ସକାଳ 5ଟାରୁ ବାହାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Sqn Leaders Bhavna Kanth: ବିଦେଶ ମାଟିରେ ଫାଇଟର ଜେଟ ଉଡାଇବେ ଭାରତୀୟ ଝିଅ

ସକାଳ 6 ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଗଣନା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଏହି ଟିମ ଗୁଡିକ ବାଇନାକୁଲାର ଓ ଲାଇଫ ଜାକେଟ ବ୍ୟବହାର କରୁଛନ୍ତି । ପକ୍ଷୀ ଗଣନା ପାଇଁ 35ଟି ମତ୍ସ୍ୟଜୀବୀ ଡ଼ଙ୍ଗା ବ୍ୟବହାର ହେଉଛି । ଏହା ସହ ପକ୍ଷୀ ବସା ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜୀବୀ ମଧ୍ୟ ସାମିଲ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ମତ୍ସଜୀବୀ ଏବଂ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ସୂଚନା ଦେଇଛନ୍ତି, "ହୀରାକୁଦରେ ଡ୍ୟାମକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୩୦ଟିମ ନିୟୋଜିତ ହୋଇଛନ୍ତି । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ଗଣନାରେ 60ରୁ ଉର୍ଦ୍ଧ୍ବ ବ୍ୟକ୍ତି ସାମିଲ ହୋଇଛନ୍ତି । ଗଣନାକୀର ଦଳକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ଏଥର ନୂଆ ନୂଆ ଗଣନାକାରୀ ସାମିଲ ହୋଇଛନ୍ତି । ପୂର୍ବଥର ୧୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିଲେ । "

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.