ETV Bharat / state

ଛଟେଇକୁ ଏଏନଏମ ନର୍ସଙ୍କ ବିରୋଧ, ଆନ୍ଦୋଳନରେ ସାମିଲ ହେଲେ ପୂର୍ବତନ ବିଧାୟକ - ସମ୍ବଲପୁର ଖବର

କୋରୋନା କାଳରେ ସମ୍ବଲପୁରରେ ନିଯୁକ୍ତ 211 ଜଣ ଏଏନଏମ ନର୍ସଙ୍କ ମଧ୍ୟରୁ 164 ଜଣ ନର୍ସଙ୍କୁ ଛଟେଇ କରିବା ନେଇ ନିର୍ଦ୍ଦେଶ ଆସିଛି । ଯାହାକୁ ନେଇ ଆଜି ଛଟେଇ ହୋଇଥିବା ନର୍ସମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇଛନ୍ତି । ଅଧିକ ପଢନ୍ତୁ...

Breaking News
author img

By

Published : Nov 2, 2020, 7:47 PM IST

ସମ୍ବଲପୁର: ଜିଲ୍ଲାରେ ଏଏନଏମ ନର୍ସଙ୍କ ଅସନ୍ତୋଷ । କୋରୋନା କାଳରେ ଜିଲ୍ଲାରେ 211 ଜଣ ଏଏନଏମ ନର୍ସ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ 164 ଜଣ ନର୍ସଙ୍କୁ ଛଟେଇ କରିବା ନେଇ ନିର୍ଦ୍ଦେଶ ଆସିଛି । ଯାହାକୁ ନେଇ ଆଜି ଏଏନଏମ ନର୍ସମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇଛନ୍ତି । ପାଖାପାଖି 150 ଜଣ ଏଏନଏମ ନର୍ସ ଧାରଣାରେ ବସି ଛଟେଇ ନର୍ସମାନଙ୍କୁ ପୁନଃ ନିଯୁକ୍ତି ଦାବି କରିଛନ୍ତି ।

ଛଟେଇକୁ ଏଏନଏମ ନର୍ସଙ୍କ ବିରୋଧ, ପୁନଃନିଯୁକ୍ତି ଦାବିରେ ଆନ୍ଦୋଳନ

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ 30 ତାରିଖରେ କୋରୋନା ସଂକ୍ରମିତଙ୍କ ସେବା ନିମନ୍ତେ ଏହି ନର୍ସମାନଙ୍କୁ କଣ୍ଟ୍ରାକ୍ଟ ଜରିଆରେ ନିଯୁକ୍ତ କରଯାଇଥିଲା । ତେବେ ଏହି ନର୍ସମାନଙ୍କୁ ଆଜି ପର୍ଯ୍ୟନ୍ତ ଦରମା ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ 211 ଜଣଙ୍କ ମଧ୍ୟରୁ 164 ଜଣଙ୍କୁ ଛଟେଇ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଏହି ଆନ୍ଦୋଳନରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ମଧ୍ୟ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.