ସମ୍ବଲପୁର: ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତାର ଉଦାହରଣ । ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ଦେଢ କିମି ଯାଏଁ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଛନ୍ତି। ପରେ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା ।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଟାମ୍ପରଗଡ ପଞ୍ଚାୟତର ତିରପିଟକାନି ଗାଁର ୬୦ ବର୍ଷୀୟ ଏଲାରୋସ ସୋରେନ ପେଟ ଯନ୍ତ୍ରଣା ଯୋଗୁଁ ଆମ୍ବୁଲାନ୍ସକୁ ଡାକିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ବେଦବ୍ୟାସ ପ୍ରଧାନ, କେଶବ ସାହୁ, ଜଗଦିଶ ସୁନାନୀ ଓ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ବୋହି ୧.୫ କିମି ଚାଲି ଚାଲି ଆଣି ଆମ୍ବୁଲାନ୍ସରେ ଆଣି ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକତାକୁ ଏବେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ପ୍ରଶଂସା କରୁଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ