ହାଇଦ୍ରାବାଦ: ଭାରତର ପ୍ରଥମ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ 19 ନଭେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ 49 ବର୍ଷ ବୟସ ହୋଇଥିଲେ ହେଁ ଆଜି ବି ସେ ଅବିବାହିତ ଅଛନ୍ତି । ସୁସ୍ମିତା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ସେ କାହା ସହିତ ଡେଟିଂ ହେଉ କିମ୍ବା ଏକାକୀ ମାଆ ହୁଅନ୍ତୁ, ସବୁବେଳେ ଲାଇମଲାଇଟରେ ରହିଛନ୍ତି ସେ । ଏପରି ସମୟରେ ସମସ୍ତେ ସୁସ୍ମିତା ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି । ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନରେ ସୁସ୍ମିତା କାହିଁକି ଅବିବାହିତ ଏବଂ ସେ ଏପର୍ଯ୍ୟନ୍ତ କାହାକୁ ଡେଟ କରିଛନ୍ତି କିମ୍ବା କିଏ ତାଙ୍କୁ ଡେଟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ସୁସ୍ମିତା ଏମାନଙ୍କୁ ଡେଟ୍ କରିଛନ୍ତି
ପ୍ରାୟତଃ ଲୋକଙ୍କ ମନରେ ପ୍ରଶ୍ନ ଆସିଛି ଯେ, ସୁସ୍ମିତା କାହିଁକି ଏପର୍ଯ୍ୟନ୍ତ ଅବିବାହିତ ଅଟନ୍ତି । କିନ୍ତୁ କହିରଖୁଛୁ କି, ଏମିତି ନୁହଁ କି ସେ ଏପର୍ଯ୍ୟନ୍ତ କାହାକୁ ଡେଟ କରିନାହାଁନ୍ତି । ସୁସ୍ମିତା ଅନେକ ସେଲିବ୍ରିଟିଙ୍କ ସହ ଯୋଡା ଯାଇଥିବା ବେଳେ ବିବାହ ନେଇ ମୋହର ଲଗାଇନାହାନ୍ତି । ସୁସ୍ମିତା ଅବିବାହିତ ହୋଇ ମଧ୍ୟ ଦୁଇଟି ସନ୍ତାନର ମାଆ ଅଟନ୍ତି । ତେବେ କେଉଁ ସେଲିବ୍ରିଟିଙ୍କ ସହ ତାଙ୍କ ଡେଟିଂ ଚର୍ଚ୍ଚା ହୋଇଥିଲା । ଜାଣନ୍ତୁ,
1. ରଣଦୀପ ହୁଡା
2004 ରୁ 2006 ପର୍ଯ୍ୟନ୍ତ ଅଭିନେତା ରଣଦୀପ ହୁଡାଙ୍କ ସହ ସୁସ୍ମିତା ସେନ ଡେଟ୍ କରୁଥିବା ଚର୍ଚ୍ଚା ହୋଇଥିଲା । ଫିଲ୍ମ 'କର୍ମା ଓ ହୋଲି'ର ସୁଟିଂ ସମୟରେ ଦୁହେଁ ପ୍ରେମରେ ପଡିଥିଲେ। ସେତେବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଦୁହେଁ ପ୍ରାୟ ତିନି ବର୍ଷ ପାଇଁ ଡେଟ କରୁଥିବା ବେଳେ ପରେ ଅଲଗା ହୋଇଥିଲେ । କହିରଖୁଛୁ କି, ରଣଦୀପ ହୁଡା ଏବଂ ଅଭିନେତ୍ରୀ ଲିନ ଲୈସରମ ଚଳିତ ବର୍ଷ ନଭେମ୍ବର ୨୯, 2023ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
2. ରୋହମାନ୍ ଶୋଲ୍
2018 ରୁ 2021 ପର୍ଯ୍ୟନ୍ତ ସେନ୍ ମଡେଲ୍ ରୋହମାନ୍ ଶାୋଲଙ୍କୁ ଡେଟ କରିଆସୁଥିଲେ । ପରେ ଡିସେମ୍ବର 2021 ରେ ସେମାନେ ଇନଷ୍ଟାଗ୍ରାମରେ ସେମାନଙ୍କର ବ୍ରେକଅପ୍ ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନ ପୁଣି ରୋହମାନଙ୍କ ସହ ଇଭେଣ୍ଟରେ ତାଙ୍କୁ ପ୍ରାୟତଃ ଦେଖିବାକୁ ମିଳୁଛି । ଉଭୟହ୍କ ପ୍ୟାଚଅପ ହୋଇଥିବା କୁହାଯାଉଛି ।
3. ଲଲିତ ମୋଦୀ
ଜୁଲାଇ 2022 ରେ, ଏହା ଜଣାପଡିଥିଲା ଯେ ସୁସ୍ମିତା ବ୍ୟବସାୟୀ ତଥା ଆଇପିଏଲ୍ ପ୍ରତିଷ୍ଠାତା ଲଲିତ ମୋଦିଙ୍କୁ ଡେଟ୍ କରୁଛନ୍ତି । ସୋସିଆଲ ମିଡିଆରେ ମୋଦି ସେମାନଙ୍କ ଛୁଟିଦିନର ଫଟୋ ସେୟାର କରି ସୁସ୍ମିତାଙ୍କୁ ଙ୍କୁ ତାଙ୍କର 'Better Half' ବୋଲି କହିଥିଲେ। ଲଲିତ ମୋଦିଙ୍କୁ ଡେଟ କରିବା ପାଇଁ ସୁସ୍ମିତା ସେନଙ୍କୁ ଗୋଲ୍ଡ ଟିଗର କହି ଟ୍ରୋଲ କରାଯାଇଥିଲା ।
ସୁସ୍ମିତା ଏକାକୀ ଜୀବନରେ ଖୁସି, ସେ କେବେ ବିବାହ କରିବେ?
ସୁସ୍ମିତା ସେନ୍ ତାଙ୍କ ସାକ୍ଷାତକାରରେ ବିବାହକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ତାଙ୍କର ଅବିବାହିତାକୁ ଉପଭୋଗ କରନ୍ତି ଏବଂ ତାଙ୍କ ସ୍ୱାଧୀନତାକୁ ଉପଭୋଗ କରନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଯଦି ସଠିକ୍ ବ୍ୟକ୍ତି ତାଙ୍କ ଜୀବନରେ ଆସନ୍ତି ତେବେ ସେ ବିବାହ ପାଇଁ ପ୍ରସ୍ତୁତ, କିନ୍ତୁ ସେ ଶୀଘ୍ର ବିବାହ କରିବାକୁ ବିଶ୍ୱାସ କରନ୍ତି ନାହିଁ।
ଏହା ମଧ୍ୟ ପଢନ୍ତୁ: ମିସ ୟୁନିଭର୍ସ ଟାଇଟଲକୁ ପୂରିଲା ୩୦ ବର୍ଷ, ହୃଦୟସ୍ପର୍ଶୀ ନୋଟ୍ ସହ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଲେ ସୁସ୍ମିତା
ସୁସ୍ମିତା ଦୁଇ ଝିଅର ଏକମାତ୍ର ମାଆ
2000 ମସିହାରେ ସୁସ୍ମିତା ତାଙ୍କର ପ୍ରଥମ ଝିଅ ରେନିଙ୍କୁ ମାତ୍ର 24 ବର୍ଷ ବୟସରେ ଗ୍ରହଣ କରିଥିଲେ, ଏବଂ ପରେ ଦ୍ୱିତୀୟ ଝିଅ ଆଲିସା 2010 ମସିହାରେ ଗ୍ରହଣ କରିଥିଲେ। ଏହିପରି, ଅବିବାହିତ ହୋଇ ମଧ୍ୟ ସୁସ୍ମିତା ଦୁଇ ଝିଅର ଏକମାତ୍ର ମାଆ ଅଟନ୍ତି । ତେବେ ବିବାହ ପୂର୍ବରୁ ମଧ୍ୟ ସନ୍ତାନ ଗ୍ରହଣ କରି ସୁସ୍ମିତା ଅନେକ ମହିଳାଙ୍କ ପାଇଁ ପ୍ରେରଣା ଦେଇଥିଲେ। ଅନେକ ସାକ୍ଷାତକାରରେ ସେ ମାତୃତ୍ୱକୁ ଶ୍ରେଷ୍ଠ ଭାବନା ବୋଲି ବର୍ଣ୍ଣନା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, 'ରେନି ଏବଂ ଆଲିସା ମୋ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ । ମୁଁ ତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ