ETV Bharat / state

ବରଗଡ଼ରୁ ଆଜିଠୁ ଖରିଫ ଧାନ ସଂଗ୍ରହ ଆରମ୍ଭ, MSP ସହ ମିଳିବ ବୋନସ, ଚାଷୀ ଅସନ୍ତୁଷ୍ଟ - KHARIF PADDY PROCUREMENT

ରାଜ୍ୟର ଭାତହାଣ୍ଡି ବରଗଡରୁ ଧାନ ସଂଗ୍ରହ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ଟୋକନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ ଆଣିଲେ ଚାଷୀ ।

କାଲିଠୁ ବରଗଡ଼ରୁ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଶୁଭାରମ୍ଭ
କାଲିଠୁ ବରଗଡ଼ରୁ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଶୁଭାରମ୍ଭ (ETV Bharat Odisha)
author img

By ETV Bharat Odisha Team

Published : Nov 19, 2024, 2:49 PM IST

Updated : Nov 20, 2024, 8:32 AM IST

ବରଗଡ: ଆସନ୍ତାକାଲି (୨୦ ତାରିଖ)ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ବର୍ଦ୍ଧିତ ଏମଏସପି (MSP) ସହିତ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକ୍ରିୟା ମଧ୍ୟ ଶେଷ କରିଛି । ଆବଶ୍ୟକ ସରଞ୍ଜାମ ଓ ଭିତ୍ତିଭୂମି ସହ ମଣ୍ଡିଗୁଡିକ ପ୍ରସ୍ତୁତ କରାଯାଇ ସାରିଲାଣି ।

ଧାନ କୁଇଣ୍ଟାଲ ୩୧୦୦ ଟଙ୍କା:

ଚାଷୀଙ୍କୁ ଏଥର କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ରହିଛି ୨୩୦୦ ଟଙ୍କା ଏମଏସପି (MSP) ଏବଂ ୮୦୦ ଟଙ୍କା ବୋନସ (BONUS) । ଏହାରି ମଧ୍ୟରେ ଆରମ୍ଭରୁ ଚାଷୀ ଆଣିଲେଣି ଅବ୍ୟବସ୍ଥା ଅଭିଯୋଗ । ପଞ୍ଜୀକରଣ ପରେ ଟୋକନ ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ କିଛି ଚାଷୀଙ୍କୁ ଟୋକନ ମିଳି ନଥିଲା ବେଳେ ଅମଳ ଶେଷ କରିନଥିବା କିଛି ଚାଷୀ ଟୋକନ ପାଇଥିବା ଅଭିଯୋଗ ହୋଇଛି ।

କାଲିଠୁ ଉଠିବ ଧାନ: ବରଗଡରେ ପ୍ରସ୍ତୁତି ଶେଷ, ଚାଷୀ ଆଣିଲେ ଟୋକନ୍‌ ଅନିୟମିତତା ଅଭିଯୋଗ (ETV Bharat odisha)
  • ଟୋକନ ମିଳିବାରେ ଅନିୟମିତତା ଅଭିଯୋଗ:-

ଚାଷ ଓ ଚାଷୀଙ୍କ ଜିଲ୍ଲା ଭାବେ ବେଶ ବରଗଡ଼ ଜିଲ୍ଲାର ପରିଚୟ ରହିଛି । ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଟୋକନ ଚିନ୍ତା । ଧାନ ଅମଳ କରିସାରିଥିବା ଚାଷୀଙ୍କ ପାଖକୁ ଟୋକନ ପହଞ୍ଚି ନଥିବା ବେଳେ ଅମଳ ହୋଇ ନଥିବା ଚାଷୀଙ୍କୁ ଟୋକନ ମିଳିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଜଣେ ଚାଷୀ ଲିଙ୍ଗରାଜ ପଧାନ କହିଛନ୍ତି,‘‘ଗତ ବର୍ଷମାନଙ୍କରେ ଯେପରି ଅବ୍ୟବସ୍ଥା ଦେଖା ଯାଇଥିଲା, ଏଥର ମଧ୍ୟ ସ୍ଥିତି ସମାନ । ସେମାନେ ଟୋକନ ପ୍ରଦାନରେ ଅନିୟମିତତା କରିଛନ୍ତି । ଚଳିତଥର ମଧ୍ୟ ମଣ୍ଡିରେ ପକ୍କା ଛାତ ବ୍ୟବସ୍ଥା ନାହିଁ, ବର୍ଷା ହେଲେ ଧାନ ଭିଜିବାର ଆଶଙ୍କା ରହିଛି । ସେମାନେ ‘FAQ’ ମାନର ଧାନ କଥା କହୁଛନ୍ତି । ମାତ୍ର ଏହାକୁ ଯାଞ୍ଚ କରିବା ପାଇଁ ‘ଗ୍ରୀନ-ଆନାଲାଇଜର’ ମେସିନ ମଧ୍ୟ ଏପର୍ଯ୍ୟନ୍ତ ବିଭିନ୍ନ ମଣ୍ଡିରେ ପହଞ୍ଚି ପାରିନାହିଁ । ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି, ସେମାନେ ଧାନର ଗୁଣବତ୍ତା କିମ୍ବା ଏହାର ମାନ ପରୀକ୍ଷା ପାଇଁ ବ୍ୟବହୃତ ମେସିନ ସମ୍ପର୍କରେ ଜାଣନ୍ତି ନାହିଁ । ତେଣୁ ଏହି ପ୍ରକ୍ରିୟାକୁ ନେଇ ଆମେ ଦ୍ବନ୍ଦ୍ବରେ ଅଛୁ ।’’

କାଲିଠୁ ଉଠିବ ଧାନ: ବରଗଡରେ ପ୍ରସ୍ତୁତି ଶେଷ
କାଲିଠୁ ଉଠିବ ଧାନ: ବରଗଡରେ ପ୍ରସ୍ତୁତି ଶେଷ (ETV Bharat odisha)

ଏହା ମଧ୍ୟ ପଢନ୍ତୁ:- ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ

ଏହା ମଧ୍ୟ ପଢନ୍ତୁ...୨୧ରୁ ବରଗଡ଼ରୁ ଧାନ କିଣା, ବର୍ଦ୍ଧିତ MSP ସହ ବୋନସ ଦେବେ ମୋହନ ମାଝୀ ସରକାର

ଜଳସେଚିତ ଅଞ୍ଚଳର ଚାଷୀ ଏକର ପିଛା ୧୯ କୁଇଣ୍ଟାଲ ଏବଂ ଅଣ-ଜଳସେଚିତ ଅଞ୍ଚଳରେ ଏକର ପିଛା ୧୩ କୁଇଣ୍ଟାଲ ଧାନ ସଂଗ୍ରହ ନେଇ ସରକାରଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଚାଷୀ । ଗୋଟିଏ ପଟେ ସାଧାରଣ ଧାନ କୁଇଣ୍ଟାଲ ୨୩ ଶହ ଟଙ୍କା ଓ ଇନପୁଟ୍‌ ସହାୟତା ରାଶି ମିଶି ୩୧ଶହ ଟଙ୍କା ଆସନ୍ତାମାସ (ଡିସେମ୍ବର) ୮ ତାରିଖରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ହାରିହାରି ଉନ୍ନତ ଗୁଣବତ୍ତା ‘FAQ’ ମାନର ଧାନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଏକାଧିକ ମଣ୍ତିକୁ ‘ଗ୍ରୀନ-ଆନାଲାଇଜର’ ମେସିନ ପହଞ୍ଚି ପାରିନଥିବା ଜଣାପଡିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

  • ଦେଢ ଲକ୍ଷ ଚାଷୀ କରିଛନ୍ତି ପଞ୍ଜୀକରଣ, ୨୦ ହଜାର ପାଇନାହାନ୍ତି ଟୋକନ:-

ଜିଲ୍ଲାର ପଦ୍ମପୁର, ବରଗଡ଼ ଏବଂ ଅତାବିରା ନିୟନ୍ତ୍ରଣ ବଜାର କମିଟି ଅନ୍ତର୍ଗତ ୨୧୯ଟି ମଣ୍ତିରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେବ । ମୋଟ ୧ ଲକ୍ଷ ୫୫ ହଜାର ୬୧୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୩୩ ହଜାର ୫୬ ଜଣ ଚାଷୀଙ୍କ ନିକଟକୁ ଟୋକନ ଆସିଛି । ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କୁଇଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଚାଷୀଙ୍କ ଧାନ ସୁରୁଖୁରୁରେ ସଂଗ୍ରହ ପରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ଓ ଅତାବିରାରେ ଥିବା ୪୬ ଟି ମଣ୍ତିର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଅନ୍ୟପଟେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ଯେଉଁ ଚାଷୀଙ୍କ ଧାନ ଅମଳ ହୋଇସାରିଲାଣି ଏବଂ ଚାଷୀର ଘରେ ଧାନ ପଡ଼ିରହିଛି ସେହି ଚାଷୀଙ୍କ ଟୋକନ ଏପର୍ଯ୍ୟନ୍ତ ଆସିନଥିବା ବେଳେ ଧାନ ଆଦୌ ପ୍ରସ୍ତୁତ ହୋଇନଥିବା ଚାଷୀଙ୍କ ନିକଟକୁ ଟୋକାନ ଆସି ଯାଇଛି ।

ଏହା ମଧ୍ୟ ପଢନ୍ତୁ...ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅ: ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ମୋହନ ସରକାରଙ୍କ ବଡ଼ ପଦକ୍ଷେପ: ଧାନ ସଂଗ୍ରହ ବେଳେ ଜିଲ୍ଲା ଜଗିବେ ମନ୍ତ୍ରୀ, ସିଲ୍ ହେବ ପଡୋଶୀ ରାଜ୍ୟ ସୀମା

ଅନ୍ୟ ଏକ ଅଭିଯୋଗ ଅନୁସାରେ, କେଉଁ ଚାଷୀଙ୍କର ୫ ଏକର ଜମି ଥିବା ବେଳେ ମାତ୍ର ୪ କୁଇଣ୍ଟାଲ ଧାନ ପାଇଁ ଟୋକନ ଆସିଛି l ତେବେ ଟୋକନର ଏପରି ଅବ୍ୟବସ୍ଥା କୁନେଇ ଚାଷୀ ମହଲରେ ଅସନ୍ତୋଷ ଲାଗି ରହିଛି । ଏହାର ସମାଧାନ ପାଇଁ ଏବଂ ଧାନ କ୍ବାଲିଟି ଉପରେ ପ୍ରସାଶନ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି ଉଠିଲାଣି । କେତେ କୁଇଣ୍ଟାଲ ପର୍ଯ୍ୟନ୍ତ କେବେ ପାଇବେ ସ୍ପଷ୍ଟ କରନ୍ତୁ ବୋଲି କୃଷକ ସଙ୍ଗଠନ ଦାବି କରିଛି । ଗତ ରବି ଋତୁରେ ଜିଲ୍ଲାର ୧୧୩ ମିଲର ଧାନ ସଂଗ୍ରହରେ ସାମିଲ ହୋଇଥିଲା ବେଳେ, ଚଳିତ ଖରିଫ ଋତୁରେ କୌଣସି ମିଲର ପଞ୍ଜିକରଣ କରି ନାହାନ୍ତି ।

ଇଟିଭି ଭାରତ, ବରଗଡ

Last Updated : Nov 20, 2024, 8:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.