ETV Bharat / technology

Mahindra Tharର ରେକର୍ଡ ସେଲ୍‌; ବିକ୍ରି ସଂଖ୍ୟା 2ଲକ୍ଷ ୟୁନିଟ୍‌ ପାର - MAHINDRA THORR SALES

ମହିନ୍ଦ୍ରା ଥର୍‌ ଲଞ୍ଚ ପରେ ଏଯାବତ 2ଲକ୍ଷ ୟୁନିଟ୍‌ ବିକ୍ରି ସଂଖ୍ୟା ପାର କରିଛି । ଯେଉଁଥିରେ Thar Roxx ବି ସାମିଲ । ଏହି ଦିନ ହୋଇଥିଲା ଲଞ୍ଚ....

Mahindra Thar
Mahindra Thar (Credit- Mahindra Group)
author img

By ETV Bharat Tech Team

Published : Nov 19, 2024, 3:50 PM IST

ହାଇଦ୍ରାବାଦ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (Mahindra & Mahindra) ଅକ୍ଟୋବର 2020ରେ ମହିନ୍ଦ୍ରା ଏସୟୁଭି ଲଞ୍ଚ କରିଥିଲା । ଯାହାପରେ ଏଯାବତ କମ୍ପାନୀ 2ଲକ୍ଷ ୟୁନିଟ ବିକ୍ରି ସଂଖ୍ୟା ପାର୍‌ କରିଛି । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫାକ୍ଚରର୍ସ (SIAM)ର ହୋଲସେଲ୍‌ ଡେଟା ଏବଂ କମ୍ପାନୀର ମାସିକ ସେଲ୍‌ ଡେଟା ଅନୁସାରେ 3-ଡୋର ବିଶିଷ୍ଟ ମହିନ୍ଦ୍ରା ଥର୍‌ ଓ 5-ଡୋର ବିଶିଷ୍ଟ ଥର୍‌ ରକ୍ସ (Thar Roxx) ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା 2,07,110 ୟୁନିଟ୍‌ ବିକ୍ରି ହୋଇଛି ।

ମହିନ୍ଦ୍ରା ଥର୍‌ ସେଲ୍‌:-

ଦ୍ବିତୀୟ ପିଢିର ଥର୍‌ର 3-ଡୋର ମଡେଲ ସବୁଠାରୁ ବଡ଼ ଗୁଣ ହେଉଛି ଏହାର ଉତ୍କୃଷ୍ଟ ଅଫ୍ ରୋଡ୍ କ୍ଷମତା ସହିତ ଦୈନନ୍ଦିନ ଉପଯୋଗିତାକୁ ମଧ୍ୟ ବଜାୟ ରଖେ । ଅଧିକ ବିକ୍ରିର ଶ୍ରେୟ ଏହାର ଆଧୁନିକ ଇଣ୍ଟିରିଅର ଡିଜାଇନ, ଫିଚର, ଅପେକ୍ଷାକୃତ ସହଜ ଡ୍ରାଇଭିଂ ଏବଂ ସ୍ବୟଂଚାଳିତ ଟ୍ରାନ୍ସମିସନ ବିକଳ୍ପକୁ ଯାଇଥାଏ । ଆର୍ଥିକ ବର୍ଷ 2024-25ର ପ୍ରଥମ 7ମାସରେ Thar ଏବଂ Thar Roxx ସମୁଦାୟ 42,726 ୟୁନିଟ୍ ବିକ୍ରି ହୋଇଛି । ଯାହାକି ବର୍ଷ ପରେ ବର୍ଷ 19.60 ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଏପ୍ରିଲ-ଅକ୍ଟୋବର 2023ରେ କମ୍ପାନୀ 35,723 ୟୁନିଟ୍ ବିକ୍ରି କରିଥିଲା । ଏହା ପୂର୍ବରୁ ଥର୍‌ ଆର୍ଥିକ ବର୍ଷ 2024ରେ ମୋଟ 65,246 ୟୁନିଟ୍‌ ହୋଲସେଲ୍‌ ବିକ୍ରି 65 ପ୍ରତିଶତ ଥିଲା ।

ଏହା ବି ପଢନ୍ତୁ
  1. ମହିନ୍ଦ୍ରା SUVର ଜଲୱା; 3ଟି କାରକୁ ମିଳିଲା 5-ଷ୍ଟାର ସେଫ୍ଟି ରେଟିଂ
  2. ଭେହିକଲ ଲଭରଙ୍କ ଲାଗି ଖୁସି ଖବର; ନବରାତ୍ରିରୁ ଆରମ୍ଭ 5ଡୋର ବିଶିଷ୍ଟ 'Thar Roxx'ର ବୁକିଂ

Mahindra Thar ଓ Thar Roxxରେ କାହାର କେତେ ବିକ୍ରି ?

ଥର୍‌ ରକ୍ସ ଚାହିଦା ବୃଦ୍ଧି ପାଇଛି । ଅଗଷ୍ଟ 14ରେ ଏହାର ଖୁଲାସା ଏବଂ ଲଞ୍ଚ ପରେ ମାସିକ ଡିସପ୍ୟାଚର ଦ୍ରୁତ ବୃଦ୍ଧିରୁ ଏହା ଆକଳନ କରାଯଆଇଛି । ଅକ୍ଟୋବର 12ରେ ଗ୍ରାହକଙ୍କୁ ବିତରଣ ଆରମ୍ଭ ହୋଇଥିଲା ଯାହାର ଅର୍ଥ ହେଉଛି ଉଭୟ ସେପ୍ଟେମ୍ବର ଏବଂ ଅକ୍ଟୋବରରେ କମ୍ପାନୀ ଏହାର ଶୋ’ରୁମରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ନିଶ୍ଚିତ କରିଛି ।

SIAM ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ମହିନ୍ଦ୍ରା ଏହାର ଡିଲରମାନଙ୍କୁ 8843 ଥର୍‌ ଏସୟୁଭି ପଠାଇଥିଲା ସେଥିମଧ୍ୟରୁ 3,911ଟି 3-ଡୋର ଏବଂ 4932ଟି ଥର୍‌ ରକ୍ସ ଥିଲା । ଚାରି ବର୍ଷ ପୂର୍ବେ ଲଞ୍ଚ୍‌ ହେବା ପରଠାରୁ ଏହା ଥର୍‌ ବ୍ରାଣ୍ଡ ପାଇଁ ସର୍ବାଧିକ ମାସିକ ଡିସପ୍ୟାଚ୍‌ ଯାହାକି ଏପ୍ରିଲ୍ 2024ରେ 6,160 ୟୁନିଟ୍‌ର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ।

ସେପ୍ଟେମ୍ବର 2024ରେ 51,062 ୟୁନିଟ୍ ସହିତ କମ୍ପାନୀ ପ୍ରଥମ ଥର ପାଇଁ 50 ହଜାର ୟୁନିଟ୍‌ର ମାସିକ ଟାର୍ଗେଟ ଅତିକ୍ରମ କଲା ଏବଂ ଅକ୍ଟୋବରରେ 54,504 ୟୁନିଟ୍ ସହିତ ଆଗକୁ ବଢିଲା, ଯାହାଦ୍ବାରା ଏକ ନୂତନ ମାସିକ ମାନଦଣ୍ଡ ସ୍ଥିର କରିପାରିଛି । ସେପ୍ଟେମ୍ବର ଏବଂ ଅକ୍ଟୋବର 2024ରେ ଉଭୟ ଥର୍ ଯଥାକ୍ରମେ 17 ପ୍ରତିଶତ ଏବଂ 14.57 ପ୍ରତିଶତ ଯୋଗଦାନ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.