ETV Bharat / entertainment

'ପରବ' ପ୍ରମୋସନ ପାଇଁ ଗଜପତିରେ ସିଦ୍ଧାନ୍ତ-ଅନୁ, ଦର୍ଶକଙ୍କୁ କଲେ ଏମିତି ଅପିଲ୍ - PARAB FILM PROMOTION

ଗଜପତିର ମିରାକଲ ନାଇଟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡ଼ିଆ ତାରକା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ଫିଲ୍ମ 'ପରବ'ର ଜୋରଦାର କଲେ ପ୍ରମୋସନ ।

Odia Film Parab Promotion
Odia Film Parab Promotion (ETV Bharat Odisha)
author img

By ETV Bharat Odisha Team

Published : Nov 19, 2024, 2:59 PM IST

ଗଜପତି: ପାରଳାଖେମୁଣ୍ଡିର ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ 'ମିରାକଲ ନାଇଟ' ପଞ୍ଚମ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ନିର୍ଦ୍ଦେଶକ ଚିନ୍ମୟ ଦାସ । ଏହି ଅବସରରେ ଆଗାମୀ ଫିଲ୍ମ ‘ପରବ’ ପାଇଁ ପ୍ରମୋସନ କରିଥିଲେ । ଫିଲ୍ମ ବିଷୟରେ ସଂକ୍ଷେପରେ କହିବା ସହ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ ।

'ପରବ' ଫିଲ୍ମ ନେଇ ଲୋକଙ୍କୁ ଏହା ଅପିଲ୍ କଲେ ସିଦ୍ଧାନ୍ତ-ଅନୁ

Odia Film Parab Promotion (ETV Bharat Odisha)

ଏହି ଅବସରରେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା 'ପରବ' ନିର୍ଦ୍ଦେଶକ ଚିନ୍ମୟ ଦାସ ସ୍ଥାନୀୟ କଳାକାର ମାନଙ୍କୁ ମଧ୍ୟ ଧନ୍ୟବାଦ ଦେବା ସହ ବେଶ ପ୍ରଶଂସା ମଧ୍ୟ କରିଥିଲେ । 'ପରବ' ସିନେମାକୁ ବିପୁଳ ସଂଖ୍ୟାରେ ଦେଖିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ । କହିରଖୁଛୁ କି, ଆସନ୍ତା ଡିସେମ୍ବର ୨୦ ତାରିଖରେ ବଡ଼ ପରଦାକୁ ଆସିବ ଏହି ଫିଲ୍ମ । ଜାତୀୟ ପୁରସ୍କାର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ 'ଦମନ' ନିର୍ମାତା ଦୀପେନ୍ଦ୍ର ସାମଲଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଜାତୀୟ ପୁରସ୍କାର ବିଜେତା 'ପ୍ରତୀକ୍ଷା ଏବଂ 'ଦମନ' ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ଏଥିସହ ଅନୁ ଚୌଧୁରୀ ଏହି ଫିଲ୍ମରେ ଅଭିନୟ କରିବା ସହ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ ।

ଗଜପତିରେ ହୋଇଥିଲା 'ପରବ' ଫିଲ୍ମର ସୁଟିଂ

ଗଜପତି ଏବଂ ଆନ୍ଧ୍ର ସୀମାନ୍ତ ଅଞ୍ଚଳର ସୀମା ବିବାଦକୁ ନେଇ ଏହି ଚଳଚ୍ଚିତ୍ରର ଟିଜର ନିକଟରେ ରିଲିଜ ହୋଇଥିଲା । ଯାହା ଅଳ୍ପ ଦିନ ଭିତରେ ୩ଲକ୍ଷ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଏହି ସିନେମାଟି ଦୀର୍ଘ ମାସ ଧରି ଗଜପତି ଜିଲ୍ଲାର ଅନେକ ସ୍ଥାନରେ ସୁଟିଂ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅନେକ କଳାକାର ଏହି ଚଳଚ୍ଚିତ୍ରରେ କିଛି କିଛି ଭୂମିକାରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ । ଯାହାକୁ ନେଇ କଳାକାରଙ୍କ ମନରେ ବେଶ ଉତ୍ସାହ ରହିଥିବା ବେଳେ ଦର୍ଶକ ମଧ୍ୟ ବଡ଼ ପରଦାରେ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା ଓଡ଼ିଆ ଫିଲ୍ମ 'ପରବ' ଟିଜର; ଷ୍ଟାରକାଷ୍ଟଙ୍କ ଦେଖିବାକୁ ମିଳିଲା ଝଲକ, ଏହି ଦିନ ପରଦାକୁ ଆସିବ ଫିଲ୍ମ

କଳାକାରଙ୍କୁ କରାଗଲା ପୁରସ୍କୃତ

ପୂର୍ବରୁ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଟ ବିଭାଗ, ମହିଳା ବିଭାଗରେ ଏକକ, ଦୁଇଜଣିଆ ଓ ଦଳଗତ ଭାବେ ବିଭିନ୍ନ ଜିଲ୍ଲାର ପ୍ରାୟ ୧୩୮ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସିନେ କଳାକାରଙ୍କ ଦମଦାର ସଂଳାପ ସହ ଅନୁଷ୍ଠାନର ଶିଶୁ କଳାକାରଙ୍କ ସମେତ ଅତିଥି କଳାକାର ମାନେ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିବାରୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଅବିର ଭୂଷଣ ପଣ୍ଡା, ବିଷ୍ଣୁପ୍ରିୟା ଜେନା ପରିଚାଳନା କରିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.