ସମ୍ବଲପୁର: ଜିଲ୍ଲାର ଭିଜିଲାନ୍ସ ଏସପି ଭାବରେ କାର୍ଯ୍ୟରତ ଥିବା ଆଇପିଏସ ସାରା ଶର୍ମାଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲା ଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆଇପିଏସ ସାରା ଶର୍ମା ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଫେକ୍ ଫେସବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଲେ ଏହାକୁ ଗ୍ରହଣ ନ କରିବାକୁ ନିବେଦନ କରିବା ସହିତ ଟଙ୍କା ମଗାଯାଉଥିଲେ ନ ଦେବାକୁ ସେ ନିଜ ପୋଷ୍ଟରେ ଅପିଲ କରିଛନ୍ତି । ଏହି ଘଟଣା ନେଇ ଲିଖିତ ଅଭିଯୋଗ ହେଲେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଏସପି ବାତୁଲା ଗଙ୍ଗାଧର କହିଛନ୍ତି । ତେବେ ଆଇପିଏସ ସାରା ଶର୍ମା ପୂର୍ବରୁ ଗଜପତିର ଏସପି ଭାବେ କାର୍ଯ୍ୟ କରିଥିଲେ ।
ସୂଚନାଯୋଗ୍ୟ ଯେ ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକସେନା, ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ନବ କିସୋର ଦାସଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲା ଯାଇଥିବାର ଅଭିଯୋଗ ହୋଇଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ