ସମ୍ବଲପୁର: ବର୍ତ୍ତମାନ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରି ଦିଆଯାଇଛି । ଗତକାଲି ଠାରୁ ହୀରାକୁଦର 6ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସକାଳେ ପର୍ଯ୍ୟାୟ କ୍ରମରେ 4ଟି ଗେଟକୁ ବନ୍ଦ କରିଦିଆଯାଇ ମାତ୍ର 2 ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା ।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 628.00 ଫୁଟ ରହିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ