ETV Bharat / state

ଆସନ୍ତାକାଲିଠୁ ରାଜ୍ୟରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ, ଉପକୃତ ହେବେ ଉପାନ୍ତବାସୀ

author img

By

Published : Dec 19, 2021, 6:11 PM IST

Updated : Dec 19, 2021, 7:06 PM IST

ଆସନ୍ତାକାଲି(ସୋମବାର)ଠୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାୟୁ ସ୍ବାସ୍ଥ୍ୟ ସେବା । ପ୍ରଥମ ପର୍ଯ୍ୟାୟରେ ଉପକୃତ ହେବେ ଉପାନ୍ତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ ରାଜ୍ୟରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ, ଉପକୃତ ହେବେ ଉପାନ୍ତବାସୀ
ଆସନ୍ତାକାଲିଠୁ ରାଜ୍ୟରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ, ଉପକୃତ ହେବେ ଉପାନ୍ତବାସୀ

ସମ୍ବଲପୁର: ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଅଭିନବ ଉଦ୍ୟମ ଆରମ୍ଭ କରିବେ । ଗୁରୁତର ରୋଗୀଙ୍କ ପାଖରେ ତୁରନ୍ତ ହେଲିକପ୍ଟରରେ ପହଞ୍ଚିବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ । ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଅଞ୍ଚଳରେ ରୋଗୀଙ୍କୁ ମିଳିବ ଏହି ସୁବିଧା । ଆସନ୍ତାକାଲି(ସୋମବାର) ଭୁବନେଶ୍ୱର ବିମାନ ବନ୍ଦରରେ ଏହି ସେବାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ସୋମବାରଠୁ ସରକାରୀ ବାୟୁ ସ୍ବାସ୍ଥ୍ୟ ସେବା(Air Ambulance Health Service) ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି । ସମ୍ବଲପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗେ ଦେବାକୁ ଆସିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୋମବାର ପୂର୍ବାହ୍ନ ପ୍ରାୟ 11ଟା ସମୟରେ ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ବାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବିମାନବନ୍ଦରରେ ଏହି ବାୟୁ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାର ରୋଗୀଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । ଏହାଦ୍ବାରା ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯାଇ ଅଣାଯାଇପାରିବ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଏହି ସେବା କାର୍ଯ୍ୟକାରୀ ବୋଲି ଆଜି ସମ୍ବଲପୁରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହା ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 19, 2021, 7:06 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.