ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି; ତିନି ଦିନ ବନ୍ଦ ସରକାରୀ ଅଫିସ - again 3 days strike in sambalpur

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ପଶ୍ଚିମ ଓଡିଶାରେ ଆସନ୍ତା ସେପ୍ଟେମ୍ବର 26, 27 ଓ 30 ତାରିଖରେ ତିନି ଦିନ ବନ୍ଦ ପାଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 20, 2019, 6:55 PM IST

ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣି ପଶ୍ଚିମ ଓଡ଼ିଶାରେ ହେବ ଆନ୍ଦୋଳନ। ଦୀର୍ଘ ଦିନର ନୀରବତା ପରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏହି ଆନ୍ଦୋଳନ ହେବ ବୋଲି ଶୁକ୍ରବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ତେବେ ଆସନ୍ତା ସେପ୍ଟେମ୍ବର 26, 27 ଓ 30 ତାରିଖରେ ତିନି ଦିନ ବ୍ୟାପୀ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବନ୍ଦ ପାଳନ କରିବ ।

ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, କୋର୍ଟ, କଚେରୀ, ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥାଙ୍କୁ ବିକ୍ଷୋଭ କରି ବନ୍ଦ କରି ଦିଆଯିବ ବୋଲି ଓକିଲ ସଂଘ କହିଛି। ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବା, ହସ୍ପିଟାଲ, ଦୋକାନ, ବଜାର, ଗାଡି, ମୋଟର ଚଳାଚଳକୁ ବାଦ ଦିଆଯାଇଛି।

ପୂର୍ବରୁ ଏହି ଆନ୍ଦୋଳନ ପାଖାପାଖି 4 ମାସ ପର୍ଯ୍ୟନ୍ତ ଚାଲିଥିବା ବେଳେ ସାଧାରଣ ନିର୍ବାଚନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ନିର୍ବାଚନ ପରେ ଅଗଷ୍ଟ 30 ପର୍ଯ୍ୟନ୍ତ ସରକାରଙ୍କୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଲଟିମେଟମ ଦେଇଥିଲା।

କିନ୍ତୁ ରାଜ୍ୟ ସରକାର ଏକ ଇଣ୍ଟରଡିପାର୍ଟମେଣ୍ଟାଲ କମିଟି କରି ଏହି ଟିମକୁ କେନ୍ଦ୍ର ସରକାରଙ୍କ ପାଖକୁ ନପଠାଇ ଚୁପ ବସିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓକିଲ ସଂଘ ତରଫରୁ କୁହାଯାଇଛି।

ଏଥିସହ ସମ୍ବଲପୁରରେ ଆଗାମୀ ଦିନରେ ପ୍ରିପେଡ ମିଟର ଲଗାଯିବାକୁ ବିରୋଧ କରାଯିବ ବୋଲି ଓକିଲ ସଂଘ ସ୍ପଷ୍ଟ କରିଛି। ଏହାଛଡା ସମ୍ବଲପୁର ସହରର ରାସ୍ତା ଘାଟ ଓ ଟ୍ରାଫିକ ସମସ୍ୟା ସୁଧାରିଲା ପରେ ଟ୍ରାଫିକ ଚେକିଂ କଡାକଡ଼ି ଭାବେ ଲାଗୁ କରାଯାଉ ବୋଲି ଓକିଲ ସଂଘ କହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ପ୍ରସଙ୍ଗ ରେ ପୁଣି ପଶ୍ଚିମ ଓଡ଼ିଶାରେ ହେବ ଆନ୍ଦୋଳନ।ଦୀର୍ଘ ଦିନର ନୀରବତା ପରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏହି ଆନ୍ଦୋଳନ ହେବ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ତାରଫରୁ କୁହାଯାଇଛି।Body:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ତେଜିବ ଆନ୍ଦୋଳନ। ଏନେଇ ଆଜି ସମ୍ବଲପୁର ରେ ଜିଲ୍ଲା ଓକିଲ ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି। ଆସନ୍ତା ସେପ୍ଟେମ୍ବର 26, 27 ଓ 30 ତିନି ଦିନ ସମଗ୍ର ପଶ୍ଚିମ ଓଡ଼ିଶାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବନ୍ଦ ପାଳନ କରିବ । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଧୀନସ୍ଥ ସମସ୍ତ ଜିଲ୍ଲାରେ ଏହି ବନ୍ଦ ପାଳନ ହେବ। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି କ୍ରମେ ଏହା ହେବାକୁ ଯାଉଛି ବୋଲି ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ତାରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ,କୋର୍ଟ,କଚେରୀ,ବ୍ୟାଙ୍କ, ଅର୍ଥ ଲଗାନକାରୀ ସଂସ୍ଥା ଙ୍କୁ ପିକେଟିଂ କରି ବନ୍ଦ କରିଦିଆଜିବ ବୋଲି ଓକିଲ ସଂଘ କହିଛି।ତେବେ ଏହି ବନ୍ଦ ରୁ ଅତ୍ୟାବଶ୍ୟକ ସେବା, ହସ୍ପିଟାଲ,ଦୋକାନ, ବଜାର,ଗାଡି,ମୋଟର ଚଲା ଚଳକୁ ବାଦ ଦିଆଯାଇଛି। ପୂର୍ବରୁ ଏହି ଆନ୍ଦୋଳନ ପାଖା ପାଖି 4 ମାସ ପର୍ଯ୍ୟନ୍ତ ଚାଲିଥିବା ବେଳେ ସାଧାରଣ ନିର୍ବାଚନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।ତେବେ ନିର୍ବାଚନ ପରେ ଅଗଷ୍ଟ 30 ପର୍ଯ୍ୟନ୍ତ ସରକାର ଙ୍କୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଲଟିମେଟମ ଦେଇଥିଲା।କିନ୍ତୁ ରାଜ୍ୟ ସରକାର ଏକ interdepartmental କମିଟି କରି ଏହି ଟିମ କୁ କେନ୍ଦ୍ର ସରକାରଙ୍କ ପାଖ କୁ ନପଠାଇ ଚୁପ ବସିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓକିଲ ସଂଘ ତରଫରୁ କୁହାଯାଇଛି।ଏହା ସହ ସମ୍ବଲପୁର ରେ ଆଗାମୀ ଦିନରେ ପ୍ରି ପେଡ ମିଟର ଲଗାଯିବାକୁ ବିରୋଧ କରାଯିବ ବୋଲି ଓକିଲ ସଂଘ ସ୍ପଷ୍ଟ କରିଛି। ଏହା ସହ ସମ୍ବଲପୁର ସହରର ରାସ୍ତା ଘାଟ ଓ ଟ୍ରାଫିକ ସମସ୍ୟା ସୁଧାରିଲା ପରେ ଟ୍ରାଫିକ ଚେକିଂ କଡା କଡ଼ିଭାବେ ଲାଗୁ କରାଯାଉ ବୋଲି ଓକିଲ ସଂଘ କହିଛି।

ବାଇଟ-1-ବିଜିତେନ୍ଦ୍ରିୟ ପ୍ରଧାନ,ସଭାପତି, ସମ୍ବଲପୁର ଜିଲ୍ଲା ଓକିଲ ସଂଘ। *ମୋଟା ନିଶ ଅଛି।

ବାଇଟ-2-ପ୍ରଦୀପ ବହିଦାର, ପ୍ରମୁଖ ସଦସ୍ୟ ,କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି।Conclusion:ଏଇ ଭିତରେ ରାଜ୍ୟ ସରକାର କୋୖଣସି ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଷ୍ପଷ୍ଟ ଜଣାପଡୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.