ETV Bharat / state

ଅସୁରକ୍ଷିତ ଗଜରାଜ: 2 ଦିନରେ 2 ଦନ୍ତାଙ୍କ ମୃତ୍ୟୁ - elephant dead

ରେଢାଖୋଲ ବନଖଣ୍ଡରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ହାତୀଟି ପ୍ରାଣ ହରାଇଛି । ଗତ 2ଦିନ ମଧ୍ୟରେ 2 ଦନ୍ତାଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ।

ଅସୁରକ୍ଷିତ ଗଜରାଜ
author img

By

Published : Oct 24, 2019, 6:56 PM IST

ସମ୍ବଲପୁର: ବିପଦରେ ଗଜରାଜ । ନାକଟିଦେଉଳ ରେଞ୍ଜରେ ଦନ୍ତାହାତୀ ମୃତ୍ୟୁ ହେବାର 2ଦିନ ନ ପୂରୁଣୁ ବଡମାଲ ରେଞ୍ଜରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି ।

ଅସୁରକ୍ଷିତ ଗଜରାଜ

ମୃତ ହାତୀର ବୟସ ପ୍ରାୟ 30 ରୁ 35 ବର୍ଷ ବୋଲି ଅନୁମାନ କରାଯାଉଛି । ଦୀର୍ଘ ଦିନରୁ ହାତୀଟି ଆନ୍ଥ୍ରାକ୍ସରେ ପୀଡିତ ଥିଲା । ଏଥିପାଇଁ ତାର ମୃତ୍ୟୁ ହୋଇଥିବା ରେଢାଖୋଲ ଡିଏଫଓ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି । ତେବେ ଦନ୍ତାଟି ଆନ୍ଥ୍ରାକ୍ସରେ ପୀଡିତ ଥିବାରୁ ମୃତଦେହର କିଛି ଅଂଶ ଭୁବନେଶ୍ବର ପଠାଯିବା ପରେ ବାକି ଅଂଶକୁ ପୋତିବା ବଦଳରେ ପୋଡି ଦିଆଯାଇଛି । 2ଦିନ ମଧ୍ୟରେ 2ଟି ଦନ୍ତାର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ 2 ଦିନ ଅନ୍ତରରେ ଆଉ ଗୋଟିଏ ହାତୀ ର ମୃତ୍ୟୁ ହୋଇଛି। ପୂର୍ବରୁ ନାକଟିଦେଉଳ ରାଇଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ର ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ବଡ଼ମାଲ ରେଞ୍ଜ ବଡ଼ପାଟି ଗ୍ରାମ ନିକଟରୁ ଆଉ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର ହୋଇଛି।Body:ମୃତ ହାତୀର ବୟସ 30 ରୁ 35 ବର୍ଷ ବୋଲି ଜଣା ଯାଇଛି। ଅଂଥ୍ରାକସ ରେ ପୀଡିତ ହୋଇ ହାତୀଟି ର ମୃତ୍ୟୁ ହୋଇଥିବା ରେଢ଼ାଖୋଲ ଡି ଏଫ ଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି।Conclusion:ଅଂଥ୍ରାକସ ରୋଗରେ ହାତୀର ମୃତ୍ୟୁ ହୋଉଥିବାରୁ ତାକୁ ପୋତା ନଯାଇ ପୋଡ଼ା ଯାଇଥିଲା। ତେବେ ଅଧୁକ ପରୀକ୍ଷା ନିରୀକ୍ଷା ପାଇଁ ହାତୀର ମୃତ ଦେହର କିଛି ଅଂଶ ଭୁବନେଶ୍ବର ପଠା ଯାଇଛି। ପ୍ରାଣୀ ଚିକିତ୍ସକ ମୋହନ ମାଣିଆ ଶବ ବ୍ୟବଚ୍ଛେଦ କରିଥିଲେ।ତେବେ 2 ଦିନ ଭିତରେ 2 ଟି ହାତୀ ର ମୃତ୍ୟୁ ପଶୁ ପ୍ରେମୀ ଙ୍କୁ ବ୍ୟଥିତ କରିଛି।ସେଥିପାଇଁ ହାତୀ ମୃତ୍ୟୁ ର ସଠିକ କାରଣ ଖୋଜି ହାତୀ ସୁରକ୍ଷା ନେଇ ବନ ବିଭାଗ ଅଧିକ ତତ୍ୱର ହେବା ଉଚିତ ବୋଲି ଦାବି ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.