ETV Bharat / state

ସୁରତ ଅଗ୍ନିକାଣ୍ଡ ପରେ ସତର୍କ ହେଉଛି ସମ୍ବଲପୁର - sambalpur

ସୁରତ ଅଗ୍ନିକାଣ୍ଡ ପରେ ସାରା ରାଜ୍ୟର କୋଚିଙ୍ଗ ସେଣ୍ଟରରେ ସଚେତନତା କାର୍ଯ୍ୟକ୍ରମ । ଏହି କ୍ରମରେ ଶନିବାର ସମ୍ବଲପୁରରେ ମଧ୍ୟ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 1, 2019, 9:58 PM IST

ସମ୍ବଲପୁର: ଗୁଜରାଟ କୋଚିଙ୍ଗ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ସମଗ୍ର ରାଜ୍ୟରେ ବିଭିନ୍ନ କୋଚିଙ୍ଗ ସେଣ୍ଟର ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିଲା ଏବଂ ଏହା ସ୍ୱାଭାବିକ ମଧ୍ୟ । କାହିଁକି ନା ଶହ ଶହ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଠନ ପାଇଁ ଏହି ସ୍ଥାନକୁ ଆସନ୍ତି ପାଠ ପଢ଼ିବା ପାଇଁ । ଏମାନଙ୍କୁ ଅଗ୍ନିକାଣ୍ଡର ଭୟାବହତା, ସୁରକ୍ଷା, ପ୍ରତିଷେଧକ ବ୍ୟବସ୍ଥା ଜାଣିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଶନିବାର ସମ୍ବଲପୁର ସହର ମଧ୍ୟରେ ଥିବା ସମସ୍ତ କୋଚିଙ୍ଗ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସଚେତନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ପରିଚାଳନା ସହ ନିଆଁ ନଲାଗିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା, ଅଗ୍ନିକାଣ୍ଡ ସମୟରେ ନିଜକୁ ଓ ଅନ୍ୟ ମାନଙ୍କୁ କିପରି ରକ୍ଷା କରିହେବ ସେ ନେଇ ସଚେତନ କରାଯାଇଥିଲା। ତେବେ ଏହି ସଚେତନତା କାର୍ଯ୍ୟକ୍ରମ ବର୍ଷ ତମାମ ଚାଲିବା ଉଚିତ ବୋଲି କୁହାଯାଉଛି । କେବଳ କୌଣସି ଦୁର୍ଘଟଣା ପରେ କିଛିଦିନ ଏହି ପ୍ରକ୍ରିୟା ଜାରି ରଖିବା ତାପରେ ପୁଣି ଏକ ଦୁର୍ଘଟଣା ଘଟିବା ପର୍ଯ୍ୟନ୍ତ ଚୁପ ରହିବା ଆମ ବ୍ୟବସ୍ଥାର ଧାରାରେ ପରିଣତ ହୋଇଛି ଯାହାକୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.