ETV Bharat / state

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ: ଆଇଜି ଓ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ - ଓକିଲ ଆନ୍ଦୋଳନ ଓ ହିଂସା ଘଟଣା

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଲାଗି ଓକିଲ ଆନ୍ଦୋଳନ ଓ ହିଂସା ଘଟଣା । ଭୁବନେଶ୍ୱର ସମେତ କେତେକ ଜିଲ୍ଲାର ଓକିଲ ସଂଘର ସଦସ୍ୟଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସମ୍ବଲପୁରକୁ ଆସିଥିଲା । ଉତ୍ତରାଞ୍ଚଳ ଆଇଜି ଓ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

advocate protest in sambalpur
ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗ
author img

By

Published : Dec 20, 2022, 7:42 AM IST

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ଆନ୍ଦୋଳନ ଓ ହିଂସା ଘଟଣା ନେଇ ଭୁବନେଶ୍ୱର ଓ ଅନ୍ୟ କେତେକ ଜିଲ୍ଲାର ଓକିଲ ସଂଘର ସଦସ୍ୟଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସମ୍ବଲପୁରକୁ ଆସି ପହଞ୍ଚିଥିଲା । ଏହି ଟିମ୍‌ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପ୍ରମୁଖ ସଦସ୍ୟ, ଜିଲ୍ଲା ଦୌରା ଜଜ, ଉତ୍ତରାଞ୍ଚଳ ଆଇଜି, ସମ୍ବଲପୁର ଜିଲ୍ଲାପାଳ ଓ ଜେଲରେ ଥିବା ଓକିଲଙ୍କ ସହ ଆଲୋଚନା କରିଛି । କୋର୍ଟ କାର୍ଯ୍ୟ କିପରି ସ୍ୱାଭାବିକ ହେବ ସେନେଇ ଉଦ୍ୟମ ଜାରି ରହିଛି ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମ କହିଛି ।

ଗତ 12 ତାରିଖରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନ ସମୟରେ ଜିଲ୍ଲା ଜଜ୍‌ଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଘଟଣାକୁ ନେଇ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ବଲପୁର ଆସିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ ପ୍ରମୁଖ ସଦସ୍ୟମାନଙ୍କ ସହ ଏକ ବୈଠକ କରିଥିଲେ । ଏହାପରେ ଜିଲ୍ଲା ଦୌରା ଜଜଙ୍କ ସହ ଆଲୋଚନା କରି ପରବର୍ତ୍ତୀ ସମୟରେ ଉତ୍ତରାଞ୍ଚଳ ଆଇଜି, ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । କୋର୍ଟରେ ଲାଗି ରହିଥିବା ନ୍ୟାୟିକ ଅଚଳାବସ୍ଥା ଓ ମହକିଲଙ୍କ ଦୁରାବସ୍ଥା ସମସ୍ୟା କିପରି ସ୍ୱାଭାବିକ ହେବ ସେନେଇ ଚେଷ୍ଟା ଜାରି ରହିଛି ବୋଲି ଏହି ଟିମ୍‌ ସୂଚନା ଦେଇଛି ।

ବର୍ତ୍ତମାନ କୋର୍ଟ ପରିସରେ 144 ଧାରା ଜାରି ରହିଥିବା ବେଳେ ମହକିଲମାନେ ହଇରାଣ ହେଉଛନ୍ତି । ଏଭଳି ପରିସ୍ଥିତିରେ କୋର୍ଟ କାର୍ଯ୍ୟର ସ୍ଥିତି କିପରି ସ୍ୱାଭାବିକ ହେବ ସେଥିପାଇଁ ଧାରା 144 ଉଠାଇବା ପାଇଁ ଆଇଜିଙ୍କୁ ଅନୁରୋଧ କରିଛି ଟିମ୍‌ । ଏହାସହ ଏହି ଟିମ କହିଛି ଯେ, 'ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ଓକିଲଙ୍କ କୌଣସି ସମ୍ପୃକ୍ତି ନାହିଁ । ଆନ୍ଦୋଳନ ଜାରି ରହିଥିବା ବେଳେ କେତେକ ସାଧରଣ ଆନ୍ଦୋଳନକାରୀ ଜଜ୍‌ଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିଥିଲେ । ଏହି ସମୟରେ ଓଲଟା ଓକିଲ ସଂଘର ବରିଷ୍ଠ ସଦସ୍ୟମାନେ ଜିଲ୍ଲା ଜଜ୍‌ଙ୍କୁ ଉଦ୍ଧାର କରିଥିଲେ ।' ତେଣୁ ଜେଲ୍‌ରେ ଥିବା ଓକିଲମାନଙ୍କୁ ଶୀଘ୍ର ଜାମିନ ଦିଆଯାଉ ବୋଲି ଟିମ୍‌ କହିଛି ।

ଏହା ମଧ୍ୟ ପଢ଼ନ୍ତୁ: Sambalpur Lawyers Agitation: ଗିରଫ ଓକିଲଙ୍କୁ ଥାର୍ଡଡିଗ୍ରୀ ଦେଉଛି ପୋଲିସ: ବିରୋଧୀ ଦଳନେତା

ଅନ୍ୟପଟେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି, "କୋର୍ଟ ଅଞ୍ଚଳରେ କୌଣସି ଅଘଟଣର ବା ଅସ୍ୱାଭାବିକ ପରିସ୍ଥିତିର ଆଶଙ୍କାରେ ଧାରା 144 ଲାଗିଥାଏ । ଏହାକୁ ମାଜିଷ୍ଟ୍ରେଟ ଲାଗୁ କରନ୍ତି ଓ ଅପସାରଣ କରନ୍ତି । ଅନ୍ୟପଟେ ହାଇକୋର୍ଟ ବେଞ୍ଚ୍‌ ପାଇଁ ପ୍ରସ୍ତାବିତ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ କେବଳ ସାମୟିକ ଭାବେ ବାତିଲ ହୋଇଛି । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କଚେରୀ ଅଞ୍ଚଳରେ ଧାରା 144 ଲଗାଯାଇଛି ।" ଏହି ଘଟଣାର ତଦନ୍ତ ବର୍ତ୍ତମାନ ଡିଜିଟାଲ ଓ ଟେକ୍ନିକାଲ ପ୍ରମାଣ ଆଧାରରେ ଜାରି ରହିଥିବା ବେଳେ ଗିରଫଦାରୀ ବୃଦ୍ଧି ପାଇପାରେ ବୋଲି ପରୋକ୍ଷରେ କହିଛନ୍ତି ଆଇଜି । ଆଗକୁ ଏହି ଟିମ୍‌ ଘଟଣାର ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଆବଶ୍ୟକ ପଡିଲେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବ ବୋଲି ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.