ETV Bharat / state

ସଂକ୍ରମଣ ରୋକିବାକୁ ସମ୍ବଲପୁରରେ ହେଲ୍ପଲାଇନ ନମ୍ବର ଜାରି - sambalpur sanitize

ସମ୍ବଲପୁର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାର ପ୍ରତିକାର ପାଇଁ ପ୍ରଶାସନ ସଚେତନତା କରିବା ସହ ଜିଲ୍ଲାରେ ଥିବ ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକ ପାଇଁ ନିର୍ଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର ସବୁ ଜାରି କରିଛି । ଅଧିକ ପଢନ୍ତୁ...

ସଂକ୍ରମଣ ରୋକିବାକୁ ପ୍ରଶାସନର ହେଲ୍ପଲାଇନ ନମ୍ବର
ସଂକ୍ରମଣ ରୋକିବାକୁ ପ୍ରଶାସନର ହେଲ୍ପଲାଇନ ନମ୍ବର
author img

By

Published : May 10, 2021, 8:42 PM IST

ସମ୍ବଲପୁର: ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ଦୈନିକ ସଂକ୍ରମିତ ସଂଖ୍ୟା 500 ଟପୁଛି । ଏଥିପାଇଁ ଏବେ ସମ୍ବଲପୁର ଜିଲ୍ଲା ପ୍ରଶାସନ କୋଭିଡ ରୋଗ ପ୍ରତିକାର ପାଇଁ ସଚେତନତା କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକ ପାଇଁ ନିର୍ଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର ସବୁ ଜାରି କରିଛି । ବୁର୍ଲା ଭିମସାର କୋଭିଡ ହସ୍ପିଟାଲ 1 ପାଇଁ 18003456772 ଓ 9337055291, ଭିମସାର କୋଭିଡ ହସ୍ପିଟାଲ 2 ପାଇଁ 18003456774 ଓ 9348718543, ସମ୍ବଲପୁର ଡିଏଚଏଚ ଅଶ୍ୱିନୀ କୋଭିଡ ହସ୍ପିଟାଲ ପାଇଁ 7328842369 ଓ 9437023947 ଟୋଲ ଫ୍ରି ନମ୍ୱର ଜାରି କରାଯାଇଛି ।

ଏତଦବ୍ୟତୀତ ବୁର୍ଲା କୋଭିଡ କେୟାର ସେଣ୍ଟର ପାଇଁ 8480019935, କୁଚିଣ୍ଡା କୋଭିଡ କେୟାର ସେଣ୍ଟର ପାଇଁ 7608904188, ରେଢ଼ାଖୋଲ କୋଭିଡ କେୟାର ସେଣ୍ଟର ପାଇଁ 8984572577 ଓ କାଇଁଶିର କୋଭିଡ କେୟାର ସେଣ୍ଟର ପାଇଁ 7683858642 ଆଦି ଟୋଲ ଫ୍ରି ନମ୍ୱର ଜାରି କରିଛି ।

ସଂକ୍ରମଣ ରୋକିବାକୁ ପ୍ରଶାସନର ହେଲ୍ପଲାଇନ ନମ୍ବର
ସଂକ୍ରମଣ ରୋକିବାକୁ ପ୍ରଶାସନର ହେଲ୍ପଲାଇନ ନମ୍ବର
ସଂକ୍ରମଣ ରୋକିବାକୁ ପ୍ରଶାସନର ହେଲ୍ପଲାଇନ ନମ୍ବର

ଯେକୌଣସି କୋଭିଡ ରୋଗୀ ପାଇଁ ଏହି ନମ୍ବରରେ ଯୋଗାଯୋଗ କରାଯାଇ ପାରିବ । ଏହାସହ ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ବିଶୋଧନ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ସମ୍ବଲପୁର ଜିଲ୍ଲାର 3ଟି ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଯଥା ଏମସିଏଲ, ହିଣ୍ଡାଳକୋ ଓ ଜିନ୍ଦଲ ଗ୍ରୁପର ସହାୟତା ନେଇଛି ଜିଲ୍ଲା ପ୍ରଶାସନ ।

ଏମସିଏଲ କଂପାନୀର ଫଗିଂ ମେସିନ ସମ୍ବଲପୁର କଚେରୀ ଛକରୁ ଅଇଁଠା ପାଲି ଛକ ପର୍ଯ୍ୟନ୍ତ ଥିବା ରାସ୍ତା ଓ ଗଳି ଗୁଡିକ ସାନିଟାଇଜ କରିଛି । ଅନ୍ୟପଟେ ଜିନ୍ଦଲ କମ୍ପାନୀର ବିଶୋଧକ ଗାଡି ଲକ୍ଷ୍ମୀ ଟକିଜ ଛକରୁ ଧନୁପାଲି ପର୍ଯ୍ୟନ୍ତ ଥିବା ମୁଖ୍ୟ ସଡକ
ଗଳି ଓ ଛକ ଗୁଡ଼ିକରେ ବିଶୋଧନ କରାଯାଇଛି । ଠିକ ସେହିପରି ଫାଟକ ଅଞ୍ଚଳରୁ କ୍ଷେତରାଜପୁର ପର୍ଯ୍ୟନ୍ତ ସଡକକୁ ହିଣ୍ଡାଲକୋ କମ୍ପାନୀର ଗାଡି ସାନିଟାଇଜ କରିଛି ।


ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ଓ ସଦର ତହସିଲଦାର ଲକ୍ଷଣ ଅମାତ ନିଜେ ଏହାର ତଦାରଖ କରିଛନ୍ତି । ସମ୍ବଲପୁର ସହରବାସୀ ଏହି କାର୍ଯ୍ୟକୁ ସ୍ୱାଗତ କରିଥିଲେ ମଧ୍ୟ ବହୁ ପୂର୍ବରୁ ଏହି ପଦକ୍ଷେପ ନେବାର ଆବଶ୍ୟକ ଥିଲା ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.