ETV Bharat / state

ନିର୍ବାଚନ ପୂର୍ବରୁ ଜମିପଟ୍ଟା ନ ଦେଲେ ଭୋଟ ବର୍ଜନ କରିବେ ବୁର୍ଲାବାସୀ !

ବୁର୍ଲାରେ ଜବରଦଖଲ ଉଚ୍ଛେଦକୁ ରୋକିବା ପାଇଁ ଉଠିଲା ଦାବି । ଆଗାମୀ ନିର୍ବାଚନ ପୂର୍ବରୁ ସ୍ଥାୟୀ ଜମି ପଟ୍ଟା ଦିଆନଗଲେ ବୁର୍ଲାବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

eviction drive in Burla
eviction drive in Burla
author img

By ETV Bharat Odisha Team

Published : Oct 18, 2023, 9:06 AM IST

eviction drive in Burla

ସମ୍ବଲପୁର: ସମ୍ବଲପୁର ମହାନଗର ଅଧୀନ ବୁର୍ଲା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ବୁର୍ଲା ନାଗରିକ କ୍ରିୟାନୁଷ୍ଠାନ କମିଟି ଏନେଇ ନିଜର ଅସନ୍ତୋଷ ଜାହିର କରିଛି । ଏଥିସହ ଜିଲ୍ଲା ପ୍ରଶାସନର ଏହିଭଳି ମନମୁଖୀ କାର୍ଯ୍ୟକଳାପ ବନ୍ଦ ନକଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ।

ସୂଚନା ମୁତାବକ, ବୁର୍ଲାର ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତ ଅଗଷ୍ଟ 11 ତାରିଖରୁ ଏହି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ 700ରୁ ଉର୍ଦ୍ଧ୍ବ ଦୋକାନ ଭଙ୍ଗା ଯାଇଥିବା ବେଳେ କେତେକ ଲୋକଙ୍କ ଘର ମଧ୍ୟ ଉଚ୍ଛେଦ କରାଯାଇଥିଲା । ତେବେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିଥିଲା । ଏଭଳି ପରିସ୍ଥିତିରେ ଲୋକେ ଗତ କିଛି ଦିନ ତଳେ ବୁର୍ଲା କ୍ରିୟାନୁଷ୍ଠାନ କମିଟିର ନେତୃତ୍ୱରେ 12 ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦେଇଥିଲେ । ମୁଖ୍ୟତଃ ଉଚ୍ଛେଦ ପୂର୍ବରୁ ଲୋକଙ୍କୁ ନୋଟିସ ଦେଇ ପ୍ରଥମେ କ୍ଷତିପୂରଣ ଦେବା ସହ ଥଇଥାନ କଲା ପରେ ଉଚ୍ଛେଦ କରାଯାଉ ଓ ସରକାରୀ ଜମିରେ ରହୁଥିବା ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉ ବୋଲି ବୁର୍ଲା ନାଗରିକ କମିଟି ଦାବି କରିଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା 90 ପ୍ରତିଶତ ଉଚ୍ଛେଦ କାର୍ଯ୍ୟ ସରିଯାଇଛି । ହେଲେ ଜିଲ୍ଲା ପ୍ରଶାସନ ପୁଣି ଉଚ୍ଛେଦ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ଏବେ ଶାସକ ବିଜେଡି ଉପରେ ଟାର୍ଗେଟ କରିଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି ଯେ, ପୂର୍ବରୁ ବିଜେପି ଏହି ପ୍ରସଙ୍ଗ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ତେବେ ସେତେବେଳେ ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଇ ନଥିଲା । ଆଉ ବର୍ତ୍ତମାନ ବହୁ ପରିମାଣରେ ଲୋକେ କ୍ଷତିଗ୍ରସ୍ତ ହେବା ପରେ ଏତେ ବିଳମ୍ବରେ ବିଜେଡିର ଚେତା କାହିଁକି ପଶିଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ- ଜବରଦଖଲ ଉଚ୍ଛେଦ ରୋକିବାକୁ ଦାବି କଲା ବିଜେଡି ପ୍ରତିନିଧି ଦଳ

ଅନ୍ୟପଟେ ଗତକାଲି ସମ୍ବଲପୁର ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ବୁର୍ଲା କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି ଯେ, ଏଣିକି ଜିଲ୍ଲା ପ୍ରଶାସନ ନିଜର ପ୍ରତିଶୃତି ମୁତାବକ ଆଉ ଉଚ୍ଛେଦ ନକରୁ । ପ୍ରଥମେ ଲୋକଙ୍କୁ ଥଇଥାନ ଓ ଜମି ବନ୍ଦୋବସ୍ତ କରି ପରେ ଉଚ୍ଛେଦ କରୁ । ନିର୍ବାଚନକୁ ଦୃଷ୍ଟିରେ ରଖି ବୁର୍ଲାବାସୀଙ୍କୁ ବାରମ୍ବାର ସ୍ଥାୟୀ ଘର ଡିହ ପଟ୍ଟା ଦେବାର ପ୍ରତିଶୃତି ଦେଇ ଭୁଲି ଯାଉଛି ପ୍ରଶାସନ । ତେବେ ଏଥର ନିର୍ବାଚନ ପୂର୍ବରୁ ବୁର୍ଲା ଠାରେ ଦୀର୍ଘ ଦିନରୁ ସରକାରୀ ଜମିରେ ରହୁଥିବା ଲୋକଙ୍କୁ ସ୍ଥାୟୀ ଜମି ପଟ୍ଟା ଦିଆ ନଗଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ବୁର୍ଲା କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.