ETV Bharat / state

ସମ୍ବଲପୁର ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପଶି ଛୁରାମାଡ଼

author img

By

Published : Mar 13, 2022, 9:59 AM IST

ବିଜେପି ସଭାପତି ଗିରିଶ ପଟେଲଙ୍କୁ ଛୁରା ମାଡ଼ । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କୁ ଛୁରା ମାଡ଼ ହୋଇଛି । ଅଧିକ ପଢ଼ନ୍ତୁ

accused attack on district bjp presindent of sambalpur
ସମ୍ବଲପୁର ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପଶି ଛୁରାମାଡ଼

ସମ୍ବଲପୁର: ବିଜେପି ସଭାପତି ଗିରିଶ ପଟେଲଙ୍କୁ ଛୁରା ମାଡ଼ । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କୁ ଛୁରା ମାଡ଼ ହୋଇଛି । ଗତ କାଲି (ଶନିବାର) ସନ୍ଧ୍ୟାରେ ଗିରିଶଙ୍କ ବାସଭବନରେ 2ଜଣ ଦୁର୍ବୃତ୍ତ ତାଙ୍କ ଘରକୁ ପଶି ଛୁରା ମାଡ଼ କରିଥିବା ଅଭିଯୋଗ ରହିଛି।

ସମ୍ବଲପୁର ସହର ଗୋଲବଜାର ନିକଟରେ ଥିବା ଗିରିଶ ପଟେଲଙ୍କ ବାସଭବନରେ ପଶି 2 ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଛନ୍ତି। ପ୍ରଥମେ ଦୁର୍ବୃତ୍ତ ତାଙ୍କ ପେଟରେ ଛୁରା ମାଡ଼ କରିଥିଲେ। ତେବେ ଗିରିଶ ପ୍ରତିବାଦ କରିବାରୁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ଏନେଇ ସେ ଟାଉନ ଥାନା ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଟାଉନ ଥାନାରେ ଅଭିଯୋଗ ହେବା ପରେ ଗତ ବିଳମ୍ବିତ ରାତିରେ ମୂଖ୍ୟ ଅଭିଯୁକ୍ତ ସଞ୍ଜୀବ ଖଣ୍ଡେଲୱାଲ ଓ ରାଜେନ୍ଦ୍ର ପୋଢ଼କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଠିକା ଜନିତ ଟଙ୍କା ବିବାଦ ନେଇ ଏହି ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.