ETV Bharat / state

JSW ଭୂଷଣ କାରଖାନାରେ ଅଘଟଣ: ଭୁଶୁଡିଲା ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ

author img

By

Published : Jan 21, 2022, 1:21 PM IST

Updated : Jan 21, 2022, 2:16 PM IST

ସମ୍ବଲପୁର JSW-ଭୂଷଣ କାରଖାନାରେ ବଡ ଧରଣର ଅଘଟଣ । କାରଖାନାର ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ ଭୁଶୁଡି ଯିବାରୁ ଆଖପାଖକୁ ମାଡି ଚାଲିଛି ପଣ୍ଡର ସିଲରି ବା ତରଳ ୱେଷ୍ଟେଜ୍ ଫାଇନ୍ସ । ଅଧିକ ପଢନ୍ତୁ

JSW-ଭୂଷଣରେ ଅଘଟଣ: ଭୁଶୁଡିଲା ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ

ସମ୍ବଲପୁର: ଜିଲ୍ଲା ଅନ୍ତର୍ଗତ ଠେଲକୁଲିସ୍ଥିତ JSW-ଭୂଷଣ କାରଖାନାରେ ବଡ ଧରଣର ଅଘଟଣ । କାରଖାନାର ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ ଭୁଶୁଡି ଯାଇଛି । ଫଳରେ ଆଖପାଖ ଅଞ୍ଚଳକୁ ଏହି ପଣ୍ଡର ସିଲରି ବା ତରଳ ୱେଷ୍ଟେଜ୍ ଫାଇନ୍ସ ମାଡିଚାଲିଛି । ନିକଟରେ ଥିବା ବାଞ୍ଜିବେର୍ଣା ଗାଁକୁ ଏହି ବିଷାକ୍ତ ବର୍ଜ୍ୟ ମାଡି ଯାଇଥିବାର ଦେଖାଯାଇଛି । ଏପରିକି ଏଠାରେ କାର୍ଯ୍ୟରତ ଥିବା ଅନେକ ଶ୍ରମିକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି ।

JSW ଭୂଷଣ କାରଖାନାରେ ଅଘଟଣ: ଭୁଶୁଡିଲା ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ

ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ରାତିରେ ପେଲେଟ ପ୍ଲାଣ୍ଟର ସିଲରି ପଣ୍ଡ ପାଚେରୀ ଭାଙ୍ଗି ଯାଇଥିଲା । ଫଳରେ ଏଠାରେ ଜମାଟ ବାନ୍ଧିଥିବା ବିଷାକ୍ତ ତରଳ ଲୁହା ଫାଇନ୍ସ ନିକଟସ୍ଥ ବାଞ୍ଜିବେର୍ଣା ଗାଁ ଆଡ଼କୁ ମାଡିଯାଇଛି । ଏହି ବିଷାକ୍ତ ବ୍ୟାପକ ଚାଷ ଜମିରେ ପଶିବା ସହ ଗାଧୁଆ ପୋଖରୀକୁ ମଧ୍ୟ ପ୍ରବେଶ କରିସାରିଛି । ଫଳରେ ଏବେ ମାଛମାନେ ମରି ଭାସିବା ଆରମ୍ଭ କରିଛନ୍ତି । ସେହିପରି ନିକଟରେ ଥିବା ଏକ କୁକୁଡା ଫାର୍ମ ବି କ୍ଷତିଗ୍ରସ୍ତ ହୋଇଛି । ସେପଟେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହାକୁ ଅଟକାଇବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ଏହା କାରଖାନା ପଛପଟେ ଯାଇଥିବା ସମ୍ବଲପୁର-ଝାରସୁଗୁଡା ରେଳପଥ ଉପରକୁ ମାଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯଦି ଏହି ସିଲଟ ରେଳପଥ ଉପରକୁ ମାଡିଗଲା, ତାହେଲେ ରେଳପଥରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହେବା ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 21, 2022, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.