ETV Bharat / state

ଘର ଅଗଣାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର - ସମ୍ବଲପୁରରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଲତା-ନୂଆଁପାଲି ଗାଁରେ ନିଜ ଘର ଅଗଣାରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ 40 ବର୍ଷୀୟ ଜ୍ୟୋସ୍ନା ପ୍ରଧାନ।

woman's half-burnt body
ଘର ଅଗଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର
author img

By

Published : Jun 16, 2020, 11:33 AM IST

Updated : Jun 16, 2020, 3:27 PM IST

ସମ୍ବଲପୁର: ଘର ଅଗଣାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଲତା-ନୂଆଁପାଲି ଗାଁରେ ନିଜ ଘର ଅଗଣାରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ଆଇଆଇସି ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ବରେ ଉଭୟ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

ଘର ଅଗଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମହିଳା ଜଣଙ୍କ ମୃତଦେହକୁ ଦେଖି ତାଙ୍କର ଭାଇ ତଥା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ମୃତକ ଜଣକ ହେଲେ 40 ବର୍ଷୀୟ ଜ୍ୟୋସ୍ନା ପ୍ରଧାନ। ସ୍ଥାନୀୟ ଲୋକଙ୍କ କହିବାଅନୁସାରେ, ଜ୍ୟୋସ୍ନାଙ୍କ ଭାଇ ସନାତନ ପ୍ରଧାନଙ୍କ ସହ ତାଙ୍କର ସବୁବେଳେ କଳି ଝଗଡା ଲାଗି ରହୁଥିଲା।

ତେଣୁ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ପରିବାରିକ କଳହ ଜନିତ ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏପଟେ ମୃତ ଜ୍ୟୋସ୍ନାଙ୍କ ବଡ଼ ଭାଇ ସନାତନଙ୍କ ପରିବାର ଲୋକେ ବର୍ତ୍ତମାନ ଏଠାରେ ନଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢ଼ିଭୂତ ହେଉଛି। ତେବେ ଏନେଇ ସନାତନ ପ୍ରଧାନ କିଛି ଜାଣି ନଥିବା କହିଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 16, 2020, 3:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.