ETV Bharat / state

ଭୁଲ ଟ୍ରେନରେ ବସି ପଶ୍ଚିମବଙ୍ଗରୁ ସମ୍ବଲପୁରରେ ପହଞ୍ଚିଲେ ମହିଳା - A west bengal woman rescued from sambalpur

ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଜଣେ ମହିଳା ଅଜଣାତରେ ଭୁଲ ଟ୍ରେନରେ ବସି ସମ୍ବଲପୁରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଭୁଲ ଟ୍ରେନରେ ବସି ପଶ୍ଚିମବଙ୍ଗରୁ ସମ୍ବଲପୁର ପହଞ୍ଚିଲେ ମହିଳା

author img

By

Published : Nov 20, 2020, 10:49 AM IST

ସମ୍ବଲପୁର: ଭୁଲ ଟ୍ରେନରେ ବସି ଫସିଲେ ବଙ୍ଗୀୟ ମହିଳା । ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଜଣେ ମହିଳା ଅଜାଣତରେ ଭୁଲ ଟ୍ରେନରେ ବସି ସମ୍ବଲପୁରରେ ପହଞ୍ଚିଛନ୍ତି । ରାସ୍ତାରେ ଅସହାୟ ଭାବରେ ବୁଲୁଥିବା ବେଳେ ସଦର ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଓ୍ବାନ ଷ୍ଟପ ସେଣ୍ଟର ସଖିକୁ ହସ୍ତାନ୍ତରିତ କରିଛି । ଉଭୟ ପୋଲିସ ଓ ସଖୀ ପକ୍ଷରୁ ମହିଳାଙ୍କୁ ଘରକୁ ପଠାଇବା ପାଇଁ ହୁଗୁଳି ଜିଲ୍ଲାର ପାଣ୍ଡଓ୍ବା ଥାନା ସହିତ ଯୋଗାଯୋଗ କରାଯାଇଥିଲେ ବି କୌଣସି ଲାଭ ହୋଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ହୁଗୁଳି ଜିଲ୍ଲାର ଏହି ମହିଳା ନିଜ ରାଜ୍ୟର ପାଖ ଜିଲ୍ଲାରେ ଥିବା ତାଙ୍କ ଭଉଣୀ ଘରକୁ ଯିବାର ଥିଲା । ମାତ୍ର ସେ ଭଉଣୀ ଘରକୁ ଯିବା ପାଇଁ ଟ୍ରେନରେ ଚଢିବା ବେଳେ ଭୁଲ ଟ୍ରେନରେ ବସି ସମ୍ବଲପୁର ଆସିଥିବା କହିଛନ୍ତି ।

ସଖୀ ସେଣ୍ଟର ଅଧିକାରୀ ମୌସୁମୀ ଦୋରାଙ୍କ କହିବା ଅନୁଯାୟୀ, ଗତ 14 ତାରିଖରୁ ମହିଳାଙ୍କୁ ଉଦ୍ଧାର କରାଗଲାଣି । ତାଙ୍କ ଘର ହୁଗୁଳି ଜିଲ୍ଲା ପାଣ୍ଡଓ୍ବା ଥାନା ଅନ୍ତର୍ଗତ ବଲଦାରପୁର ଅଟେ । ମହିଳାଙ୍କୁ ନିଜ ଘରେ ପହଞ୍ଚାଇବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଥିଲେ ମଧ୍ୟ ଏ ଯାଏଁ ଏହା ସମ୍ଭବପର ହୋଇନାହିଁ । ଏନେଇ ସ୍ବୟଂ ନାମକ ଏକ ସାମାଜିକ ସଂସ୍ଥା ସହିତ ମଧ୍ୟ ଯୋଗାଯୋଗ କରାଯାଇଥିବା ସୂଚନା ରହିଛି।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.